Posted inଖେଳ

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ସ୍ପେନର ରାଫାଲ ନାଡାଲ ମଧ୍ୟ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଆମେରିକାର ୩୭ ବର୍ଷୀୟା ଷ୍ଟାର ଖେଳାଳି ସେରେନା ଜର୍ମାନୀର ଜୁଲିଆ ଜର୍ଜେସଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ସେ ୧୬ ଥର ପାଇଁ ଓ୍ବିମ୍ବେଲଡନରେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇିଛନ୍ତି। ଏହି ପର୍ଯ୍ୟାୟରେ ସେ ସ୍ପେନର କାର୍ଲା ସୁଆରେଜଙ୍କ ସହିତ ମୁକାବିଲା କରିବେ। ଅଷ୍ଟ୍ରେଲିଆର ବାର୍ଟି ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ହାରଏତ୍‌ ଡାର୍ଟଙ୍କ ବିପକ୍ଷରେ ୬-୧, ୬-୧ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଆମେରିକାର ଅଣସିଡ୍‌ ଆଲିସନ ରିସ୍କେଙ୍କୁ ଭେଟିବେ। ଆମେରିକାର ୧୫ ବର୍ଷୀୟା ପ୍ରତିଭା କୋକୋ ଗଫ୍‌ ଓ୍ବିମ୍ବେଲଡନରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ବିଶ୍ୱର ୩୧୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ସ୍ଲୋଭେନିଆର ପୋଲୋନା ହରକଗ୍‌ଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ତଥା ପୂର୍ବତନ ଫ୍ରେଞ୍ଚ ଓପନ ଚାମ୍ପିୟନ ସିମୋନା ହାଲେପ୍‌ଙ୍କ ସହିତ ମୁକାବିଲା କରିବେ। ଦୁଇଥର ଚାମ୍ପିୟନ ପେଟ୍ରା କ୍ୱିଟୋଭା ୫ବର୍ଷ ମଧ୍ୟରେ ପ୍ରଥମ ଥର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଶେଷଥର ପାଇଁ ସେ ୨୦୧୪ରେ ସେ ଏହି ସଫଳତା ହାସଲ କରିଥିଲେ ଏବଂ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ଚେକ୍‌ ରିପବ୍ଲିକର ୬ଷ୍ଠ ସିଡ୍‌ କ୍ୱିଟୋଭା ପୋଲାଣ୍ଡର ମାଗ୍‌ଡା ଲିନେଟିଙ୍କୁ ୬-୩, ୬-୨ ସେଟରେ ହରାଇ ଦେଇଛନ୍ତି। ବ୍ରିଟିଶ ନମ୍ବର ଓ୍ବାନ ମହିଳା ଖେଳାଳି ଜୋହାନା କୋଣ୍ଟା ମଧ୍ୟ ତାଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ୯ମ ସିଡ୍‌ ଆମେରିକାର ସ୍ଲୋଏନ୍‌ ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଓ୍ବିମ୍ବେଲଡନ ପୁରୁଷ ବିଭାଗରେ ନାଡାଲ ତୃତୀୟ ରାଉଣ୍ଡରେ ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କୁ ୬-୨, ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। କେଇ ନିଶିକୋରି ମଧ୍ୟ ଚତୁର୍ଥ ଥର ପାଇଁ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଜାପାନର ଜଣେ ଖେଳାଳି ହିସାବରେ ସେ ଆଇ ସୁଗିଆମାଙ୍କ ରେକର୍ଡ ସମକକ୍ଷ ହୋଇ ପାରିଛନ୍ତି। ନିଶିକୋରି ୬-୪, ୬-୩, ୬-୨ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନ୍‌ସନ୍‌ଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?