ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣା ବର୍ଷେ ପୂରିଲା; ୫ କାଉଣ୍ଟରରୁ ୧୭ ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧ା୭-  ୨୦୧୮ ଜୁନ ୨୬ ତାରିଖରେ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର ୬ ଏଟିମ୍‌ କାଉଣ୍ଟରକୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ସେଥିମଧ୍ୟରୁ ୫ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏହି ଗ୍ୟାଙ୍ଗ ଗୋଟିଏ ରାତିରେ କାରନାମା ଦେଖାଇଥିଲେ। ତଦନ୍ତ ବେଳେ ଲୁଟେରା ଗ୍ୟାଙ୍ଗ ହରିୟାଣାର ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏବେ ଏହି ଘଟଣାକୁ ବର୍ଷେ ପୂରିଗଲା । ହେଲେ ଅଦ୍ୟାବଧି ପୋଲିସ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିପାରିନାହିଁ । ବିଗତ ବର୍ଷରେ ପୋଲିସ ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ‘କ୍ଲିନ୍‌ କ୍ରିମିନାଲ’ ଅଭିଯାନ ଆରମ୍ଭ କରିଥିଲା। ବହୁ ଦୁର୍ଦ୍ଦାନ୍ତଙ୍କୁ ଏନ୍‌କାଉଣ୍ଟର କରିଛି। ହେଲେ ଏହି ସିରିଜ୍‌ ଏଟିଏମ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ ଆଜିଯାଏ କରିପାରିନାହିଁ ।
ସେହିପରି ସହରରେ ଘଟିଥିବା ବଡ଼ଧରଣର ଚୋରି, ପୋଲିସ ପରିଚୟ ଦେଇ ଲୁଟ୍‌ ଭଳି ଘଟଣାର ଏବେ ବି ସୁରାକ୍‌ ପାଇପାରିନାହିଁ। ଏହିସବୁ ଘଟଣା ଏବେ ବଢ଼ୁଛି ଲୁଟ୍‌, ଗଡୁଛି ଫାଇଲ ଭଳି ସ୍ଥିତିରେ ରହିଯାଇଛି। ମାମଲା ପରେ ମାମଲା ଥାନାରେ ରୁଜୁ ହେଉଛି, ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରୁନାହିଁ ।
ସୂଚନାଯୋଗ୍ୟ, ୨୦୧୮ରେ ପ୍ରଥମେ ଗୋଳନ୍ଥରା ଥାନା ହଳଦିଆପଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍‌ କାଉଣ୍ଟର ମେଶିନ ପୋଡ଼ି ଦିଆଯାଇଥିବା ଜଣାପଡ଼ିଥିଲା। ଲୁଟେରାମାନେ ଗ୍ୟାସ କଟରରେ ଆଇରନ ଚେଷ୍ଟକୁ କାଟି ଟଙ୍କା ଲୁଟି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ପରେ ଖୋଡ଼ାସିଂ, ଆଙ୍କୁଲି, ଲାଞ୍ଜିପଲ୍ଲୀ ଓ ଗୋଷାଣୀନୂଆଗଁାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ମେଶିନ ଭାଙ୍ଗି ଟଙ୍କା ଚୋରି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା । ଏହା ସହିତ କାଉଣ୍ଟରରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା। କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଯେଉଁମାନେ ଚିହ୍ନଟ ହୋଇଛନ୍ତି ତନ୍ମଧରୁ ଅଧିକାଂଶ ମୁହଁ ଘୋଡ଼ାଇ ରହିଥିଲେ। ସେପଟେ ପୋଲିସ ପୂର୍ବରୁ ବ୍ରହ୍ମପୁର ସହରରେ ଏଟିଏମ୍‌ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିଥିଲା। ହେଲେ ପୋଲିସକୁ କୌଣସି ସଫଳତା ମିଳିପାରିଲା ନାହିଁ। ସେହିପରି ଅନ୍ୟ ଜିଲାରେ ହୋଇଥିବା ଏଟିଏମ୍‌ ଲୁଟ ଘଟଣାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ଥିବା ନେଇ ସୂଚନା ମିଳିଥିଲା। ଏଣୁ ବ୍ରହ୍ମପୁରରେ ମଧ୍ୟ ହୋଇଥିବା ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଥିଲା। ଏହି ଗ୍ୟାଙ୍ଗକୁ କାବୁ କରିବା ପାଇଁ ସେହି ସମୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଳନ୍ଥରା, ଗୋଷାଣୀନୂଆଗାଁ ଓ ଗୋପାଳପୁରରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ପୋଲିସ ବ୍ୟାଙ୍କ ଓ ଏଟିଏମ୍‌ କାଉଣ୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହି ଆସୁଥିଲା। ସୁରକ୍ଷା କର୍ମୀ ରହୁ ନ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରଗୁଡ଼ିକୁ ଲୁଟେରାମାନେ ଟାର୍ଗେଟ କରି ୫ କାଉଣ୍ଟରରୁ ୧୭ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ। ଘଟଣାକୁ ବର୍ଷେ ପୂରିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସକୁ ସେଭଳି କୌଣସି ସଫଳତା ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri