ସୀମା ଟପିଲା ପୁଅ-ବୋହୂଙ୍କ ନିର୍ଯାତନା: ସବୁ ସମ୍ପତ୍ତି ଦାନ କରିବେ ଜାନକୀ

ପାରଳାଖେମୁଣ୍ଡି,୨୦ା୯(ସ୍ବ.ପ୍ର.)-ଏକମାତ୍ର ପୁଅ-ବୋହୂଙ୍କ ନିର୍ଯାତନା ଆଇ ସହ୍ୟ ହୋଇନାହିଁ। ବାଧ୍ୟହୋଇ ଜଣେ ୭୫ବର୍ଷୀୟ ବୃଦ୍ଧା ପୁଅକୁ ନିଜ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ସବୁ ସମ୍ପତ୍ତି ସେ ଦାନ କରିବା ସହ ନିଜ ଘରକୁ ବୃଦ୍ଧାଶ୍ରମ କରିବା ପାଇଁ ଗଜପତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପାରଳାଖେମୁଣ୍ଡି ଗୋପିନୀ ସାହି ବାସିନ୍ଦା ଡା. ରାମଚନ୍ଦ୍ର ଅଧିକାରୀଙ୍କ ସ୍ତ୍ରୀ ହେଉଛନ୍ତି ଜାନକୀ ଅଧିକାରୀ। ତାଙ୍କର ଗୋଟିଏ ପୁଅ ଏବଂ ୩ଟି ଝିଅ ରହିଥିବାବେଳେ ସମସ୍ତେ ବିବାହିତ ଅଟନ୍ତି। ତେବେ ପୁଅ ସୁନୀଲ୍‌ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ଗାଳିଗୁଲଜ ଓ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏହି ସବୁ ନିର୍ଯାତନା ଅସହ୍ୟ ହେବାପରେ ମହିଳା ଜଣକ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବା ସହ ନିଜ ଘରକୁ ‘ଜାନକୀରାମ’ ନାମରେ ଏକ ବୃଦ୍ଧାଶ୍ରମ କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ସେ ସେହି ବୃଦ୍ଧାଶ୍ରମରେ ଅନ୍ୟ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ରହିବେ, ନଚେତ୍‌ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ ନିଜ ସମ୍ପତ୍ତି ଝିଅ, ପୁଅ କାହାରିକୁ ମଧ୍ୟ ଦେବାପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜାନକୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି। ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇଦେବ ଏବଂ ତାଙ୍କୁ ସହଯୋଗ କରିବ ବୋଲି ଏସ୍‌ପି ଶର୍ମା କହିଛନ୍ତି। ଏହାସହ ପୁଅ-ବୋହୂଙ୍କୁ କାଉନସେଲିଂ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶୁକ୍ରବାର ରାତି ସୁଦ୍ଧା ଉଭୟେ ଥାନାକୁ ଆସି ପୋଲିସ ନିକଟରେ ନିଜ ପକ୍ଷ ରଖିବା ପାଇଁ ନୋଟିସ୍‌ କରାଯାଇଛି। ଏଥିରେ ସହଯୋଗ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭିତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ଆଜିଠାରୁ ଆରମ୍ଭ ହେବ ଜନଗଣନା; ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ,୧୭।୮: ଆଜିଠାରୁ ଅର୍ଥାତ ସୋମବାରଠାରୁ ଭାରତର 2027 ଜନଗଣନାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ – ଯେଉଁଠାରେ…

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri