ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ସ୍ବପ୍ନା ଜେନା ସେ ଏଚ୍‌ କଣ୍ଟାପାଲି ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ସ୍କୁଲ ଛୁଟି ହେବା ପରେ ସେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri