Posted inଖେଳ

ସୟଦ ମୁସ୍ତାକ ଅଲି ଟି୨୦: ଫାଇନାଲରେ କର୍ନାଟକ

ସୁରାଟ,୨୯।୧୧- ଅଭିମନ୍ୟୁ ମିଥୁନଙ୍କ ଘାତକ ବୋଲିଂ ପରେ ଓପନରଙ୍କ ଅର୍ଦ୍ଧଶତକ ବଳରେ କର୍ନାଟକ ୮ ଉଇକେଟ ହାତରେ ରଖି ହରିୟାଣାକୁ ହରାଇ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ରେ ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ ୫ ଉଇକେଟ ନେବା ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହରିୟାଣା
୧୯ ଓଭରରେ ୩ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା। ଏଣୁ ଦଳୀୟ ସ୍କୋର ସହଜରେ ୨୦୦ ଅତିକ୍ରମ କରିବ ଲାଗୁଥିଲା। ହେଲେ ଅନ୍ତିମ ଓଭରରେ ଅଭିମନ୍ୟୁ ହ୍ୟାଟ୍ରିକ ସହ ୫ ଉଇକେଟ ନେଇଥିଲେ। ଫଳରେ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୯୪ ରନ୍‌ କରିଥିଲା। ହରିୟାଣା ପକ୍ଷରୁ ହିମାଂଶୁ ରାଣା ୬୧, ଚଇତନ୍ୟ ବିଶନୋଇ ୫୫ ଓ ହର୍ଶାଲ ପଟେଲ ୩୪ ରନ୍‌ କରିଥିଲେ। ବେଲିଂରେ ମିଥୁନ ୫ ଓ ଶ୍ରେୟାସ ଗୋପାଲ ୨ ଉଇକେଟ ହାତେଇଥିଲେ। ଜବାବରେ କର୍ନାଟକର ଓପନରମାନେ ପ୍ରଥମ ଉଇକେଟ ପାଇଁ ୯.୩ ଓଭରରେ ୧୨୫ ଯୋଡ଼ିଥିଲେ। ଲୋକେଶ ରହୁଲ ୬୬ (୬ ଛକା ଓ ୪ ଚୌକା) ରନ୍‌ କରି ଆଉଟ୍‌ ହେବା ପରେ ଦେବଦତ୍ତ ପଡିକଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ମୟଙ୍କ ଅଗ୍ରଓ୍ବାଲ। ଦୁହେଁ ୨୬ ବଲରେ ୫୭ ରନ୍‌ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ବିଜୟ ଲକ୍ଷ୍ୟଠାରୁ ୧୩ ରନ୍‌ ବାକି ଥିବାବେଳେ ଦେବଦତ୍ତ (୮୭ ରନ୍‌, ୧୧ ଚୌକ ଓ ୪ ଛକା) ପ୍ୟଭିଲିଅନ ଫେରିଯାଇଥିଲେ। ପରେ ଅଗ୍ରଓ୍ବାଲ (୩୦*) ଓ ଅଧିନାୟକ ମନୀଷ ପାଣ୍ଡେ(୩*) ବଳକା ରନ୍‌ ସଂଗ୍ରହ କରି ନେଇଥିଲେ। ଫଳରେ କର୍ନାଟକ ହାତରେ ୮ ଉଇକେଟ ରଖି ୩୦ ବଲ ପୂର୍ବରୁ ୧୯୫ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri