ସିଂଲା ଦୋଳବାଡ଼ ଗ୍ରାମରେ ୧୪୪ ଧାରା ଜାରି

ବସ୍ତା,୨୬।୯(ସ୍ବ.ପ୍ର)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଦୋଳବାଡ଼ ଗାଁରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ଜଣାପଡ଼ିଛ। ଜନୈକ ପରିବାର ଗ୍ରାମରେ ଥିବା ମନ୍ଦିର ପାଖ ସରକାରୀ ରାସ୍ତାକୁ ଘରୋଇ ଭାବେ ବ୍ୟବହାର କରିବାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ ଉପଜିଲାପାଳ ନୀଲୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ, ଅତିରିକ୍ତ ତହସିଲଦାର ମୋହିନୀ କୁମାର ନାୟକ, ସିଂଲା ପୋଲିସ ସଦଳବଳେ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଗଣ୍ଡଗୋଳ ଆଶଙ୍କାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଥିବା ପ୍ରଶାସନ ପକ୍ଷରୁ କହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri