‘ସୋଲୋ’ର ସ୍ରଷ୍ଟା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲିଗାସି ଭାବେ ଭାରତ ଓ ବିଶ୍ୱସ୍ତରୀୟ ସାହିତ୍ୟ, ଶିକ୍ଷା ଏବଂ ମାନବୀୟ ଚିନ୍ତା ଦିଗରେ ସେ ଜୀବନବ୍ୟାପୀ କରିଥିବା କାର୍ଯ୍ୟର ପ୍ରତିଫଳନ ବୋଲି ବିବେଚନା କରାଯାଉଛି। ମୈତ୍ରେୟ ପବ୍ଲିଶିଂ ଫାଉଣ୍ଡେଶନ ପକ୍ଷରୁ ବାର୍ଷିକ ଏହି ସମ୍ମାନ ପ୍ରଦାନ କରାଯାଉଥିବାରୁ ବିଜେତାଙ୍କ ସୃଜନଶୀଳତା ଚର୍ଚ୍ଚାକୁ ଆସିଥାଏ। ଏହି କ୍ରମରେ ଦେଖିଲେ ଚଳିତ ଥର ରାଣା ଦାସଗୁପ୍ତଙ୍କ ଉପନ୍ୟାସ ‘ସୋଲୋ’ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ପାଇଥିବାରୁ ଲେଖକଙ୍କ ବିଷୟରେ ଜାଣିବା ଲାଗି ସାହିତ୍ୟପ୍ରେମୀଙ୍କ ଆଗ୍ରହ ରହିବା ସ୍ବାଭାବିକ। ସ୍ନେହଚ୍ୟୁତି ଓ ବସ୍ତୁବାଦୀ ଅସ୍ତିତ୍ୱର ବିଫଳତା ଉପରେ ଆଧାରିତ ‘ସୋଲୋ’ ହେଉଛି ରାଣାଙ୍କ ଅନନ୍ୟ ଉପନ୍ୟାସ। ୨୦୧୦ରେ ଏହା ପ୍ରକାଶଲାଭ କରିଥିଲା। ଦୀର୍ଘ ୯ ବର୍ଷ ପରେ ତାଙ୍କୁ ପୁନଶ୍ଚ ସ୍ବୀକୃତି ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି।
ରାଣା ବ୍ରିଟିଶ ଜନ୍ମିତ ଭାରତୀୟ। ୫ ନଭେମ୍ବର ୧୯୭୧ରେ ସେ ଇଂଲଣ୍ଡର କାଣ୍ଟେବରିଠାରେ ଜନ୍ମଗ୍ରହଣ କରିଥିଲେ। କ୍ୟାମ୍ବ୍ରିଜରେ ବଢ଼ିଥିବା ରାଣା ଅକ୍ସଫୋର୍ଡର ବାଲିଓଲ କଲେଜରେ ଉଚ୍ଚଶିକ୍ଷା କରିଥିଲେ। ୟୁନିଭର୍ସିଟି ଅଫ୍‌ ଓ୍ବିସ୍‌କନ୍‌ସିନ୍‌-ମାଡିସନ୍‌ ଫୁଲ୍‌ବ୍ରାଇଟ୍‌ ସ୍କଲାର ଭାବେ ପରିଚିତ ରାଣାଙ୍କ ସାହିତ୍ୟ ପ୍ରତି ପିଲାଟିବେଳୁ ଅନୁରାଗ ଥିବାରୁ ସେ ଲେଖିବାରେ ମନୋନିବେଶ କରିଥିଲେ। ୨୦୧୦ରେ ‘ଦି ଡେଲି ଟେଲିଗ୍ରାଫ୍‌’ ତାଙ୍କୁ ବ୍ରିଟେନ୍‌ର ୪୦ ବର୍ଷରୁ କମ୍‌ ଶ୍ରେଷ୍ଠ ଔପନ୍ୟାସିକ ଆଖ୍ୟା ଦେଇଥିଲା। ଏପରି କି ‘ଲ ମନ୍‌ଦ’ ୨୦୧୪ରେ ଆସନ୍ତାକାଲିର ପୃଥିବୀ ପାଇଁ ବିଶିଷ୍ଟ ୭୦ ଜଣ ବ୍ୟକ୍ତିଙ୍କ ତାଲିକାରେ ତାଙ୍କୁ ସ୍ଥାନ ଦେଇଥିଲା। କମନ୍‌ଓ୍ବେଲ୍‌ଥ ପୁରସ୍କାର, ରିସ୍‌ଜାଡ୍‌ କାପୁସିନ୍ସକି ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ରାଣା ଜେସିବି ପ୍ରାଇଜ୍‌ ଫର୍‌ ଲିଟେରେଚରର ଲେଖକ ନିର୍ଦ୍ଦେଶକ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ସାହିତ୍ୟ ଜୟଯାତ୍ରା ବିଷୟରେ ଦେଖିଲେ ପ୍ରଥମ ଉପନ୍ୟାସ ‘ଟୋକିଓ କ୍ୟାନ୍‌ସଲ୍‌ଡ’ ସାମ୍ନାକୁ ଆସିଥାଏ। ଏକ ବିମାନବନ୍ଦରରେ ୧୩ ଜଣ ଯାତ୍ରୀ ରାତିସାରା ଅଟକିଯିବା ପରେ ସମସ୍ତେ ଗୋଟିଏ ଲେଖାଏ କାହାଣୀ କହିଚାଲିଥିଲେ। ବିଶ୍ୱର ବିଭିନ୍ନ ସହରର ଏହି ଯାତ୍ରୀ ହୋଇଥିବାରୁ ସେମାନେ ନିଜ ନିଜ ଅଞ୍ଚଳର ପରୀ କଥା, କାଳ୍ପନିକ ଓ ସ୍ବପ୍ନବିଳାସ ଭର୍ତ୍ତି ଗପ ବଖାଣିଥିଲେ। ଏକବିଂଶ ଶତାବ୍ଦୀର ଜୀବନକୁ ଅନ୍ବେଷଣ କରିବା ମଧ୍ୟରେ କୋଟିପତି, ଚଳଚ୍ଚିତ୍ର ତାରକା, ଦେଶାନ୍ତରୀ ଶ୍ରମିକ, ବେଆଇନ ଅନୁପ୍ରବେଶକାରୀ ଓ ନାବିକମାନେ ଏହିସବୁ କାହାଣୀରେ ଜୀବନ୍ତ ହୋଇ ଉଠିଛନ୍ତି। ଟୋକିଓ କ୍ୟାନ୍‌ସଲ୍‌ଡରେ ଚରିତ୍ରଗୁଡ଼ିକ ସମୟର ନିଖୁଣଭାବକୁ ଦର୍ଶାଇ ପାରିଥିବାରୁ ୨୦୦୫ରେ ଜନ୍‌ ଲିଓ୍ବେଲିନ୍‌ ରିଜ୍‌ ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ଏହି ପୁସ୍ତକ ସ୍ଥାନ ପାଇଥିଲା।
ରାଣାଙ୍କ ଦ୍ୱିତୀୟ ଉପନ୍ୟାସ ‘ସୋଲୋ’ ଉଭୟ ବିଂଶ ଓ ଏକବିଂଶ ଶତାବ୍ଦୀର କାହାଣୀ ଉପରେ ଆଧାରିତ ଏକ କୃତି। ଏଥିରେ ୧୦୦ ବର୍ଷୀୟ ବୁଲ୍‌ଗେରିଆ ବୃଦ୍ଧ ପାଲଟି ଯାଇଛନ୍ତି କାହାଣୀକାର। ବିଂଶ ଶତାବ୍ଦୀରେ କମ୍‌ ସଫଳତା ପାଇଥିବା ଏହି ବ୍ୟକ୍ତି ଏକବିଂଶ ଶତାବ୍ଦୀରେ ଐଶ୍ୱରିକ ଶକ୍ତି ହାସଲ ଲାଗି ଦେଖନ୍ତି ଦିବାସ୍ବପ୍ନ। ପୁରୁଣା ଶତାବ୍ଦୀର ଆଦର୍ଶଗତ ପରୀକ୍ଷଣ ଶେଷ ହୋଇଯିବା ପରେ ଚମକିଲା ଭଳି ଚରିତ୍ର ତାଙ୍କ ଆଖି ଆଗକୁ ଆସିଯାଉଛି। ସେଥିରେ କଳ୍ପନାଲୋକ ବାହାରେ ଉଭୟ ରାକ୍ଷସ ଓ ଦେବଦୂତଙ୍କୁ ଦେଖିବାକୁ ମିଳିଛି। ସମୀକ୍ଷକଙ୍କ ମତରେ ବିଗତ ୧୦୦ ବର୍ଷରେ ଦେଖାଦେଇଥିବା ଭୁଲ ବାଙ୍କ ଖୋଜିବାରେ ଏକବିଂଶ ଶତାବ୍ଦୀ ଏକାକୀ ସଫଳ ହେଉଛି। ତେଣୁ ବିଶ୍ୱ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି କରୁଥିବା ବସ୍ତୁକୁ ବାହାର କରିଦେଇ ନୂଆ କିଛି କରିବା ଲାଗି ସମ୍ଭବତଃ ସୋଲୋ ସାହସ କରିଥିବା ଦେଖିବାକୁ ମିଳିଛି। ସୋଲୋ ୨୦ ଭାଷାରେ ଅନୂଦିତ ହୋଇଛି। ରାଣାଙ୍କ ତୃତୀୟ ପୁସ୍ତକ ‘କ୍ୟାପିଟାଲ: ଏ ପୋଟ୍ରେଟ୍‌ ଅଫ୍‌ ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରୀ ଡେଲି’ ହେଉଛି ବାସ୍ତବଧର୍ମୀ କୃତି। ଏବେ ସେ ‘ନେସନ୍‌-ଷ୍ଟେଟ୍‌’ ମଧ୍ୟରେ ଦେଖାଦେଉଥିବା ସଙ୍କଟ ସମ୍ପନ୍ଧୀୟ ବିଷୟବସ୍ତୁକୁ ନେଇ ଲେଖନୀ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?