ସିନାପାଲି କଲେଜରେ ଅଭିଭାବକ ସମ୍ମିଳନୀ:ଅଭିଭାବକ-ଅଧ୍ୟାପକ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାର ବିକାଶ ସମ୍ଭବ

ସିନାପାଲି,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି କଲେଜରେ ଅଭିଭାକମାନଙ୍କୁ ନେଇ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିନାପାଲି କଲେଜ ସମସ୍ତ ଅଭିଭାକଅଭିଭାବିକାମାନଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ମୋହନ ସାହୁ ଅଧ୍ୟକ୍ଷତା କରିଥିଲେ । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ସମ୍ମିଳନୀରେ ଅଭିଭାବକ, କଲେଜ ଅଧ୍ୟାପକ, ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସୁସମ୍ପର୍କ ଭାବେ ଆଦାନ ପ୍ରଦାନରେ ସମନ୍ବୟ ରହିଲେ ଶିକ୍ଷାର ବିକାଶ ବେଶ୍‌ ସୁଦୃଢ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ପ୍ରଥମେ ବାଗଦେବୀ ସରସ୍ବତୀଙ୍କ ଫଟୋଚିତ୍ର ମାଲ୍ୟାଅର୍ପଣ ଓ ଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁସମ୍ପର୍କ ଓ ସମନ୍ବୟକୁ ନେଇ ଅଧ୍ୟାପକମାନେ ଅଭିଭାବକମାନଙ୍କୁ ସୂଚାରୁ ରୂପେ ବୁଝାଇଥିଲେ। କଲେଜ ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ, ବ୍ରଜମୋହନ ଧାକଡ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରତୁଳ ପଣ୍ଡା ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କଲେଜ ଅଧ୍ୟାପକ ଉଦୟନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତ୍ରିଲୋଚନ ମାଝି ଓ ଗୋଦାବରୀଶ ନାଏକ ଅଭିଭାବକମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସିନାପାଲି ଅଞ୍ଚଳର ବିଭିନ୍ନ ଗାଁରୁ ପ୍ରାୟ ୨ ଶହ ଅଭିଭାବକ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ମଣ୍ଡି ଖୋଲିବାର ୧୨ ଦିନ ପରେ ବି ସ୍ବାଭାବିକ ହେଲାନି: ଚାଷୀ ମହଲରେ..

ନୂଆପଡ଼ା,୩ା୬(ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବିଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇ ୨୫ରୁ ଜିଲାର ସମସ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ଲଟେରି ମାଧ୍ୟମରେ ବଣ୍ଟନ ହେଲା ମଦ ଦୋକାନ

ନୂଆପଡ଼ା,୨୯ା୫(ମକାରୁ ବେମାଲ): ନୂଆପଡ଼ା ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ସଦ୍‌ଭାବନା ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri