ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ
କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା
ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସାଧାରଣତଃ କିଚେନ୍‌ ଅପରିଷ୍କାର ରହିଲେ ଅଧିକ ବ୍ୟାକ୍ଟେରିଆ ଜନ୍ମ ନେଇଥାନ୍ତି । ବିଶେଷ ଭାବରେ ରୋଷେଇ ସମୟରେ ବ୍ୟବହୃତ ହେଉଥିବା ଟାଓ୍ବେଲ, ଡଷ୍ଟବିନ୍‌, ଚୁଲା ଓ ସିଙ୍କ ହେଉଛି ସେମାନଙ୍କର ବାସସ୍ଥଳ। କିଚେନ୍‌କୁ କିପରି ସଫାସୁତରା
ରଖିବେ ଜାଣନ୍ତୁ ସେ ସମ୍ପର୍କରେ…

ଟାଇଲ୍ସ : ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଖାପାଖି ଟାଇଲ୍ସକୁ ପୋଛି ତୁରନ୍ତ ସଫା କରି ଦିଅନ୍ତୁ। ଯଦି ଏହାକୁ ସଙ୍ଗେ ସଙ୍ଗେ ସଫା କରା ନ ଯାଏ ତେବେ ଏହା ପରେ ସଫା କରିବା ଟିକେ କଷ୍ଟକର ହୋଇପାରେ। ସପ୍ତାହରେ ଦୁଇଥର ସଫା କରିବା ପାଇଁ ବେକିଂ ସୋଡାର ବ୍ୟବହାର କରିପାରିବେ। ପାଖାପାଖି ଅଧବାଲ୍‌ଟି ପାଣିରେ ଅଧା କପ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏବେ ଏହାକୁ ସ୍ପଞ୍ଜରେ ନେଇ କିଚେନ୍‌ର ଟାଇଲ୍ସକୁ ସଫା କରନ୍ତୁ। ପୁଣି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ। କିଚେନ୍‌କୁ ସଫା କରିବା ଲାଗି ବେକିଂ ସୋଡା ହୋମମେଡ୍‌ କ୍ଲିନର ପରି କାମ କରିଥାଏ। ଟାଇଲ୍ସକୁ ସଫା କରିବା ପାଇଁ ସିର୍‌କା ମଧ୍ୟ ବ୍ୟବହାର କରି ପାରିବେ। ଦୁଇକପ୍‌ ସିର୍‌କା ଓ ଦୁଇକପ୍‌ ପାଣିର ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ଭରି ଟାଇଲ୍ସ ଉପରେ ସ୍ପ୍ରେ କରନ୍ତୁ। ଏହାପରେ ମୁଲାୟମ୍‌ କପଡ଼ା ସାହାଯ୍ୟରେ ସଫା କରନ୍ତୁ।
ସିଙ୍କ୍‌: ସିଙ୍କରେ ସବୁଠୁ ଅଧିକ ବ୍ୟାକ୍ଟେରିଆ ଦେଖାଯାନ୍ତି। ଏଥିପାଇଁ ଏହାକୁ ପ୍ରତିଦିନ ସଫା କରନ୍ତୁ। କିଚେନ୍‌ ସିଙ୍କ ସଫା କରିବାକୁ ପ୍ରଥମେ ତା’ ଭିତରେ ରଖାଯାଇଥିବା ବାସନକୁ କାଢ଼ି ସଫା କରି ଦିଅନ୍ତୁ। ତା’ପରେ ସିଙ୍କରେ ପଡ଼ିଥିବା ଅପରିଷ୍କାର ଜିନିଷକୁ କାଢ଼ି ସଫା କରନ୍ତୁ। ଯଦି ସିଙ୍କରେ ଡ୍ରେନ୍‌ ଷ୍ଟପରରେ ଲାଗିଥିବା ଅଳିଆକୁ କାଢ଼ି ସଫା କରନ୍ତୁ। କିଚେନ୍‌ର ସିଙ୍କକୁ ଘରୋଇ ଉପାୟରେ ସଫା କରିବାକୁ ହେଲେ ଏକ ଚାମଚ ବେକିଂ ସୋଡ଼ା, ଏକ ଚାମଚ ଲେମ୍ବୁ ରସ ସହିତ ଅଧାକପ୍‌ ହ୍ବାଇଟ୍‌ ଭିନେଗାର ମିଶାନ୍ତୁ। ଏହି ମିଶ୍ରଣକୁ ସିଙ୍କର ଚାରିଆଡ଼େ ପକାଇ ଦିଅନ୍ତୁ। ଏହାକୁ ଦଶ ମିନିଟ୍‌ ରଖିବା ପରେ ବେସିନ୍‌ ସଫା ବ୍ରଶ ସାହାଯ୍ୟରେ ସଫା କରନ୍ତୁ। ଏହା ପରେ ପାଣି ଦ୍ୱାରା ସିଙ୍କକୁ ଭଲଭାବେ ସଫା କରନ୍ତୁ। ଏକଥା ବି ଧ୍ୟାନ ରଖନ୍ତୁ ଯେ ସିଙ୍କରେ ସବୁବେଳେ ବାସନ ପଡ଼ି ନ ରହୁ। ପ୍ଲେଟ, ଗ୍ଲାସ, ଗିନା ଅନ୍ୟ ସବୁ ବାସନ ବ୍ୟବହାର କରିବା ପରେ ତୁରନ୍ତ ସଫା କରି ତା’ ସ୍ଥାନରେ ରଖି ଦିଅନ୍ତୁ। ଅପରିଷ୍କାର ବାସନ ପଡ଼ିରହିଲେ ତା’ ଭିତରେ ଜୀବାଣୁ ଜନ୍ମ ନେଇଥାନ୍ତି ଏଥିଲାଗି ଏହାକୁ ସଫା କରି ରଖିଦିଅନ୍ତୁ।
କିଚେନ୍‌ କାନ୍ଥ: କିଚେନ୍‌ର କାନ୍ଥରେ ଦୁଇ ପ୍ରକାର ଦାଗ ଲାଗିଯାଏ। ଗୋଟିଏ ତେଲ, ହଳଦୀ ଦାଗ ଓ ଆଉଗୋଟେ ବାମ୍ଫ ପାଣି ଛିଟା ଦାଗ। ଏହାକୁ ସଫା କରିବାକୁ ହେଲେ ବାସନ ମଜା ସାବୁନ୍‌ରେ ଅଳ୍ପ ପାଣିରେ ଡିଟରଜେଣ୍ଟ ମିଶାଇ ଦିଅନ୍ତୁ। ଏବେ ଏକ କପଡ଼ା ନେଇ ସେଇ ପାଣିରେ ବୁଡ଼ାଇ କାନ୍ଥରେ ଘଷନ୍ତୁ। ଦେଖିବେ ଏହିପରି କାନ୍ଥରେ ଲାଗିଥିବା ଦାଗ ତୁରନ୍ତ ସଫା ହୋଇଯିବ।
ଫ୍ଲୋର : ଫ୍ଲୋର ସଫା କରିବାକୁ ହେଲେ ପାଣିରେ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ ଓ କପଡ଼ା ସାହାଯ୍ୟରେ ସଫା କରନ୍ତୁ। ଯଦି କିଚେନ୍‌ରେ ଫ୍ଲୋର ଉଡେନ୍‌ ହୋଇଥାଏ ତେବେ ଏକ ବାଲ୍‌ଟି ପାଣିରେ ଧଳା ଭିନେଗାର ମିଶାନ୍ତୁ ଏହାପରେ ଓଦା କପଡ଼ା ସାହାଯ୍ୟରେ ଫ୍ଲୋରକୁ ପୋଛନ୍ତୁ। କିଚେନ୍‌କୁ ପ୍ରତିଦିନ ପୋଛନ୍ତୁ। ପୋଛୁଥିବା ପାଣିରେ ଜୀବାଣୁନାଶକ ଓ ଡିଟରଜେଣ୍ଟ ବ୍ୟବହାର କରିପାରିବେ। ଧ୍ୟାନ ରଖନ୍ତୁ ଯେ ଯେଉଁ କପଡ଼ାରେ ପୋଛୁଛନ୍ତି ତାକୁ ସଫା କରିବାକୁ ଭୁଲନ୍ତୁ ନାହିଁ।
ଡଷ୍ଟବିନ୍‌ : କିଚେନ୍‌ର ଡଷ୍ଟବିନ୍‌ ସଫା କରିବାକୁ ହେଲେ ଅଧା କପ୍‌ ପାଣିରେ ସିର୍‌କା ମିଶାଇ ସାରିବା ପରେ ଡଷ୍ଟବିନ୍‌ ସଫା କରନ୍ତୁ। ଡିସ୍‌ଇନଫେକ୍ଟେଡ୍‌ ଲିକ୍ୱିଡ୍‌କୁ କ୍ଲିନର ରୂପେ ବ୍ୟବହାର କରିପାରିବେ।
ଗ୍ୟାସ ଚୁଲା : ଗ୍ୟାସ୍‌ ଚୁଲାକୁ ସଫା କରିବାକୁ ହେଲେ ପ୍ରଥମେ ଏଥିରେ ବେକିଂ ସୋଡ଼ା ଓ ଉଷୁମପାଣି ଛିଟା ମାରନ୍ତୁ ୩୦ମିନିଟ୍‌ ପରେ ସ୍କ୍ରବ ସାହାଯ୍ୟରେ ରଗଡ଼ି ସଫା କଲେ ତେଲର ଛିଟା ଛାଡ଼ିଯିବ। ପରେ ଏହାର ବର୍ଣ୍ଣରରେ ଥିବା ଛୋଟଛୋଟ କଣାକୁ ପିନ୍‌ ସାହାଯ୍ୟରେ ସଫା କରିପାରିବେ।
କ୍ୟାବିନେଟ୍‌: ଏହାକୁ ସଫା କରିବାକୁ ହେଲେ ଅଳ୍ପ ତେଲରେ ଏକ ଚାମଚ୍‌ ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହାପରେ ଏକ ସ୍ପଞ୍ଜ ସାହାଯ୍ୟରେ କ୍ୟାବିନେଟ୍‌କୁ ସଫା କରିବା ସହଜ ହେବ।
ଏଗ୍‌ଜଷ୍ଟ ଫ୍ୟାନ୍‌: ଏଗ୍‌ଜଷ୍ଟ ଫ୍ୟାନ୍‌ରେ ଯଦି ତେଲ ଲାଗିଲା ଏହା ବୁଲିବା ବନ୍ଦ ହୋଇଯାଏ। ଏହାକୁ ସଫା କରିବାକୁ ହେଲେ ଅଳ୍ପ ପାଣିରେ ବେକିଂ ସୋଡ଼ା ମିଶାନ୍ତୁ। ଏବେ ଏହା ସାହାଯ୍ୟରେ ସଫା କରନ୍ତୁ।
ଫ୍ରିଜ୍‌ : ଫ୍ରିଜ୍‌କୁ ବି ମଝିରେ ମଝିରେ ସଫା କରିବା ଜରୁରୀ। ଏହାକୁ ସଫା କରିବାକୁ ହେଲେ କର୍ଟନ ବଲ୍‌ସକୁ ଲେମ୍ବୁ ରସରେ ବୁଡ଼ାନ୍ତୁ ଏବଂ ଏହାକୁ ଫ୍ରିଜ୍‌ରେ କିଛି ସମୟ ରଖନ୍ତୁ। ଫ୍ରିଜ୍‌ରେ ଲାଗିଥିବା ଦାଗ ଦୂର କରିବାକୁ ହେଲେ ଲେମ୍ବକୁ ଫାଳ କରି କାଟିଦେଇ ସେଥିରେ ଲୁଣ ଲଗାଇ ଦିଅନ୍ତୁ। ଏହାପରେ ଦାଗ ଲାଗିଥିବା ସ୍ଥାନକୁ ରଗଡ଼ି ସଫା କରନ୍ତୁ ଦେଖିବେ ଦାଗ ଛାଡ଼ି ଯାଇଛି। ଲେମ୍ବୁରେ ସଫା କରିବା କାରଣରୁ ଫ୍ରିଜ୍‌ ଏତେଟା ଦୁର୍ଗନ୍ଧ ହୋଇ ନ ଥାଏ।
ସେଲଫ୍‌ : ରୋଷେଇ ଘରେ ଜିନିଷ ରଖିବା ଲାଗି ଯେଉଁ ସେଲ୍‌ଫ ବ୍ୟବହାର କରୁଛନ୍ତିି ଏହାକୁ ମଝିରେ ମଝିରେ ସଫା କରନ୍ତୁ। ଏଥିପାଇଁ ମଧ୍ୟ ଡିଟରଜେଣ୍ଟ ବ୍ୟବହାର କରି ପାରିବେ। ସେଲଫ୍‌ ବଦଳରେ ଷ୍ଟେନ୍‌ଲେସ୍‌ ଷ୍ଟିଲ ର଼୍ୟାକ୍‌ ଲଗାଇପାରିବେ ।
ଏହାକୁ ସଫା କରିବା ସହଜ ହୋଇଥାଏ।

ଏମାନେ କ’ଣ କରନ୍ତି

ନିଜେ କିଚେନ୍‌ ସଫା କରିଥାଏ
-ରଶ୍ମି ପଟ୍ଟନାୟକ,
ସୂର୍ଯ୍ୟନଗର, ଭୁବନେଶ୍ୱର
ବର୍ଷାଦିନରେ କିଚେନ୍‌କୁ ପିମ୍ପୁଡ଼ିଠାରୁ ଦୂରେଇ ରଖିବାକୁ ଲକ୍ଷ୍ମଣରେଖା ଟାଣେ। କିଚେନ୍‌କୁ ସଫାସୁତରା ରଖିଲେ ଏହା ଆମ ପାଇଁ ଭଲ। କିଚେନ୍‌କୁ ସଫା ମୁଁ ନିଜେ କରିଥାଏ। ମୁଁ ଏତିକି କହିବି ନିଜ କିଚେନ୍‌କୁ ଆମେ ନିଜେ ଯେପରି ସଫା କରିବା ଅନ୍ୟଜଣେ ସେପରି ସଫା କରିବ ନାହିଁ। ଆଉ ଏକ କଥା-କିଚେନ୍‌ରେ ସୁଜି ରଖୁଥିଲେ ଯଦି ସମ୍ଭବ ହେଉଛି ଖରା ଦେଇ ଶୁଖାଇବେ ନ ହେଲେ ଏହାକୁ ଭାଜି ଦେଇ ରଖିବେ। ଚଣା, ବୁଟ ଆଦି ଜିନିଷକୁ ଫ୍ରିଜ୍‌ରେ ରଖିପାରିବେ। ଫ୍ରିଜ୍‌ରେ ରହିଲେ ଏହା ଖରାପ୍‌ ହୋଇ ନ ଥାଏ।
କିଚେନ୍‌କୁ ସବୁବେଳେ
ହାଇଜେନିକ୍‌ ରଖିଥାଏ
-ସୁଜାତା ନାୟକ,
ଭାରତୀପୁର, ପିପିଲି, ପୁରୀ
ବର୍ଷାଦିନରେ ସାଧାରଣତଃ କିଚେନ୍‌ ଓଦା ଓଦା ଲାଗିଥାଏ। ଏଥିପାଇଁ ପ୍ରତିଦିନ ଫିନାଇଲ ଏବଂ ଡେଟଲ ସାହାଯ୍ୟରେ କିଚେନ୍‌କୁ ସଫା କରନ୍ତୁ। ଖାଦ୍ୟପଦାର୍ଥକୁ ଘୋଡ଼ାଇ ରଖିବା ଦରକାର। ଶସ୍ୟ ଜାତୀୟ ପଦାର୍ଥ ଯେପରି ଡାଲି, ଚାଉଳକୁ ଖରାରେ ଶୁଖାଇବା ଆବଶ୍ୟକ। ବାସନଗୁଡ଼ିକୁ ଭଲଭାବେ ମାଜି ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଚେନ୍‌ରେ ଥିବା ଡବା ଆଦି ସାମଗ୍ରୀକୁ ସୁନ୍ଦରଭାବେ ସଜାଇ ରଖନ୍ତୁ। କିଚେନ୍‌ ସଫା ରଖିଲେ ଆମେ ବିଭିନ୍ନ ରୋଗଠୁ ଦୂରେଇ ରହିପାରିବା। ସେଥିପାଇଁ ମୁଁ ସବୁବେଳେ କିଚେନ୍‌କୁ ହାଇଜେନିକ୍‌ ରଖିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?