ସ୍ପଷ୍ଟ କଲା କେନ୍ଦ୍ର: ମାଗଣାରେ ମିଳିବନି ବିଜୁଳି

ନୂଆଦିଲ୍ଲୀ,୧୭-୭: ରାଜନୈତିକ କାରଣରୁ ରାଜ୍ୟ ସରକାରଗୁଡ଼ିକ ଚାଷୀ, ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଛନ୍ତି। ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ରିହାତି ଚାହୁଁଛନ୍ତି। ଏଣିକି ସେ ସୁବିଧା ଆଉ ସେମାନଙ୍କୁ ମିଳିବ ନାହିଁ। ମାଗଣା ବିଜୁଳି କେହି ଦେଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଚାହିଁଲେ ମାଗଣାରେ ବିଜୁଳି ଦେଇପାରନ୍ତି। ତେବେ ସେମାନଙ୍କୁ ନିଜ ବଜେଟରୁ ଏଥିପାଇଁ ଦେୟ ଭରଣା କରିବାକୁ ହେବ।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ ୨୦ତମ ବାର୍ଷିକ ପିଟିସି ଭାରତ ଦିବସର ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଭାରତ ଏକ ନୂଆ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। ଏହି ନୂଆ ବ୍ୟବସ୍ଥାରେ ବିଜୁଳି ଉପଭୋକ୍ତାଙ୍କୁ ପୂର୍ବରୁ ଦେୟ ପ୍ରଦାନ କରିବାକୁ ହେବ। ପରେ ସେମାନେ ବିଜୁଳି ବ୍ୟବହାର କରିପାରିବେ। ରାଜ୍ୟ ସରକାରଗୁଡ଼ିକ ସମାଜର କେତେକ ବର୍ଗଙ୍କୁ ନିଃଶୁଳ୍କରେ ବିଜୁଳି ଯୋଗାଇ ପାରିବେ। ତେବେ ସେମାନେ ବଜେଟରେ ଏଥିପାଇଁ ବ୍ୟବସ୍ଥା କରିବେ। ତାଙ୍କର କହିବାନୁଯାୟୀ, ଦେଶକୁ ଦେୟ ଓ ଯୋଗାଣ ମଧ୍ୟରେ ଏକ ସମନ୍ବୟ ସୃଷ୍ଟିକରିବାକୁ ହେବ। ଗ୍ରାହକ ପ୍ରଥମେ ଦେୟ ଦେବେ, ପରେ ତାଙ୍କୁ ବିଜୁଳି ମିଳିବ। ମାଗଣା ବିଜୁଳି ଭଳି କିଛି ବ୍ୟବସ୍ଥା ନାହିଁ। ନିବେଶ ବିନା ବିଜୁଳି ଉତ୍ପାଦନ ସମ୍ଭବ ନୁହେଁ। ଏଥିପାଇଁ ଅର୍ଥ ଜରୁରୀ। କାହାକୁ ନା କାହାକୁ ଏହା ଦେବାକୁ ହେବ। ଶକ୍ତି କେନ୍ଦ୍ର ଗୁଡ଼ିକ ବିଜୁଳି କ୍ରୟ ଚୁକ୍ତି ବିନା ହିଁ କୋଇଲା ପାଇପାରିବେ। କୋଇଲା ବ୍ୟବହାର କରି ଯେକୌଣସି କମ୍ପାନୀ ବିଜୁଳି ଉତ୍ପାଦନ ପାଇଁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିପାରିବେ ବୋଲି ଶକ୍ତି ମନ୍ତ୍ରୀ ସିଂ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀଙ୍କ ସହ ଦୀର୍ଘକାଳୀନ ଯୋଗାଣ ଚୁକ୍ତି ପରେ ହିଁ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡ଼ିକୁ କୋଇଲା ଯୋଗାଇ ଦିଆଯାଉଛି। ଏବେ ଏହି କାରଣରୁ ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ର କୋଇଲା ଅଭାବରେ ବନ୍ଦ ହେବାର ଦ୍ୱାରଦେଶରେ ପହଞ୍ଚତ୍ଛି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଘରେ ଘରେ ସ୍ମାର୍ଟମିଟର ଲାଗିବ। ମୋବାଇଲ ରିଚାର୍ଜ ଭଳି ପୂର୍ବରୁ ଟଙ୍କା ଦେବା ପରେ ହିଁ ଘରକୁ ବିଜୁଳି ମିଳିବ। ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କୁ ବିଲ୍‌ ପ୍ରଦାନ ପାଇଁ ଲାଇନ ଲଗାଇବାକୁ ପଡିବ ନାହିଁ। ବିଜୁଳି ଯୋଗାଣକାରୀ କମ୍ପାନୀଙ୍କୁ ବିଲ୍‌ ଦେବାକୁ ପଡିବ ନାହିଁ। କ୍ଷତି କମିବ ଏବଂ କମ୍ପାନୀଙ୍କ ଲାଭ ବଢ଼ିବ।
ସମସ୍ତଙ୍କୁ ୨୪ ଘଣ୍ଟିଆ ବିଜୁଳି
ଗ୍ରାହକ ଆଧାରିତ ଏକ ବିଜୁଳି ଯୋଗାଣ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ସପ୍ତାହକୁ ୭ ଦିନ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ବ୍ୟବସ୍ଥା ହେବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ବିଦ୍ୟୁତ ଯୋଜନା(ଏନ୍‌ଇପି) ଅଧୀନରେ ବିଦ୍ୟୁତ ଉତ୍ପାଦନ ଓ ପରିବହନ ସେକ୍ଟରକୁ ନେଇ ଏକ ଯୋଜନା ପ୍ରସ୍ତୁତ ହେଉଛି। ଏଥିରେ ଗ୍ରାହକଙ୍କୁ କେନ୍ଦ୍ରବିନ୍ଦୁରେ ରଖି ଯୋଗାଣ ଯୋଜନାକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ ମଙ୍ଗଳବାର ଏହି ଯୋଜନାର ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ଦିଆଯାଇଛି। ସମସ୍ତ ଗ୍ରାହକଙ୍କ ଘରେ ଯେପରି ମିଟର ଲାଗିପାରିବ ସେ ଦିଗରେ ପଦକ୍ଷେପ ନିଆଯିବ। ଗ୍ରାହକଙ୍କୁ ଉତ୍ତମ ବିଜୁଳି ଯୋଗାଣ ପାଇଁ ଉଚ୍ଚ କାରିଗରୀ କୌଶଳ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବଡ଼ ହଲଚଲ! ବୈଠକ ଡାକିଲେ ଉପସଭାପତି, କହିଲେ….

ଭୁବନେଶ୍ବର,୮।୬: ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି ।…

ମମତାଙ୍କୁ ପୁଣି ଲାଗିବ ଶକ୍ତ ଧକ୍କା! ପଶ୍ଚିମବଙ୍ଗ ପରେ ଏବେ…

କୋଲକାତା,୮।୬: ପଶ୍ଚିମବଙ୍ଗ ପରେ, ତୃଣମୂଳ କଂଗ୍ରେସ (TMC) ଏବେ ଦିଲ୍ଲୀରେ ମଧ୍ୟ ଝଟକା ପାଇପାରେ। TMC ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ INDIA ମେଣ୍ଟ ବୈଠକରେ ଯୋଗଦେବା…

ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ

ରାଉରକେଲା,୮ା୬(ସଙ୍ଗୀତା ଜେନା): ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଏସଆଇଆର ସଚେତନତା, ଦେଢ଼ କିଲୋମିଟର ପଦଯାତ୍ରା କଲେ ଉପଜିଲାପାଳ

କେସିଙ୍ଗା,୮।୬(ତୁମେଶ୍ୱର ସାହୁ): ରାଜ୍ୟରେ ସ୍ଵତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର)୨୦୨୬ ଯୋଗ୍ୟ ଭୋଟରମାନଙ୍କ ନାମ ଯେମିତି ନ କଟିବ ସେଥିପାଇଁ କଳାହାଣ୍ଡି ଉପ ଜିଲାପାଳଙ୍କ ନିଆରା ପ୍ରୟାସ…

ଗିରଫ ହେଲେ TMCର ‘ପୁଷ୍ପା’

କୋଲକାତା,୮।୬: ପଶ୍ଚିମବଙ୍ଗ ପୋଲିସ TMC ନେତା ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି। ‘ପୁଷ୍ପା’ ଚରିତ୍ର ସହିତ ନିଜକୁ ତୁଳନା କରିଥିବା ଖାନ ଶୁଭେନ୍ଦୁ ଅଧିକାରୀଙ୍କୁ ଭୟ କରି…

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା, ଆଜି ଏହି ୭ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର,୮।୬: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri