‘ସ୍ବଚ୍ଛ ଭାରତ, ସ୍ବଚ୍ଛ ରେଳ’ ଅଭିଯାନ: ପ୍ଲାଷ୍ଟିକ୍‌ ବ୍ୟବହାର କମାଇଛି ଭାରତୀୟ ରେଳପଥ

ଭୁବନେଶ୍ୱର,୭।୬(ବ୍ୟୁରୋ): ଯାତ୍ରୀମାନଙ୍କୁ ସ୍ବଚ୍ଛ ବାତାବରଣ ଓ ସୁଗମ ଯାତ୍ରା ସୁବିଧା ଦେବାଲାଗି ଭାରତୀୟ ରେଳ ପକ୍ଷରୁ ‘ସ୍ବଚ୍ଛ ଭାରତ, ସ୍ବଚ୍ଛ ରେଳ’ ଅଭିଯାନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଶେଷକରି ଷ୍ଟେଶନ ଏବଂ ଟ୍ରେନ୍‌ଗୁଡ଼ିକରେ ପ୍ଲାଷ୍ଟିକ୍‌ ବ୍ୟବହାର କମାଇବାକୁ ଗୁରୁତ୍ୱ ଦିଆଯାଇଛି। ରେଳ ମନ୍ତ୍ରଣାଳୟର ସୂଚନା ମୁତାବକ, ୨୦୧୯-୨୦ରେ ୧୪,୯୧୬ଟି ରେଳ ଡବାରେ ୪୯,୪୮୭ ଜୈବ ଶୌଚାଳୟ ସଂଯୁକ୍ତ କରାଯାଇଛି। ଶତ ପ୍ରତିଶତ ଶୌଚାଳୟ ସୁବିଧା ସହିତ ମୋଟ ୬୮,୮୦୦ କୋଚ୍‌ରେ ୨ ଲକ୍ଷ ୪୫ ହଜାରରୁ ଅଧିକ ଜୈବ ଶୌଚାଳୟ ଲଗାଯାଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ୨୦୧୯ ଅକ୍ଟୋବର ୨ ପରଠାରୁ ଟ୍ରେନ୍‌ରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପଯୋଗ କରାଯାଉ ନାହିଁ। ଷ୍ଟେଶନରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟକୁ କମ୍‌ କରିବା, ତାହାର ପୁନଃଚକ୍ରଣ କରିବା ଏବଂ ପରିଚାଳନା ଲାଗି ଜୋନାଲ ରେଳପଥ ଦ୍ୱାରା ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ବୋତଲ କ୍ରସିଂ ମେଶିନ ସ୍ଥାପନ କରାଯାଇଛି। ବର୍ତ୍ତମାନ ଭାରତୀୟ ରେଳପଥ ବହୁ ଜିଲା ମୁଖ୍ୟାଳୟ ରେଳ ଷ୍ଟେଶନ ସମେତ ୨୨୯ ଷ୍ଟେଶନରେ ପାଖାପାଖି ୩୧୫ଟି ଏଭଳି ମେଶିନ ସ୍ଥାପନ କରିଛି। ଅନ୍ୟପକ୍ଷରେ ୨୦୧୯-୨୦ରେ ପରିବେଶ ପରିଚାଳନା ପ୍ରଣାଳୀ କାର୍ଯ୍ୟାନ୍ବୟନ ଲାଗି ୨୦୦ ରେଳ ଷ୍ଟେଶନକୁ ଆଇଏସଓ-୧୪୦୦୧ ମାନ୍ୟତା ପ୍ରଦାନ କରାଯାଇଛି। ରାଜଧାନୀ, ଶତାବ୍ଦୀ, ଦୂରୋନ୍ତୋ ଭଳି ମେଲ୍‌/ଏକ୍ସପ୍ରେସ ସହ ୧୧୦୦ ଯୋଡ଼ାରୁ ଅଧିକ ଟ୍ରେନ୍‌ରେ ଯାତ୍ରା ସମୟରେ ଶୌଚାଳୟ, ଦ୍ୱାର, କରିଡର ଏବଂ ଯାତ୍ରୀ ଡବାରେ ସଫେଇ ଲାଗି ଟ୍ରେନରେ ହାଉସ କିପିଂ ସେବା ଉପଲବ୍ଧ ରହିଛି। ସମନ୍ବିତ ମେଶିନ ଚାଳିତ ସଫେଇ କାର୍ଯ୍ୟ ୯୫୩ ଷ୍ଟେଶନରେ ପ୍ରଦାନ କରାଯାଉଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri