ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ

ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା ଭସାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏମାନଙ୍କ ମଧ୍ୟରେ ରହିଥିଲେ ହଜାର ହଜାର ହବିଷିଆଳି, ଯେଉଁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ସେମାନଙ୍କ ବ୍ରତ ଶେଷ କରିଛନ୍ତି। ଏକମାସ ଧରି ପୁରୀର ବିଭିନ୍ନ ମଠ, ଧର୍ମଶାଳା ଏବଂ ସରକାରୀ ଆଶ୍ରୟସ୍ଥଳୀରେ ରହି କାର୍ତ୍ତିକ ବ୍ରତ ପାଳିଥିବା ହବିଷିଆଳି ଏବେ ଘରକୁ ଫେରିଯାଇଛନ୍ତି । ସେମାନଙ୍କୁ ସାଥୀରେ ନେବା ଲାଗି ମଙ୍ଗଳବାର ଦିନତମାମ୍‌ ତିନୋଟି ଆଶ୍ରୟସ୍ଥଳୀ (ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ନରେନ୍ଦ୍ରକୋଣ ସ୍ଥାୟୀ ହବିଷିଆଳି କୋଠା ଏବଂ ପୌରସଂସ୍ଥା କଲ୍ୟାଣ ମଣ୍ଡପ) ସମ୍ମୁଖରେ ଲାଗିଥିଲା ସମ୍ପର୍କୀୟଙ୍କ ଭିଡ଼।

ଶ୍ରୀକ୍ଷେତ୍ରରେ ଏହି ମାସକ ରହଣି ମଧ୍ୟରେ ଅନେକ ଅଚିହ୍ନା ମୁହଁକୁ ଆପଣାଇ ନେଇଥିଲେ ବହୁ ହବିଷିଆଳି। ସଞ୍ଜ, ସକାଳେ ଯାହାଙ୍କ ସହ ମିଶି ଚଉରା ମୂଳେ ରାଇଦାମୋଦର ପୂଜା କରୁଥିଲେ, ଏକାଠି ମହାପ୍ରସାଦ ସେବନ କରୁଥିଲେ ଆଉ ସୁଖଦୁଃଖ ବାଣ୍ଟୁଥିଲେ ସେମାନଙ୍କଠାରୁ ବିଦାୟ ନେବାର ମୁହୂର୍ତ୍ତ ଥିଲା କଷ୍ଟଦାୟକ, ଯାହାକି ଆଶ୍ରୟସ୍ଥଳୀଗୁଡ଼ିକୁ ଦେଖିଲେ ଏହା ବାରି ହୋଇପଡୁଥିଲା। ଘରକୁ ଫେରୁଥିବାବେଳେ ଅନେକଙ୍କ ଆଖିରୁ ଝରିପଡୁଥିଲା ସ୍ନେହର ଲୁହ। କିଏ କାହାକୁ କୋଳେଇ ନେଇ ଗାଲ ଥାପୁଡ଼ାଇ ଦେଉଥିଲେ ତ ଆଉ କିଏ କାଳିଆ ଚାହିଁଲେ ପୁଣି ଆରବରଷକୁ ଦେଖାହେବ କହି କାନ୍ଦି ପକାଉଥିଲେ। ଏହି ସ୍ନେହ ଓ ଆଦର କେବଳ ହବିଷିଆଳିଙ୍କ ମଧ୍ୟରେ ସୀମିତ ନ ଥିଲା, ଆଶ୍ରୟସ୍ଥଳ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବି ଛୁଇଁ ଯାଇଥିଲା। ଦିନତମାମ୍‌ ଆଶ୍ରୟସ୍ଥଳୀଗୁଡ଼ିକ ସମ୍ମୁଖରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ୩ଟି ଆଶ୍ରୟସ୍ଥଳୀରେ ଥିବା ହବିଷିଆଳିଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଢ ହଜାରରୁ ଊର୍ଦ୍ଧ୍ୱ ଘରକୁ ଫେରିଯାଇଥିବାବେଳେ ଅନ୍ୟମାନେ ବୁଧବାର ଯିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri