‘ସ୍ବଚ୍ଛ ଭାରତ, ସ୍ବଚ୍ଛ ରେଳ’ ଅଭିଯାନ: ପ୍ଲାଷ୍ଟିକ୍‌ ବ୍ୟବହାର କମାଇଛି ଭାରତୀୟ ରେଳପଥ

ଭୁବନେଶ୍ୱର,୭।୬(ବ୍ୟୁରୋ): ଯାତ୍ରୀମାନଙ୍କୁ ସ୍ବଚ୍ଛ ବାତାବରଣ ଓ ସୁଗମ ଯାତ୍ରା ସୁବିଧା ଦେବାଲାଗି ଭାରତୀୟ ରେଳ ପକ୍ଷରୁ ‘ସ୍ବଚ୍ଛ ଭାରତ, ସ୍ବଚ୍ଛ ରେଳ’ ଅଭିଯାନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଷ୍ଟେଶନ ଏବଂ ଟ୍ରେନ୍‌ଗୁଡ଼ିକରେ ପ୍ଲାଷ୍ଟିକ୍‌ ବ୍ୟବହାର କମାଇବାକୁ ଗୁରୁତ୍ୱ ଦିଆଯାଇଛି। ରେଳ ମନ୍ତ୍ରଣାଳୟର ସୂଚନା ମୁତାବକ, ୨୦୧୯-୨୦ରେ ୧୪,୯୧୬ଟି ରେଳ ଡବାରେ ୪୯,୪୮୭ ଜୈବ ଶୌଚାଳୟ ସଂଯୁକ୍ତ କରାଯାଇଛି। ଶତ ପ୍ରତିଶତ ଶୌଚାଳୟ ସୁବିଧା ସହିତ ମୋଟ ୬୮,୮୦୦ କୋଚ୍‌ରେ ୨ ଲକ୍ଷ ୪୫ ହଜାରରୁ ଅଧିକ ଜୈବ ଶୌଚାଳୟ ଲଗାଯାଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ୨୦୧୯ ଅକ୍ଟୋବର ୨ ପରଠାରୁ ଟ୍ରେନ୍‌ରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପଯୋଗ କରାଯାଉ ନାହିଁ। ଷ୍ଟେଶନରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟକୁ କମ୍‌ କରିବା, ତାହାର ପୁନଃଚକ୍ରଣ କରିବା ଏବଂ ପରିଚାଳନା ଲାଗି ଜୋନାଲ ରେଳପଥ ଦ୍ୱାରା ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ବୋତଲ କ୍ରସିଂ ମେଶିନ ସ୍ଥାପନ କରାଯାଇଛି। ବର୍ତ୍ତମାନ ଭାରତୀୟ ରେଳପଥ ବହୁ ଜିଲା ମୁଖ୍ୟାଳୟ ରେଳ ଷ୍ଟେଶନ ସମେତ ୨୨୯ ଷ୍ଟେଶନରେ ପାଖାପାଖି ୩୧୫ଟି ଏଭଳି ମେଶିନ ସ୍ଥାପନ କରିଛି। ଅନ୍ୟପକ୍ଷରେ ୨୦୧୯-୨୦ରେ ପରିବେଶ ପରିଚାଳନା ପ୍ରଣାଳୀ କାର୍ଯ୍ୟାନ୍ବୟନ ଲାଗି ୨୦୦ ରେଳ ଷ୍ଟେଶନକୁ ଆଇଏସଓ-୧୪୦୦୧ ମାନ୍ୟତା ପ୍ରଦାନ କରାଯାଇଛି। ରାଜଧାନୀ, ଶତାବ୍ଦୀ, ଦୂରୋନ୍ତୋ ଭଳି ମେଲ୍‌/ଏକ୍ସପ୍ରେସ ସହ ୧୧୦୦ ଯୋଡ଼ାରୁ ଅଧିକ ଟ୍ରେନ୍‌ରେ ଯାତ୍ରା ସମୟରେ ଶୌଚାଳୟ, ଦ୍ୱାର, କରିଡର ଏବଂ ଯାତ୍ରୀ ଡବାରେ ସଫେଇ ଲାଗି ଟ୍ରେନରେ ହାଉସ କିପିଂ ସେବା ଉପଲବ୍ଧ ରହିଛି। ସମନ୍ବିତ ମେଶିନ ଚାଳିତ ସଫେଇ କାର୍ଯ୍ୟ ୯୫୩ ଷ୍ଟେଶନରେ ପ୍ରଦାନ କରାଯାଉଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ଓଡ଼ିଶାରେ ରାହୁଲଙ୍କ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ଶୁକ୍ରବାର ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri