ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ କାହାର ମଧ୍ୟ ନଜର ପଡ଼ୁ ନାହିଁ। ରାଜ୍ୟକୁ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ତଥା ଜିଲାକୁ ସର୍ବାଧିକ ଡିଏମଏଫ ଟଙ୍କା ଦେଉଥିବା ଯୋଡ଼ାକୁ ଯେପରି ପ୍ରଶାସନିକ କ୍ଷେତ୍ରରେ ଅଲୋଡ଼ା କରିଦିଆଯାଇଛି। ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି ଯେ, ଯୋଡ଼ା ଏକ ଖଣି ଓ ଶିଳ୍ପସମୃଦ୍ଧ ଉପାନ୍ତ ଅଞ୍ଚଳ। ଏଠାକାର ଅଧିବାସୀ ବସ୍‌ ଉପରେ ନିର୍ଭର କରି ନିଜର କର୍ମକ୍ଷେତ୍ରକୁ ଯାଇଥାନ୍ତି ହେଲେ ଦୁଃଖର ବିଷୟ ଯୋଡ଼ାରେ ଏକ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇପାରି ନାହିଁ। ବର୍ତ୍ତମାନ ବସ୍‌ଷ୍ଟାଣ୍ଡଟିରେ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ ଏପରି କି ପ୍ରଚଣ୍ଡ ରୌଦ୍ରରେ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ।
ଏ ନେଇ ତିନିଥର ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ହୋଇଥିବା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଯୋଡ଼ାରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ପାଇଁ ଅନେକ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ କିଛି ଲୋକଙ୍କ ବିରୋଧଯୋଗୁ ତାହା ହୋଇପାରିନାହିଁ। ସରକାରୀ ଜାଗା ବହୁତ ଅଛି, ୨ହଜାର କୋଟି ଟଙ୍କାରୁ ଅଧିକ ଡିଏମଏଫ (ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ)ଅର୍ଥ ରହିଛି। ଏହାର ବିନିଯୋଗ କରାଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇପାରିବ। ଏନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଯୋଡ଼ାର ପୂର୍ବତନ ଉପନଗରପାଳ ପୁରୁଷୋତ୍ତମ ଦାସ କହିଛନ୍ତି ଯେ, ୧୯୯୨-୯୩ ମସିହାରେ ପୌରପାଳିକା ପକ୍ଷରୁ କମାରଯୋଡ଼ା ଠାରେ ବସ୍‌ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ହେତୁ ଏହା ହୋଇପାରି ନ ଥିବା ସେ କହିଛନ୍ତି। ବସ୍‌ ପାଇଁ ଅପେକ୍ଷାରତ ମହିଳା ଯାତ୍ରୀ ସୁନୀତା ହେମ୍ବ୍ରମ, ଲିଲି ମୁଣ୍ଡା, ଜୟଶ୍ରୀ ମିଶ୍ର, ମୋନାଲିସା ଜେନା ପ୍ରମୁଖ କହିଛନ୍ତି ଯେ, ଯୋଡ଼ା ସହରରେ ଯାତ୍ରୀଙ୍କ ପାଇଁ ଏକ ଛାଉଣି ମଧ୍ୟ ନାହିଁ। ପୌରପାଳିକାର ଉଦାସୀନତା ଯୋଗୁ ବସ୍‌ଷ୍ଟାଣ୍ଡରେ କୌଣସି ପ୍ରକାର ଯାତ୍ରୀ ସୁବିଧା ହୋଇପାରୁ ନାହିଁ। କିଛିଦିନ ତଳେ ରୋଟାରୀ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେଶିନ ଲଗାଯାଇଥିଲେ ହେଁ ପୌରପାଳିକା ଟାଙ୍କିରୁ ଜଳ ଯୋଗାଣ ହୋଇ ନ ଥିବାରୁ ଏହା ଖରାପ ହୋଇଯାଇଥିଲା। ଏହାକୁ କ୍ଲବ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲେ। ଏହି ସବୁ ଅବ୍ୟବସ୍ଥା ଉପରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ରେଷ୍ଟ ଶେଡ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜଳଛତ୍ର କରି ହାଣ୍ଡିରେ ଜଳ ମଧ୍ୟ ରଖାଯାଇଛି। ସେଠାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ତେଣେ ଶୌଚାଳୟ ସବୁବେଳେ ଚାବି ପଡ଼ୁଛି ବୋଲି ବହୁ ଯାତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେଣେ ଯୋଡ଼ାରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ନ ଦେଲେ ଯୋଡ଼ା ବିକାଶ ପରିଷଦ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଭାପତି ବହିଦାର, ପବିତ୍ର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri