Posted inଖେଳ

ସୁଲତାନ ଅଫ୍‌ ଜୋହର କପ୍‌: ଶିଳାନନ୍ଦଙ୍କ ଡବଲ୍‌ ଗୋଲ; ଫାଇନାଲରେ ଭାରତ

ଜୋହୋର ବାହରୁ(ମାଲେସିଆ),୧୭।୧୦(ପି.ଟି.)- ଏଠାରେ ଚାଲିଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ରାଉଣ୍ଡ ରବିନ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତ ଫାଇନାଲ ଟିକେଟ ହାସଲ କରିଛି। ସ୍ଥାନୀୟ ଦାୟା ହକି ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ଅଷ୍ଟ୍ରେଲିଆକୁ ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଆ ଫରଓ୍ବାର୍ଡ ଶିଳାନନ୍ଦ ଲାକ୍ରା। ଶିଳାନନ୍ଦ ୨୬ ଓ ୨୯ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲପ୍ରୀତ ସିଂ ୪୪, ଗୁରସାହିବଜିତ୍‌ ସିଂ ୪୮ ଓ ଅଧିନାୟକ ମନଦୀପ ମୋର ୫୦ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇ ଭାରତକୁ ଜିତାଇଥିଲେ। ଭାରତ ପ୍ରଥମେ ୩ଟି ଫିଲ୍ଡ ଗୋଲ ଦେଇଥିଲା ଓ ପରେ ୨ଟି ଗୋଲ୍‌ ପେନାଲ୍ଟି କର୍ନର ମାଧ୍ୟମରେ ପ୍ରଦାନ କରିଥିଲା। ଅଷ୍ଟ୍ରେଲିଆ ତରଫରୁ ଆରୋନ ନାଇଟ୍‌ ୫୭ତମ ମିନିଟ୍‌ରେ ଦଳ ପାଇଁ ଏକମାତ୍ର ଗୋଲ ପେନାଲ୍ଟି କର୍ନର ମାଧ୍ୟମରେ ଦେଇଥିଲେ।
ଅଷ୍ଟ୍ରେଲିଆର ତ୍ରୁଟି କାରଣରୁ ଭାରତ ପ୍ରଥମ ମିନିଟ୍‌ରେ ଗୋଲ ସୁଯୋଗ ହାସଲ କରିଥିଲା। ଗୁରସାହିବଜିତ ଗୋଲ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ରବର୍ଟ ମ୍ୟାକ୍ଲିନାନ୍‌ ଅନ୍ତରାୟ ସୃଷ୍ଟି କରିଥିଲେ। ପ୍ରଥମ କ୍ୱାର୍ଟର ବାକି ସମୟରେ ଉଭୟ ଦଳ ମିଡଫିଲ୍ଡରେ ବଲ୍‌କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଅଷ୍ଟମ ମିନିଟ୍‌ରେ ଅଷ୍ଟ୍ରେଲିଆ ମ୍ୟାଚ୍‌ର ପ୍ରଥମ ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ପ୍ରଶାନ୍ତ ଚୌହାନ ପଡିଆରେ ପ୍ରବେଶ କରିଥିଲେ। ଭାରତ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ତେବେ ଗୁରସାହିମଜିତଙ୍କ ଗୋଲ ଦେବାରେ ବିଫଳ ହୋଇଥିଲେ। ବଲ୍‌ ପୋଷ୍ଟ ଠାରୁ ବହୁ ଦୂରରେ ଚାଲିଯାଇଥିଲା। ଏହାପରେ ଶିଳାନନ୍ଦ ଲାକ୍ରାଙ୍କ କମାଲ ଦେଖିବାକୁ ମିଳିଥିଲା। ଦିଲପ୍ରୀତ ସିଂଙ୍କ ଏକ ସୁନ୍ଦର ପାସ୍‌କୁ ଶିଳାନନ୍ଦ ଗୋଲରେ ପରିଣତ କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା। ତେବେ ଚୌହାନ ଏହାକୁ ପଣ୍ଡ କରି ଭାରତର ଅଗ୍ରଣୀକୁ ବଜାୟ ରଖିଥିଲେ। ଶିଳାନନ୍ଦ ଓ ଦିଲପ୍ରୀତ ମିଳିତ ଭାବେ ଅଷ୍ଟ୍ରେଲିଆ ଡିପେନ୍ସକୁ ଭେଦ କରିବାରେ ସକ୍ଷମ ହୋଇଥିଲେ। ଶିଳାନନ୍ଦ ଦୁଇଟି ଫିଲ୍ଡ ଗୋଲ ଜରିଆରେ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଭାରତ ତୃତୀୟ କ୍ୱାର୍ଟରରେ ଆକ୍ରମାଣାତ୍ମକ ପ୍ରଦର୍ଶନ କରିଥିଲା। ଶିଳାନନ୍ଦ, ସୁଦୀପ ଚିର୍ମାକୋ ଓ ଉତ୍ତମ ସିଂ ଅଷ୍ଟ୍ରେଲିଆ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ବଦଳ ଖେଳାଳି ତଥା ଗୋଲକିପର କ୍ରିଷ୍ଟିଆନ ଷ୍ଟାର୍କି ଭାରତୀୟ ଖେଳାଳିଙ୍କୁ ଗୋଲ ସୁଯୋଗ ଦେଇ ନ ଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ତୃତୀୟ ପେନାଲ୍ଟି କର୍ନର ପାଇଥିଲା। ସଞ୍ଜୟଙ୍କ ଡ୍ରାଗ ପ୍ଲିକ୍‌କୁ ଗୁରସାହାବଜିତ ଗୋଲରେ ପରିଣତ କରିଥିଲେ। ଶେଷରେ ମୋର ପେନାଲ୍ଟି ଜରିଆରେ ଭାରତ ପାଇଁ ପଞ୍ଚମ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ତେବେ ମ୍ୟାଚ୍‌ ଶେଷ ହେବାର ଠିକ୍‌ ୩ ମିନିଟ ପୂର୍ବରୁ ଅର୍ଥାତ୍‌ ୫୭ତମ ମିନିଟ୍‌ରେ ଆରୋନ ନାଇଟ୍‌ ପେନାଲ୍ଟି କର୍ନର ଜରିଆରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ।
ଭାରତ ଏବେ ତା’ର ଅନ୍ତିମ ରାଉଣ୍ଡ ରବିନ୍‌ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶୁକ୍ରବାର ଗ୍ରେଟ ବ୍ରିଟେନକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୮-୨ ବୃହତ୍‌ ଗୋଲ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏହାପରେ ସଂଘର୍ଷପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ଭାରତ ୪-୩ ଗୋଲରେ ଜାପାନଠାରୁ ପରାସ୍ତ ହୋଇଥିଲା। ତେବେ ଭାରତ ଏହାପରେ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri