Posted inଖେଳ

ସୁଇମିଂ ପୁଲ୍‌ ନ ଖୋଲିଲେ ଅବସର ନେଇପାରନ୍ତି ବିର୍ଦ୍ଧଓ୍ବାଲ

ନୂଆଦିଲ୍ଲୀ, ୧୪ା୬ (ପି.ଟି.)-ସୁଇମିଂ ଟ୍ରେନିଂ ଆରମ୍ଭ ହୋଇ ପାରି ନ ଥିବାରୁ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ବିର୍ଦ୍ଧଓ୍ବାଲ୍‌ ଖାଡ଼େ। କୋଭିଡ୍‌-୧୯ ଯୋଗୁ ସୁଇମିଂ ପୁଲ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ଦ୍ୱାରା ଟୋକିଓ ଅଲିମ୍ପିକ୍ସ ପାଇଁ ଭଲ ରୂପେ ପ୍ରସ୍ତୁତି ହୋଇ ପାରିବ ନାହିଁ। କଟକଣା ଉଠିବାରେ ବିଳମ୍ବ ଘଟିଲେ ସୁଇମିଂରୁ ସେ ଅବସର ନେବାଲାଗି ବିଚାର କରିପାରନ୍ତି ବୋଲି ବିର୍ଦ୍ଧଓ୍ବାଲ କହିଛନ୍ତି। ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଓ ୟୁନାଇଟେଡ୍‌ କିଙ୍ଗଡମ୍‌ ସମେତ ବହୁ ଦେଶ ସେମାନଙ୍କ ସୁଇମିଂପୁଲ ଖୋଲିବା ସହ ଆଥଲେଟମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ଦେଇ ସାରିଲେଣି। ଲକ୍‌ଡାଉନ୍‌ ସମୟରେ ସରକାର କେତେକ କ୍ଷେତ୍ରରେ କୋହଳ କରିଛନ୍ତି। ହେଲେ ମାର୍କେଟ, ଶପିଂ ମଲ୍‌ ଓ ସୁଇମିଂ ପୁଲ୍‌ ଖେଳିବାକୁ ଅନୁମତି ଦେଇ ନାହାନ୍ତି। ଭାରତରେ ୩ ମାସ ହେଲା ସନ୍ତରଣକାରୀମାନେ ସୁଇମିଂପୁଲ୍‌ ବ୍ୟବହାର କରିପାରି ନାହାନ୍ତି। କିନ୍ତୁ ଇତିିମଧ୍ୟରେ ଅନ୍ୟ ଆଥଲେଟମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଟ୍ରେନିଂ ଆରମ୍ଭ କରିସାରିଲେଣି। ସନ୍ତରଣକାରୀମାନେ ମଧ୍ୟ ତାହା କରିପାରିବେ। କର୍ତ୍ତୃପକ୍ଷ ସନ୍ତରଣକାରୀଙ୍କ ସମସ୍ୟା ଦୂର କରିବେ ବୋଲି ମୋର ଆଶା। ତା’ ନହେଲେ ମୋ ଭଳି ଅନ୍ୟ କେତେକ ସନ୍ତରଣକାରୀ ଅବସର କଥା ଚିନ୍ତା କରିପାରନ୍ତି ବୋଲି ବିର୍ଦ୍ଧଓ୍ବାଲ ପ୍ରକାଶ କରିଛନ୍ତି। ଦେଶର ଏଲିଟ୍‌ ସନ୍ତରଣକାରୀମାନଙ୍କୁ ଟ୍ରେନିଂ ଆରମ୍ଭ କରିବା ଲାଗି ଅନୁମତି ବ୍ୟବସ୍ଥା କରିବା ଲାଗି ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଇତିମଧ୍ୟରେ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏ ବିଷୟରେ ଗୃହମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri