ସିନେ କଳାକାରଙ୍କ କାର ଧକ୍କାରେ ଯୁବକ ଗୁରୁତର

ପାତ୍ରପଡ଼ା,୧୦।୯(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁର ନିକଟରେ ସୋମବାର ରାତିରେ ଜଣେ ଓଡ଼ିଆ ସିନେ କଳାକାରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ସ୍ଥାନୀୟ ଅଞ୍ଚଳର ରଞ୍ଜନ ନାୟକ। ଏହା ପରେ ସ୍ଥାନୀୟ ଲୋକେ ଦୁଘର୍ଟଣା ଘଟାଇଥିବା କାରକୁ ଅଟକାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ଶ୍ୟାମପୁର ଅଞ୍ଚଳରେ ଓଡ଼ିଆ ଫିଲ୍ମ ଶୁଟିଂ ଚାଲିଥିଲା। ଜଣେ କଳାକାର ଆସିଥିବା ଏକ ନମ୍ବର ବିହୀନ କାର ଶୁଟିଂ ସେଟ ନିକଟରେ ଛିଡା ହୋଇଥିବା ବେଳେ ଚାଳକ ଜଣକ କାରକୁ ପଛକୁ ନେଉଥିଲେ। ଏହି ସମୟରେ ସେଠାରେ ଶୁଟିଂ ଦେଖୁଥିବା ରଞ୍ଜନଙ୍କୁ କାରଟି ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଧକ୍କା ଦେବା ପରେ ଲୋକମାନେ ହୋ ହଲ୍ଲା କରିବାରୁ ଚାଳକ ଗାଡିକୁ ଆଗକୁ ନେଉଥିବା ବେଳେ ଲୋକମାନେ କାରକୁ ଘେରିଯାଇଥିଲେ। ପରେ ଶୁଟିଂ ସେଟର କଳାକାରମାନେ କାର ଛାଡି ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ସହ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri