ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଯାଜପୁର ରୋଡ,୮ା୮(ନି.ପ୍ର): ଦୀର୍ଘଦିନ ଧରି ପୋଲିସକୁ ଚକ୍‌ମା ଦେଖାଇ ଯାଜପୁର ରୋଡ, କେନ୍ଦୁଝର, କଳିଙ୍ଗନଗର ସମେତ ଅନ୍ୟ ଜିଲାଗୁଡିକରେ ଡକାୟତି କରିଆସୁଥିବା ୬ଜଣଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ଯାଜପୁର ରୋଡ ପୋଲିସ। ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ଯନ୍ତ୍ରପାତି ସହ ଚୋରି ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ହୁଡିସାହିର ଚଗଲା ପାତ୍ର (୩୮), ଶ୍ରୀକାନ୍ତ ଲୋହାର(୧୯), ଧବଳଗିରି ଅଞ୍ଚଳ ଯୋଗୀ ସାହିର ବନମାଳି ସଏ (୧୯), ବିଶ୍ୱ ରଞ୍ଜନ ପୃଷ୍ଟି(୨୨), ରାଜୁ ସିରିକା(୨୦) ଓ ଚୋରି ଜିନିଷ କିଣିଥିବା ମୋହନ ବେହେରା(୨୬)।
ବ୍ୟାସ ସରୋବରରେ ଏକ ଡକାୟତ ଦଳ ସୁନା ଦୋକାନରେ ବଡ଼ ଧରଣର ଚୋରି କରିବା ପାଇଁ ଯୋଜନା କରୁଥିଲେ। ଯାଜପୁର ଏସ୍‌ପି ଚରଣ ସିଂ ମୀନା ବିଶେଷ ସୂତ୍ରରୁ ଖବରପାଇ ଯାଜପୁର ରୋଡ ଥାନାଧିକାରୀ ଅନୀଲ କୁମାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେବା ପରେ ମହାନ୍ତି ଅନ୍ୟ ଅଫିସର ଓ କର୍ମଚାରୀଙ୍କୁ ନେଇ ମଙ୍ଗଳବାର ବ୍ୟାସ ସରୋବରକୁ ଘେରାଉ କରିଥିଲେ। ଚଢାଉ କରି ଡକାୟତି ଯୋଜନାକୁ ପଣ୍ଡ କରିଥିଲେ। ବୁଧବାର ଯାଜପୁର ଏସ୍‌ପି ଚରଣ ସିଂ ମୀନା ଏକ ଖବରଦାତା ସମ୍ମିଳନୀରେ ଡକାୟତଙ୍କ ଖୁଲାସା କରିଛନ୍ତି। ସେମାନଙ୍କଠାରୁ ଏକ ଖଣ୍ଡା, ଲୁହା ରଡ, କଟର ମେଶିନ, ସ୍କୃ ଡାଇଭର, ମ୍ୟାପ, ମଙ୍କି କ୍ୟାପ ଜବଦ କରିବା ସହିତ ୪ଟି ଚୋରା ବାଇକ୍‌, ୫ଟି ଲ୍ୟାପ୍‌ଟପ୍‌, ଡିଜିଟାଲ କ୍ୟାମରୋ, ୫ଟି ହାତ ଘଣ୍ଟା, ୨ଟି ସୁନା ମୁଦି, ୨ଟି ପେନ୍‌ଡ୍ରାଇଭ୍‌, ଗୋଟିଏ ରାଉଟର, ୨ଟି ନକଲି ଚେନ, ଗୋଟିଏ ପାୱାର ବ୍ୟାଣ୍ଡକୁ ପୋଲିସ ଜବତ କରିଛି। ଯାଜପୁର ରୋଡ ଥାନାରେ ହୋଇଥିବା ବିଭିନ୍ନ ମାମଲାରେ ଏହି ଡକାୟତମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲା ଘସିପୁରା ଥାନାରେ ମଧ୍ୟ ଏହି ଡକାୟତଙ୍କ ନାଁରେ ମାମଲା ରହିଛି। ଚଗୁଲୁ ଓ ଶ୍ରୀକାନ୍ତଙ୍କୁ ରିମାଣ୍ଡରେ ଅଣାଯାଇ ତାଙ୍କଠାରୁ ତଥ୍ୟ ସଂଗ୍ରହ କରି ଏହି ଡକାୟତ ଦଳରେ ସମ୍ପୃକ୍ତ ଆହୁରି ଅନେକ ଜଣଙ୍କୁ ପୋଲିସ ଗିରଫ କରିବ ବୋଲି ସୂଚନା ଦେଇଛି। ୬ଜଣ ଅଭିଯୁକ୍ତଙ୍କୁ ଯାଜପୁର ରୋଡ କୋର୍ଟକୁ ପଠାଯାଇଛି। ବିଚାରପତି ସେମାନଙ୍କ ଜାମିନ ନାମଞ୍ଜୁର କରି ରଗଡି ଉପକାରାଗାରକୁ ପଠାଇ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ କେଦାରନାଥ ସାହୁ, ଥାନାଧିକାରୀ ମହାନ୍ତି, ଏସଆଇ ପବିତ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri