ସିସିଟିଭି ନଜରରେ ରହିବ ଫୁଲବାଣୀ ସହର

ଫୁଲବାଣୀ ଅଫିସ, ୮ା୨ -ଏଥର ସାବାଡ ହେବେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକ। ବ୍ୟାଙ୍କ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ଚୋରି ଏବଂ ଛିନ୍‌ତାଇ କରି ଖସି ଯାଉଥିବା ଅପରାଧୀ ଆଉ ଖସିବା ସମ୍ଭବ ହେବ ନାହିଁ । କାରଣ ସମଗ୍ର ସହର ଏଥର ସିସିଟିଭି ଅଧିନରେ ରହିବ ।
ଫୁଲବାଣୀ ସହରରେ ସିସିଟିଭି ଲାଗିବା ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା । ଏହା ନ ଥିବାରୁ ଚୋରି, ଡକାୟତି ଆଦି ବଢ଼ି ଚାଲିଥିଲା । ଗତ ସଡକ ସୁରକ୍ଷା କମିଟି ବୈଠକରେ ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲାଗିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା। ଏବେ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ା ସହରର ଗୋଗପନ୍ଧୁ ଛକ, ବସ୍‌ ଷ୍ଟାଣ୍ଡ, ଏଫ୍‌ସିଆଇ ଛକ, ଜଗନ୍ନାଥ ମନ୍ଦିର ଛକ, ପେଟ୍ରୋଲ ପମ୍ପ ଛକ, ମାଦିକୁନ୍ଦା ଛକ, କଲେଜ ଛକ, ଷ୍ଟେଟ ବ୍ୟାଙ୍କ ସମ୍ମୁଖ, କୋର୍ଟ ଛକରେ ସିସି ଟିଭି ଲାଗିବ। ଶୁକ୍ରବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ା ଏସ୍‌ପି ପ୍ରତୀକ ଗୀତା ସିଂ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ସମସ୍ତ ସିସିଟିଭିର କଣ୍ଟ୍ରୋଲ ରୁମ ଫୁଲବାଣୀ ଟାଉନ ଥାନାରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ସରକାରୀ ଆଇଟିଆଇରେ ସିଟ ସଂଖ୍ୟା ସୀମିତ:ବହୁ ଛାତ୍ରୀଛାତ୍ର ହେଉଛନ୍ତି ଶିକ୍ଷାରୁ ବଞ୍ଚିତ

ଦାରିଙ୍ଗବାଡି, ୨୯।୫ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଶିଳ୍ପ ନ ଥିଲେ ମଧ୍ୟ ବହୁ ଛାତ୍ରୀଛାତ୍ର ଏବେ ନିଜ ଦକ୍ଷତା ବୃଦ୍ଧି ଓ ସ୍ବରୋଜଗାର ପାଇଁ ସରକାରୀ ଆଇଟିଆଇରେ…

ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରୋଗୀ: ସେବା ପାଇଁ ଆଗେଇ ଆସିଲେ ୩ ଯୁବକ, ସାଉଁଟୁଛନ୍ତି ପ୍ରଶଂସା

ଦାରିଙ୍ଗବାଡି,୨୯।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଜାରି ରହିଛି। ଗତ ୨ ଦିନ ହେଲା କାଳ ବୈଶାଖୀର…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri