ସୁସ୍ଥ ଦାନ୍ତ ପାଇଁ…

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। ଅଳ୍ପ ସାବଧାନତା ହିଁ ଆମ ଦାନ୍ତକୁ ସୁସ୍ଥ ରଖିଥାଏ।
-ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ୍‌। ହେଲେ ଏଥିରେ ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନ ଥାଏ। ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛିଦିନ ପରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ।
-ରିଫାଇନ୍‌ ମଇଦାରେ ପ୍ରସ୍ତୁତ ହ୍ବାଇଟ୍‌ ବ୍ରେଡ୍‌ ମଧ୍ୟ ଦାନ୍ତ ପାଇଁ ହାନିକାରକ। କାରଣ ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଇଥାଏ। ଏହାସହ ଏଥିରେ ଥିବା ଅତ୍ୟଧିକ ପରିମାଣର କାର୍ବୋହାଇଡ୍ରେଟ୍‌ ଦାନ୍ତ ପାଇଁ ମଧ୍ୟ ହାନିକାରକ ହୋଇଥାଏ।
-କଫିରେ ରହିଛି ପ୍ରଚୁର ପରିମାଣରେ ଏସିଟିକ୍‌ ଗୁଣ। ଯାହା ମୁଖର ପିଏଚ୍‌ ସ୍ତରକୁ କମ୍‌ କରିଥାଏ। ଫଳରେ ଦାନ୍ତ ଦୁର୍ବଳ ହେବା ସହ ଏହା ମଧ୍ୟରେ କଣା ହୋଇଯାଇଥାଏ।
-କଫି ହେଉଛି ଏକ ଡାର୍କ ଡ୍ରିଙ୍କ। ତେଣୁ ଏହାକୁ ନିୟମିତ ପିଇଲେ ଏହାଦ୍ୱାରା ଦାନ୍ତ ଉପରେ ଏକ ପରଳ ଜମା ହୋଇଯାଇଥାଏ। ଫଳରେ କମ୍‌ଦିନ ମଧ୍ୟରେ ଦାନ୍ତ ନଷ୍ଟ ହୋଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri