ସୁବିଧାଠାରୁ ବହୁ ଦୂରରେ ଯୋଡ଼ା ବସ୍‌ଷ୍ଟାଣ୍ଡ

0ଯୋଡ଼ା,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହର ବସ୍‌ଷ୍ଟାଣ୍ଡର ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡ଼ୁଥିବା ବେଳେ ଏହି ବସ୍‌ଷ୍ଟାଣ୍ଡ ପ୍ରତି ଯୋଡ଼ା ପୌରପାଳିକା କିମ୍ବା ଜିଲା ପ୍ରଶାସନ କାହାର ମଧ୍ୟ ନଜର ପଡ଼ୁ ନାହିଁ। ରାଜ୍ୟକୁ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ତଥା ଜିଲାକୁ ସର୍ବାଧିକ ଡିଏମଏଫ ଟଙ୍କା ଦେଉଥିବା ଯୋଡ଼ାକୁ ଯେପରି ପ୍ରଶାସନିକ କ୍ଷେତ୍ରରେ ଅଲୋଡ଼ା କରିଦିଆଯାଇଛି। ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି ଯେ, ଯୋଡ଼ା ଏକ ଖଣି ଓ ଶିଳ୍ପସମୃଦ୍ଧ ଉପାନ୍ତ ଅଞ୍ଚଳ। ଏଠାକାର ଅଧିବାସୀ ବସ୍‌ ଉପରେ ନିର୍ଭର କରି ନିଜର କର୍ମକ୍ଷେତ୍ରକୁ ଯାଇଥାନ୍ତି ହେଲେ ଦୁଃଖର ବିଷୟ ଯୋଡ଼ାରେ ଏକ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇପାରି ନାହିଁ। ବର୍ତ୍ତମାନ ବସ୍‌ଷ୍ଟାଣ୍ଡଟିରେ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାର, ଶୌଚାଳୟ ଏପରି କି ପ୍ରଚଣ୍ଡ ରୌଦ୍ରରେ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ।
ଏ ନେଇ ତିନିଥର ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ହୋଇଥିବା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଯୋଡ଼ାରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ପାଇଁ ଅନେକ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ କିଛି ଲୋକଙ୍କ ବିରୋଧଯୋଗୁ ତାହା ହୋଇପାରିନାହିଁ। ସରକାରୀ ଜାଗା ବହୁତ ଅଛି, ୨ହଜାର କୋଟି ଟଙ୍କାରୁ ଅଧିକ ଡିଏମଏଫ (ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ)ଅର୍ଥ ରହିଛି। ଏହାର ବିନିଯୋଗ କରାଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇପାରିବ। ଏନେଇ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଯୋଡ଼ାର ପୂର୍ବତନ ଉପନଗରପାଳ ପୁରୁଷୋତ୍ତମ ଦାସ କହିଛନ୍ତି ଯେ, ୧୯୯୨-୯୩ ମସିହାରେ ପୌରପାଳିକା ପକ୍ଷରୁ କମାରଯୋଡ଼ା ଠାରେ ବସ୍‌ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ହେତୁ ଏହା ହୋଇପାରି ନ ଥିବା ସେ କହିଛନ୍ତି। ବସ୍‌ ପାଇଁ ଅପେକ୍ଷାରତ ମହିଳା ଯାତ୍ରୀ ସୁନୀତା ହେମ୍ବ୍ରମ, ଲିଲି ମୁଣ୍ଡା, ଜୟଶ୍ରୀ ମିଶ୍ର, ମୋନାଲିସା ଜେନା ପ୍ରମୁଖ କହିଛନ୍ତି ଯେ, ଯୋଡ଼ା ସହରରେ ଯାତ୍ରୀଙ୍କ ପାଇଁ ଏକ ଛାଉଣି ମଧ୍ୟ ନାହିଁ। ପୌରପାଳିକାର ଉଦାସୀନତା ଯୋଗୁ ବସ୍‌ଷ୍ଟାଣ୍ଡରେ କୌଣସି ପ୍ରକାର ଯାତ୍ରୀ ସୁବିଧା ହୋଇପାରୁ ନାହିଁ। କିଛିଦିନ ତଳେ ରୋଟାରୀ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେଶିନ ଲଗାଯାଇଥିଲେ ହେଁ ପୌରପାଳିକା ଟାଙ୍କିରୁ ଜଳ ଯୋଗାଣ ହୋଇ ନ ଥିବାରୁ ଏହା ଖରାପ ହୋଇଯାଇଥିଲା। ଏହାକୁ କ୍ଲବ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲେ। ଏହି ସବୁ ଅବ୍ୟବସ୍ଥା ଉପରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ, ରେଷ୍ଟ ଶେଡ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜଳଛତ୍ର କରି ହାଣ୍ଡିରେ ଜଳ ମଧ୍ୟ ରଖାଯାଇଛି। ସେଠାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ତେଣେ ଶୌଚାଳୟ ସବୁବେଳେ ଚାବି ପଡ଼ୁଛି ବୋଲି ବହୁ ଯାତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେଣେ ଯୋଡ଼ାରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ନ ଦେଲେ ଯୋଡ଼ା ବିକାଶ ପରିଷଦ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଭାପତି ବହିଦାର, ପବିତ୍ର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri