Posted inଖେଳ

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋର୍‌ଦାର କରିଛି।

ଟିମ୍‌ ଇଣ୍ଡିଆର ସୁପର ଶୋ’ ଅବ୍ୟାହତ ରହିଛି। କେବଳ ନିଜ ମାଟିରେ ନୁହେଁ, ବିଦେଶ ମାଟିରେ ମଧ୍ୟ ସିରିଜ ବିଜୟୀ ହେବାର ଧାରା ବଜାୟ ରଖିଛି। ଏଥର ଟି୨୦ ସ୍ପେଶାଲିଷ୍ଟ ରୂପେ ପରିଚିତ ନ୍ୟୁଜିଲାଣ୍ଡକୁ ତା’ ନିଜ ମାଟିରେ ୫-୦ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି ଭାରତ। କ୍ରିକେଟ୍‌ ସମୀକ୍ଷକମାନଙ୍କ ଅଙ୍କକୁ ଭୁଲ୍‌ ପ୍ରମାଣିତ କରିବା ସହିତ ଟିମ୍‌ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଭାରତ କ୍ରିକେଟ ଇତିହାସରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଏବଂ ଦଳଗତ ରେକର୍ଡ ସ୍ଥାପନ କରିବା ସହିତ କ୍ୱିଇ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରି ନିଜ ଦକ୍ଷତା ପ୍ରତିପାଦନ କରିଛି। ବ୍ୟାକ୍‌ ଟୁ ବ୍ୟାକ୍‌ ସିରିଜ ବିଜୟ ସହିତ ବିଶ୍ୱକପ୍‌ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବାକୁ ଭାରତ ସଫଳ ହୋଇଛି। ଟି୨୦ରେ ନ୍ୟୁଜିଲାଣ୍ଡ ସହିତ ଥିବା ଖରାପ ରେକର୍ଡକୁ କିଛିମାତ୍ରାରେ ସୁଧାରିଛି ଏହି ସିରିଜ ବିଜୟ। ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ଏହି ଗସ୍ତ ଏସିଡ୍‌ ଟେଷ୍ଟ ସହ ସମାନ ଥିଲା। ସାଧାରଣତଃ ୫ଟି ଟି୨୦ ମ୍ୟାଚ୍‌ ଥିବା ଦ୍ୱିପାକ୍ଷିକ ସିରିଜ ବହୁତ କମ୍‌ ଖେଳାଯାଇଥାଏ। ନ୍ୟୁଜିଲାଣ୍ଡକୁ ସୁପର ଓଭରର ଝଟକା ବିଶ୍ୱକପ୍‌ ମ୍ୟାଚ୍‌ଠାରୁ ଆରମ୍ଭ କରି ଏହି ସିରିଜ ପର୍ଯ୍ୟନ୍ତ ଲାଗିଥିବା ଦେଖାଯାଇଥିଲା। ଟି୨୦ରେ ନ୍ୟୁଜିଲାଣ୍ଡ ଦଳ ମୋଟ୍‌ ୮ଟି ସୁପର ଓଭର ଖେଳିଥିବା ବେଳେ ୭ଟିରେ ପରାସ୍ତ ହୋଇ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଅନେକ ରେକର୍ଡ ସ୍ଥାପନ ହୋଇଛି ଏହି ଟି୨୦ ସିରିଜରେ। ହିଟ୍‌ ମ୍ୟାନ୍‌ ରୂପେ ପରିଚିତ ରୋହିତ ଶର୍ମା ଟି୨୦ ମ୍ୟାଚ୍‌ରେ ସର୍ବପ୍ରଥମେ ସର୍ବାଧିକ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛି। ବିଦେଶ ମାଟିରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ ଏବଂ ନ୍ୟୁଜିଲାଣ୍ଡ ସହିତ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ୫-୦ରେ ସିରିଜ ବିଜୟ ହାସଲ କରିବା ଟି୨୦ ଫର୍ମାଟ୍‌ର ପ୍ରଥମ ଘଟଣା।
ଏହି ସିରିଜ୍‌ରେ ଇନ୍‌ଫର୍ମ ବ୍ୟାଟ୍ସ୍ୟାନ୍‌ ରୂପେ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିବା ଶ୍ରେୟାସ ଆୟାର ଚମକତ୍ାରିତା ଦେଖାଇଥିବା ବେଳେ ବୋଲିଂରେ ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ ସାମି ଏବଂ ଶାର୍ଦ୍ଦୂଳ ଠାକୁର ଏବଂ ସ୍ପିନର ରୂପେ ଅଭିଜ୍ଞ ରବୀନ୍ଦ୍ର ଜାଡେଜା ବେଶ୍‌ ପରିପକ୍ୱତା ଦେଖାଇଥିଲେ। ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂରେ ସର୍ବାଧିକ କ୍ୟାଚ୍‌ ଛାଡ଼ିଥିଲେ ଭାରତୀୟ ଫିଲ୍‌ଡରମାନେ। ସାରା ସିରିଜ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଲୋକେଶ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଏହି ଟି୨୦ ସିରିଜ୍‌ ବ୍ୟାଟିଂରେ କେନ୍‌ ଓ୍ବିଲିୟମ୍‌ସନ, ବିରାଟ କୋହଲି, ରସ୍‌ ଟେଲର ଏବଂ ରୋହିତ୍‌ ଶର୍ମାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେହିପରି ବୋଲିଂରେ ଟିମ୍‌ ସୌଦି, ମହମ୍ମଦ ସାମି, ମିଚେଲ ସାଣ୍ଟ୍‌ନର ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା। ମାତ୍ର ଯଶ୍‌ପ୍ରୀତ ବୋଲିଂରେ ଏବଂ ବ୍ୟାଟିଂରେ ରାହୁଲ ଉନ୍ନତ ପ୍ରଦର୍ଶନ କରିଥିଲେ। ଚଳିତ ଟି୨୦ ସିରିଜ୍‌ରେ ରାହୁଲ ଦୁଇଟି ଅର୍ଦ୍ଧଶତକ ସହିତ ମୋଟ୍‌ ୫ଟି ମ୍ୟାଚ୍‌ରୁ ୨୨୪ ରନ୍‌ ସଂଗ୍ରହ କରିଥିବା ବେଳେ ଟି୨୦ରେ ୪୦୦୦ ରନ୍‌ ଅତିକ୍ରମ କରିଛନ୍ତି। ସମଗ୍ର ସିରିଜରେ ବୋଲିଂ କରି ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକ୍‌ ବୋଲର ଯଶ୍‌ପ୍ରୀତ ବୁମ୍‌ରା ସର୍ବାଧିକ ୭ଟି ଉଇକେଟ ନେଇଥିବା ବେଳେ ଅନ୍ତିମ ଟି୨୦ରେ ୩ଟି ଉଇକେଟ ନେଇ ତାଙ୍କର ବୋଲିଂ ଏକାଗ୍ରତା ଫେରିପାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ସର୍ବାଧିକ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ସ୍ପିନର ସୋଧିଙ୍କ ବୋଲିଂ ବେଶ୍‌ ପ୍ରଭାବଶାଳୀ ରହିଥିଲା।
ଭାରତର ଏହି ସିରିଜ୍‌ ବିଜୟ ବେଶ୍‌ ରୋମାଞ୍ଚକ ଏବଂ ଆକର୍ଷଣୀୟ ଥିଲା। ନ୍ୟୁଜିଲାଣ୍ଡର ଛୋଟ ଗ୍ରାଉଣ୍ଡ ଏବଂ ପରିବେଶ ଆଦୌ ସହାୟକ ନ ଥିଲା। ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କୁ ବେଶ୍‌ ସୁହାଉଥିବା ଏହି ଗ୍ରାଉଣ୍ଡଗୁଡ଼ିକରେ ୫-୦ରେ ସିରିଜ ବିଜୟୀ ହେବା ଏକପ୍ରକାର ଅସମ୍ଭବ ଥିଲା। ବିରାଟ ବାହିନୀ ଏହି ସଫଳତା ଆଗକୁ ବଜାୟ ରଖିବ ବୋଲି ଆଶା କରାଯାଉଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri