ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ

ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା ଭସାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏମାନଙ୍କ ମଧ୍ୟରେ ରହିଥିଲେ ହଜାର ହଜାର ହବିଷିଆଳି, ଯେଉଁମାନେ ମହାପ୍ରଭୁଙ୍କୁ ଦର୍ଶନ କରି ସେମାନଙ୍କ ବ୍ରତ ଶେଷ କରିଛନ୍ତି। ଏକମାସ ଧରି ପୁରୀର ବିଭିନ୍ନ ମଠ, ଧର୍ମଶାଳା ଏବଂ ସରକାରୀ ଆଶ୍ରୟସ୍ଥଳୀରେ ରହି କାର୍ତ୍ତିକ ବ୍ରତ ପାଳିଥିବା ହବିଷିଆଳି ଏବେ ଘରକୁ ଫେରିଯାଇଛନ୍ତି । ସେମାନଙ୍କୁ ସାଥୀରେ ନେବା ଲାଗି ମଙ୍ଗଳବାର ଦିନତମାମ୍‌ ତିନୋଟି ଆଶ୍ରୟସ୍ଥଳୀ (ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ନରେନ୍ଦ୍ରକୋଣ ସ୍ଥାୟୀ ହବିଷିଆଳି କୋଠା ଏବଂ ପୌରସଂସ୍ଥା କଲ୍ୟାଣ ମଣ୍ଡପ) ସମ୍ମୁଖରେ ଲାଗିଥିଲା ସମ୍ପର୍କୀୟଙ୍କ ଭିଡ଼।

ଶ୍ରୀକ୍ଷେତ୍ରରେ ଏହି ମାସକ ରହଣି ମଧ୍ୟରେ ଅନେକ ଅଚିହ୍ନା ମୁହଁକୁ ଆପଣାଇ ନେଇଥିଲେ ବହୁ ହବିଷିଆଳି। ସଞ୍ଜ, ସକାଳେ ଯାହାଙ୍କ ସହ ମିଶି ଚଉରା ମୂଳେ ରାଇଦାମୋଦର ପୂଜା କରୁଥିଲେ, ଏକାଠି ମହାପ୍ରସାଦ ସେବନ କରୁଥିଲେ ଆଉ ସୁଖଦୁଃଖ ବାଣ୍ଟୁଥିଲେ ସେମାନଙ୍କଠାରୁ ବିଦାୟ ନେବାର ମୁହୂର୍ତ୍ତ ଥିଲା କଷ୍ଟଦାୟକ, ଯାହାକି ଆଶ୍ରୟସ୍ଥଳୀଗୁଡ଼ିକୁ ଦେଖିଲେ ଏହା ବାରି ହୋଇପଡୁଥିଲା। ଘରକୁ ଫେରୁଥିବାବେଳେ ଅନେକଙ୍କ ଆଖିରୁ ଝରିପଡୁଥିଲା ସ୍ନେହର ଲୁହ। କିଏ କାହାକୁ କୋଳେଇ ନେଇ ଗାଲ ଥାପୁଡ଼ାଇ ଦେଉଥିଲେ ତ ଆଉ କିଏ କାଳିଆ ଚାହିଁଲେ ପୁଣି ଆରବରଷକୁ ଦେଖାହେବ କହି କାନ୍ଦି ପକାଉଥିଲେ। ଏହି ସ୍ନେହ ଓ ଆଦର କେବଳ ହବିଷିଆଳିଙ୍କ ମଧ୍ୟରେ ସୀମିତ ନ ଥିଲା, ଆଶ୍ରୟସ୍ଥଳ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବି ଛୁଇଁ ଯାଇଥିଲା। ଦିନତମାମ୍‌ ଆଶ୍ରୟସ୍ଥଳୀଗୁଡ଼ିକ ସମ୍ମୁଖରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ୩ଟି ଆଶ୍ରୟସ୍ଥଳୀରେ ଥିବା ହବିଷିଆଳିଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଢ ହଜାରରୁ ଊର୍ଦ୍ଧ୍ୱ ଘରକୁ ଫେରିଯାଇଥିବାବେଳେ ଅନ୍ୟମାନେ ବୁଧବାର ଯିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri