Posted inଖେଳ

ସୁଲତାନ ଅଫ୍‌ ଜୋହର କପ୍‌: ଶିଳାନନ୍ଦଙ୍କ ଡବଲ୍‌ ଗୋଲ; ଫାଇନାଲରେ ଭାରତ

ଜୋହୋର ବାହରୁ(ମାଲେସିଆ),୧୭।୧୦(ପି.ଟି.)- ଏଠାରେ ଚାଲିଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ରାଉଣ୍ଡ ରବିନ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତ ଫାଇନାଲ ଟିକେଟ ହାସଲ କରିଛି। ସ୍ଥାନୀୟ ଦାୟା ହକି ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ଅଷ୍ଟ୍ରେଲିଆକୁ ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଆ ଫରଓ୍ବାର୍ଡ ଶିଳାନନ୍ଦ ଲାକ୍ରା। ଶିଳାନନ୍ଦ ୨୬ ଓ ୨୯ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲପ୍ରୀତ ସିଂ ୪୪, ଗୁରସାହିବଜିତ୍‌ ସିଂ ୪୮ ଓ ଅଧିନାୟକ ମନଦୀପ ମୋର ୫୦ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇ ଭାରତକୁ ଜିତାଇଥିଲେ। ଭାରତ ପ୍ରଥମେ ୩ଟି ଫିଲ୍ଡ ଗୋଲ ଦେଇଥିଲା ଓ ପରେ ୨ଟି ଗୋଲ୍‌ ପେନାଲ୍ଟି କର୍ନର ମାଧ୍ୟମରେ ପ୍ରଦାନ କରିଥିଲା। ଅଷ୍ଟ୍ରେଲିଆ ତରଫରୁ ଆରୋନ ନାଇଟ୍‌ ୫୭ତମ ମିନିଟ୍‌ରେ ଦଳ ପାଇଁ ଏକମାତ୍ର ଗୋଲ ପେନାଲ୍ଟି କର୍ନର ମାଧ୍ୟମରେ ଦେଇଥିଲେ।
ଅଷ୍ଟ୍ରେଲିଆର ତ୍ରୁଟି କାରଣରୁ ଭାରତ ପ୍ରଥମ ମିନିଟ୍‌ରେ ଗୋଲ ସୁଯୋଗ ହାସଲ କରିଥିଲା। ଗୁରସାହିବଜିତ ଗୋଲ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ରବର୍ଟ ମ୍ୟାକ୍ଲିନାନ୍‌ ଅନ୍ତରାୟ ସୃଷ୍ଟି କରିଥିଲେ। ପ୍ରଥମ କ୍ୱାର୍ଟର ବାକି ସମୟରେ ଉଭୟ ଦଳ ମିଡଫିଲ୍ଡରେ ବଲ୍‌କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଅଷ୍ଟମ ମିନିଟ୍‌ରେ ଅଷ୍ଟ୍ରେଲିଆ ମ୍ୟାଚ୍‌ର ପ୍ରଥମ ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ପ୍ରଶାନ୍ତ ଚୌହାନ ପଡିଆରେ ପ୍ରବେଶ କରିଥିଲେ। ଭାରତ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ତେବେ ଗୁରସାହିମଜିତଙ୍କ ଗୋଲ ଦେବାରେ ବିଫଳ ହୋଇଥିଲେ। ବଲ୍‌ ପୋଷ୍ଟ ଠାରୁ ବହୁ ଦୂରରେ ଚାଲିଯାଇଥିଲା। ଏହାପରେ ଶିଳାନନ୍ଦ ଲାକ୍ରାଙ୍କ କମାଲ ଦେଖିବାକୁ ମିଳିଥିଲା। ଦିଲପ୍ରୀତ ସିଂଙ୍କ ଏକ ସୁନ୍ଦର ପାସ୍‌କୁ ଶିଳାନନ୍ଦ ଗୋଲରେ ପରିଣତ କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା। ତେବେ ଚୌହାନ ଏହାକୁ ପଣ୍ଡ କରି ଭାରତର ଅଗ୍ରଣୀକୁ ବଜାୟ ରଖିଥିଲେ। ଶିଳାନନ୍ଦ ଓ ଦିଲପ୍ରୀତ ମିଳିତ ଭାବେ ଅଷ୍ଟ୍ରେଲିଆ ଡିପେନ୍ସକୁ ଭେଦ କରିବାରେ ସକ୍ଷମ ହୋଇଥିଲେ। ଶିଳାନନ୍ଦ ଦୁଇଟି ଫିଲ୍ଡ ଗୋଲ ଜରିଆରେ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଭାରତ ତୃତୀୟ କ୍ୱାର୍ଟରରେ ଆକ୍ରମାଣାତ୍ମକ ପ୍ରଦର୍ଶନ କରିଥିଲା। ଶିଳାନନ୍ଦ, ସୁଦୀପ ଚିର୍ମାକୋ ଓ ଉତ୍ତମ ସିଂ ଅଷ୍ଟ୍ରେଲିଆ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ବଦଳ ଖେଳାଳି ତଥା ଗୋଲକିପର କ୍ରିଷ୍ଟିଆନ ଷ୍ଟାର୍କି ଭାରତୀୟ ଖେଳାଳିଙ୍କୁ ଗୋଲ ସୁଯୋଗ ଦେଇ ନ ଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ତୃତୀୟ ପେନାଲ୍ଟି କର୍ନର ପାଇଥିଲା। ସଞ୍ଜୟଙ୍କ ଡ୍ରାଗ ପ୍ଲିକ୍‌କୁ ଗୁରସାହାବଜିତ ଗୋଲରେ ପରିଣତ କରିଥିଲେ। ଶେଷରେ ମୋର ପେନାଲ୍ଟି ଜରିଆରେ ଭାରତ ପାଇଁ ପଞ୍ଚମ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ତେବେ ମ୍ୟାଚ୍‌ ଶେଷ ହେବାର ଠିକ୍‌ ୩ ମିନିଟ ପୂର୍ବରୁ ଅର୍ଥାତ୍‌ ୫୭ତମ ମିନିଟ୍‌ରେ ଆରୋନ ନାଇଟ୍‌ ପେନାଲ୍ଟି କର୍ନର ଜରିଆରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ।
ଭାରତ ଏବେ ତା’ର ଅନ୍ତିମ ରାଉଣ୍ଡ ରବିନ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶୁକ୍ରବାର ଗ୍ରେଟ ବ୍ରିଟେନକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୮-୨ ବୃହତ୍‌ ଗୋଲ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହାପରେ ସଂଘର୍ଷପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ଭାରତ ୪-୩ ଗୋଲରେ ଜାପାନଠାରୁ ପରାସ୍ତ ହୋଇଥିଲା। ତେବେ ଭାରତ ଏହାପରେ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri