Posted inଖେଳ

ସାବାସ୍‌ ସିନ୍ଧୁ

ଭାରତର ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବେ ଟପ୍‌ ଫର୍ମରେ। ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ଯୋଡ଼ିଛନ୍ତି ଆଉ ଏକ ସ୍ବର୍ଣ୍ଣିମ ସଫଳତା। ସୁଇଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ମହିଳା ସିଙ୍ଗଲ୍ସରେ ସେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ। ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଇତିହାସ ରଚିଛନ୍ତି ଏହି ହାଇଦ୍ରାବାଦୀ ଲଳନା…

ରବିବାର ଥିଲା ବିଶ୍ୱ କ୍ରୀଡ଼ାଜଗତ ପାଇଁ ଘଟଣା ବହୁଳ। ସେହିଦିନ ଏକାଧିକ ଖେଳ ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଥିଲା। ସୁଇଜରଲାଣ୍ଡର ବାସେଲ ସହରରେ ଚାଲିଥିବା ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନଶିପର ଫାଇନାଲ ଥିବାରୁ ଭାରତୀୟଙ୍କ ନଜର ସ୍ବତଃ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁଙ୍କ ଉପରେ ରହିଥିଲା। କ୍ରିକେଟ ପ୍ରେମୀମାନେ ୱେଷ୍ଟଇଣ୍ଡିଜ-ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ଟେଷ୍ଟର ଫଳାଫଳ ଉପରେ ତୀକ୍ଷ୍‌ଣ ନଜର ରଖିଥିବାବେଳେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍‌ ସିରିଜ୍‌ ଅନ୍ତର୍ଗତ ତୃତୀୟ ଟେଷ୍ଟର ଫଳାଫଳ ଅତ୍ୟନ୍ତ ରୋମାଞ୍ଚକ ହୋଇଥିଲା। ସେ ଦିନ ଓଡ଼ିଶାବାସୀ ମଧ୍ୟ ଗର୍ବ ଅନୁଭବ କରିବାଭଳି ଘଟଣା ଘଟିଥିଲା। ପ୍ରଥମ ଭାରତୀୟଭାବେ ଓଡିଶାର ପ୍ରମୋଦ ଭଗତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସରେ ଚାମ୍ପିୟନ ହୋଇଥିଲେ। ପୂର୍ବରୁ ସେ ଡବଲ୍ସରେ ମଧ୍ୟ ଚାମ୍ପିୟନ ହୋଇଥିବାରୁ ବାସେଲ ଡବଲ ସଫଳତା ପାଇଥିଲେ ଏହି ପାରା ବ୍ୟାଡ୍‌ମିଣ୍ଟନ ତାରକା।
ବିଡବ୍ଳ୍ୟୁଏଫ୍‌ (ବ୍ୟାଡ଼ମିଣ୍ଟନ ୱାଲର୍‌ଡ ଫେଡେରେଶନ) ଦ୍ୱାରା ଆୟୋଜିତ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନଶିପ୍‌ର ୨୫ ତମ ସଂସ୍କରଣରେ ଐତିହାସିକ ବିଜୟ ସହ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରିଥିଲେ। ତାଙ୍କର ଏହି ସଫଳତା ପାଇଁ ସମଗ୍ର ବିଶ୍ୱରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଫାଇନାଲରେ ଜାପାନର ତାରକା ଖେଳାଳି ଏବଂ ବିଶ୍ୱ ବ୍ୟାଡ଼ମିଣ୍ଟନ ର଼୍ୟାଙ୍କିଙ୍ଗ୍‌ର ୪ର୍ଥ ସ୍ଥାନରେ ଥିବା ନୋଜୋମି ଓକୁହାରାଙ୍କୁ ସିଧା ସଳଖ ଗେମ୍‌ରେ ମାତ୍ର ୩୮ ମିନିଟ୍‌ ମଧ୍ୟରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲେ ସିନ୍ଧୁ। ଏହା ଥିଲା ଆମ ଦେଶ ପାଇଁ ବଡ ଗୌରବର କଥା। ସୁଇଜରଲାଣ୍ଡର ବାସେଲ ସହରରେ ୧୯ରୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ବିଶ୍ୱର ୪୫ ଦେଶରୁ ମୋଟ ୩୫୯ ଖେଳାଳି ଭାଗ ନେଇଥିଲେ। ଏହି ମେଗା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗର ସିଙ୍ଗଲ୍ସ, ଡବଲ୍ସ ସହିତ ମିକ୍ସଡ୍‌ ଡବଲ୍ସ ପାଇଁ ବିଶ୍ୱ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଫାଇନାଲକୁ ମିଶାଇ ମୋଟ ୬୪ ଟି ମ୍ୟାଚ୍‌ ଖେଳାଯାଇଥିଲା। ୨୦୧୮ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୩୦ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚାଇନାର ନାନ୍‌ଜିଙ୍ଗ ସହରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୪୮ ଦେଶର ମୋଟ ୩୫୭ ଖେଳାଳି ପ୍ରତିନିଧିତ୍ୱ କରିଥିଲେ। ଏହାର ମହିଳା ସିଙ୍ଗଲ୍ସ ଫାଇନାଲରେ କାରୋଲିନ ମାରିନ୍‌ଙ୍କ ଠାରୁ ହାରି ପିଭି ସିନ୍ଧୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇ ଥିଲେ। ଏଥର କିନ୍ତୁ ଅଭିଜ୍ଞତାର ଉପଯୋଗ କରି ବିଜୟ ମୁକୁଟ ପିନ୍ଧିଛନ୍ତି ଏହି ଭାରତୀୟ ଲଳନା।
ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ଏସିଆ ମହାଦେଶରୁ ଚାଇନା, ଜାପାନ, ଥାଇଲାଣ୍ଡ, ଇଣ୍ଡୋନେସିଆ, କୋରିଆ, ଚାଇନିଜ୍‌-ତାଇପେ, ମାଲେସିଆ, ଥାଇଲାଣ୍ଡ, ଭାରତ ପ୍ରମୁଖ ଦେଶ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୟୁରୋପ ମହାଦେଶର ସୁଇଜରଲାଣ୍ଡ, ଡେନମାର୍କ ବ୍ୟାଡ଼ମିଣ୍ଟନର ବିଶ୍ୱ ର଼୍ୟାଙ୍କିଙ୍ଗରେ ସ୍ଥାନ ପାଇବା ପାଇଁ ସକ୍ଷମ ହୋଇଛନ୍ତି। ୨୦୧୧ରୁ ବିଡବ୍ଲୁଏଫ୍‌ର ବିଶ୍ୱ ର଼୍ୟାଙ୍କିଙ୍ଗ ଆରମ୍ଭ ହୋଇଥିଲା। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡିକର ସଫଳତା ଆଧାରରେ ବିଶ୍ୱସ୍ତରୀୟ ଖେଳାଳିମାନଙ୍କର ର଼୍ୟାଙ୍କିଙ୍ଗ୍‌ କରାଯାଇଥାଏ। ୨୦୧୮-୧୯ ରେ ଚାଇନା, ମାଲେସିଆ, ଥାଇଲାଣ୍ଡ, ସୁଇଜରଲାଣ୍ଡ, ଭାରତ, ଚାଇନିଜ୍‌ ତାଇପେ ଏବଂ ଜାପାନର ଖେଳାଳିମାନେ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି। ପୁରୁଷ ବିଭାଗ୍‌ରେ ଲିନ୍‌ ଡାନ୍‌, ଚେନ୍‌ ଲଙ୍ଗ୍‌ ସନ୍‌ ୱାନ-ହୋ, ଭିକ୍ଟର ଆକ୍ସଲେସନ, ଭାରତର କିଡାମ୍ବି ଶ୍ରୀକାନ୍ତ ପ୍ରମୁଖ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିବା ବେଳେ ମହିଳା ବିଭାଗରେ ଲି ଦୁଏରୁଲ, ସାଇନା ନେହ୍ବାଲ, କାରୋଲିନା ମାରିନ୍‌, ତାଇଟିନୁ ଲଙ୍ଗ୍‌, ଏକାନେ ୟାମାଗୁଚିଙ୍କ ପରି ନାମୀଦାମୀ ଖେଳାଳି ଚାମ୍ପିୟନଶିପ୍‌ରେ ଭାଗ ନେଇ ଟୁର୍ନାମେଣ୍ଟର ଶୋଭା ବର୍ଦ୍ଧନ କରିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ବର୍ତ୍ତମାନ ପୁରୁଷ ବିଭାଗରେ ଜାପାନର ତାରକା ଖେଳାଳି କେଣ୍ଟୋ ମୋମୋଟା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତର ଷ୍ଟାର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ୯ମ ସ୍ଥାନରେ ରହିଛନ୍ତି। ସେହିପରି ମହିଳା ବିଭାଗରେ ଚାଇନିଜ୍‌ ତାଇପେର ତାଇଜୁ ଲଙ୍ଗ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତର ପି.ଭି. ସିନ୍ଧୁ ୫ମ ସ୍ଥାନରେ ଏବଂ ସାଇନା ନେହ୍ବାଲ ୮ମ ସ୍ଥାନରେ ରହିଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପୁରୁଷ ଏବଂ ମହିଳା ଖେଳାଳିଙ୍କ ମଧ୍ୟରେ ସାଇନା ନେହ୍ବାଲ, ପି.ଭି. ସିନ୍ଧୁ, କିଡାମ୍ବି ଶ୍ରୀକାନ୍ତ, ସାଇ ପ୍ରଣୀତ୍‌, ଏଚ୍‌.ଏସ୍‌. ପ୍ରଣୟ, ସମୀର ବର୍ମାଙ୍କ ପରି ଖେଳାଳି ବିଶ୍ୱର ତାରକା ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡିକରେ ବେଶ୍‌ ଟକ୍କର ଦେଉଥିବାର ଦେଖାଯାଉଛି, ଯାହା କି ଆମ ଦେଶର ବ୍ୟାଡ଼ମିଣ୍ଟନ ପ୍ରେମୀ ଏବଂ ପ୍ରତ୍ୟେକ କ୍ରୀଡାବିତ୍‌ ମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ପୂର୍ବତନ ଖେଳାଳି ପ୍ରକାଶ ପାଦୁକନ୍‌ଙ୍କ ପରେ ଶ୍ରୀକାନ୍ତ ବିଡବ୍ଲୁଏଫ୍‌ ର଼୍ୟାଙ୍କିଙ୍ଗରେ ୧ ନମ୍ବର ମାନ୍ୟତା ପାଇବା ଆମ ପାଇଁ ବେଶ୍‌ ସୁନାମ ଆଣିଥିଲା। ଭାରତର ପୂର୍ବତନ ତାରକା ଖେଳାଳିଙ୍କ ମଧ୍ୟରେ ଅପର୍ଣ୍ଣା ପୋପଟ, ପୁଲେଲା ଗୋପୀଚାନ୍ଦ, ସୟଦ ମୋଦୀ, େତନ ଆନନ୍ଦ, ପ୍ରଣୟ କୁମାର, ପାରୁପଲ୍ଲୀ କାଶ୍ୟପ, ଅଶ୍ୱିନୀ ପୋନ୍ନାପା, ିରାଗ ସେଠୀ ଏବଂ ଏନ୍‌.ସିକ୍କି ରେଡ୍ଡିଙ୍କ ପରି ଖେଳାଳି ସେମାନଙ୍କର ଦକ୍ଷତା ମାଧ୍ୟମରେ ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ବ୍ୟାଡମିଣ୍ଟନ ଗେମ୍‌ରେ ୧୯୭୭ରୁ ଚାଇନା ଖେଳାଳିମାନେ ଆଧିପତ୍ୟ ବିସ୍ତାର କରି ଆସୁଥିବା ବେଳେ କ୍ରମେ ଇଣ୍ଡୋନେସିଆ, ଡେନମାର୍କ, ଦକ୍ଷିଣ କୋରିଆ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରି ଚାଇନା ଖେଳାଳିଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିଲେ। ମାତ୍ର ନବେ ଦଶକରେ ଭାରତ ତାର ନିିଜସ୍ବ ଉଦ୍ୟମରେ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବାକୁ ସକ୍ଷମ ହେଲା। ବର୍ତ୍ତମାନର ବିଶ୍ୱଚାମ୍ପିୟନ ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ଜିତିବା ପରେ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନକୁ ଉଠିଥିଲେ। ପ୍ରଦର୍ଶନ ଦୃଷ୍ଟିରୁ ଲିନ୍‌ଡାନ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଡ଼ମିଣ୍ଟନ ଖେଳାଳିର ମାନ୍ୟତା ହାସଲ କରିଛନ୍ତି।
ବିଶ୍ୱ ବ୍ୟାଡ଼ମିଣ୍ଟନ ଇତିହାସରେ ଭାରତୀୟ ଖେଳାଳିଙ୍କର କେତେକ ପ୍ରଦର୍ଶନ ଅଭୁଲା ହୋଇ ରହିଛି। ବି.ଡବ୍ଲୁ.ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତର ପ୍ରକାଶ ପାଦୁକୋନ ଏବଂ ଶ୍ରୀକାନ୍ତ ଶୀର୍ଷ ଖେଳାଳିଙ୍କ ମଧ୍ୟରେ ରହିଥିଲେ। ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନରେ ପାଦୁକୋନ ଏବଂ ପୁଲେଲା ଗୋପୀଚାନ୍ଦ ଚାମ୍ପିୟନ ହୋଇଥିବାବେଳେ ସିନ୍ଧୁ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ଏକାଧିକ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପ୍‌ରେ ସିନ୍ଧୁଙ୍କର ଐତିହାସିକ ସ୍ବର୍ଣ୍ଣ ପଦକ ଆମ ଭାରତୀୟ କ୍ରୀଡ଼ାକୁ ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇ ଦେଇଛି। ପ୍ରତ୍ୟେକ ଭାରତୀୟ ଏଥିପାଇଁ ବେଶ୍‌ ଉତ୍ସାହିତ ଏବଂ ଗର୍ବିତ। ବିଶ୍ୱ ବ୍ୟାଡମିଣ୍ଟନରେ ୨୦୧୮ ମସିହାରେ ସର୍ବାଧିକ ଆୟ କରିଥିବା ଖେଳାଳିଙ୍କ ମଧ୍ୟରେ ମାଲେସିଆର ତାରକା ଖେଳାଳି ଲି.ଚୋଙ୍ଗ୍‌ ୱେ ସର୍ବାଧିକ ୩୫ ମିଲିୟନ ୟୁ.ଏସ୍‌. ଡଲାର ପାଇଥିବାବେଳେ, ଚାଇନାର ଲିନ୍‌-ଡାଙ୍ଗ୍‌ ୨୬ ମିଲିୟନ ଏବଂ ଭାରତର ସାଇନା ନେହ୍ବାଲ ୨୪ ମିଲିୟନ ଡଲାର ଅର୍ଥ ରୋଜଗାର କରିବାକୁ ସକ୍ଷମ ହୋଇଥିଲେ।
ଏକାଧିକ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ଭିତ୍ତିକରି ଭାରତବର୍ଷରେ ବ୍ୟାଡ଼ମିଣ୍ଟନ ଏକ ଲୋକପ୍ରିୟ ଖେଳର ମାନ୍ୟତା ହାସଲ କରିଛି। ୧୮୦୦ ଶତାବ୍ଦୀର ମଧ୍ୟଭାଗରୁ ଏହି ଖେଳ ଆମ ଦେଶରେ ଆରମ୍ଭ ହୋଇଥିବା ବେଳେ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଏହି ଖେଳର ସର୍ବୋଚ୍ଚ ସଂସ୍ଥା ରୂପେ ଏହାର ପ୍ରଚାର ଏବଂ ପ୍ରସାର କରି ଆସୁଛି। ବିଶ୍ୱ ଚାମ୍ପିୟନ ହେବା ପରେ ସିନ୍ଧୁଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଭାରତ ପାଇଁ ବ୍ୟାଡ୍‌ମିଣ୍ଟନ ପାଇଁ ଏକ ନୂଆ ଯୁଗର ଆରମ୍ଭ କରିଛନ୍ତି ସିନ୍ଧୁ। ଯୁବପିଢ଼ି ନିଶ୍ଚିତ ରୂପେ ଏଥିରୁ ଉତ୍ସାହିତ ହେବେ। ଆଗକୁ ରହିଛି ୨୦୨୦ ସମର ଅଲିମ୍ପିକ୍ସ। ଟୋକିଓ ଅଲିମ୍ପିକ୍ସ ପାଇଁ ଏହି ବିରଳ ସଫଳତା ବେଶ୍‌ ନୂତନ ସମ୍ଭାବନା ନେଇ ଆସିବ। ପି.ଭି. ସିନ୍ଧୁ ଏହି ମେଗା ଇଭେଣ୍ଟରେ ଭାରତକୁ ପଦକ ଦେଇ ପୁନର୍ବାର ଇତିହାସ ରଚିବେ ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ବପ୍ନ ଅଟେ। ସାବାସ୍‌ ସିନ୍ଧୁ।

ସଂକ୍ଷେପରେ ସିନ୍ଧୁ

ନାମ: ପୁସର୍ଲା ଭେଙ୍କଟ ସିନ୍ଧୁ
ଜନ୍ମ: ୧୯୯୫ ଜୁଲାଇ ୫, ହାଇଦ୍ରାବାଦ, ତେଲେଙ୍ଗାନା
ଉଚ୍ଚତା: ୧.୭୯ ମିଟର(୫ ଫୁଟ ୧୦ ଇଞ୍ଚ)
ଓଜନ: ୬୦ କେଜି
କ୍ୟାରିୟର: ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ
କୋଚ୍‌: ପୁଲେଲା ଗୋପୀଚାନ୍ଦ
ମହିଳା ସିଙ୍ଗଲ୍ସ
କ୍ୟାରିୟର ରେକର୍ଡ: ୩୧୨ ବିଜୟ,
୧୨୯ ପରାଜୟ
କ୍ୟାରିୟର ଟାଇଟଲ: ୧୫
ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ୍‌: ୨(୨୦୧୭ ଏପ୍ରିଲ ୭)
ବର୍ତ୍ତମାନ ର଼୍ୟାଙ୍କିଙ୍ଗ୍‌: ୫(୨୦୧୯ ଅଗଷ୍ଟ ୨୦)
ପଦକ ରେକର୍ଡ
ଅଲିମ୍ପିକ୍ସ
ବ୍ରୋଞ୍ଜ ପଦକ: ୨୦୧୬, ରିଓ ଡି ଜେନିରୋ, ମହିଳା ସିଙ୍ଗଲ୍ସ
ବିଶ୍ୱ ଚାମ୍ପିୟନଶିପ୍‌
ବ୍ରୋଞ୍ଜ:୨୦୧୩ କୋପେନହାଗେନ, ମହିଳା ସିଙ୍ଗଲ୍ସ
ବ୍ରୋଞ୍ଜ: ୨୦୧୪ ଗୁଆଙ୍ଗଝୋଉ, ମହିଳା ସିଙ୍ଗଲ୍ସ
ରୌପ୍ୟ: ୨୦୧୭ ଗ୍ଲାସ୍‌ଗୋ, ମହିଳା ସିଙ୍ଗଲ୍ସ
ରୌପ୍ୟ: ୨୦୧୮ ନାନ୍‌ଜିଙ୍ଗ୍‌, ମହିଳା ସିଙ୍ଗଲ୍ସ
ସ୍ବର୍ଣ୍ଣ: ୨୦୧୯ ବାସେଲ, ମହିଳା ସିଙ୍ଗଲ୍ସ
ଉବେର କପ୍‌
ବ୍ରୋଞ୍ଜ: ୨୦୧୪ ନୂଆଦିଲ୍ଲୀ, ମହିଳା ଟିମ୍‌
ବ୍ରୋଞ୍ଜ: ୨୦୧୬ କୁନସାନ, ମହିଳା ଟିମ୍‌
ଏସିଆନ ଗେମ୍ସ
ବ୍ରୋଞ୍ଜ: ୨୦୧୪ ଇଞ୍ଚତ୍ଅନ, ମହିଳା ଟିମ୍‌
ରୌପ୍ୟ: ୨୦୧୮ ଜାକର୍ତ୍ତା, ମହିଳା ସିଙ୍ଗଲ୍ସ
ରାଜ୍ୟଗୋଷ୍ଠୀ କ୍ରୀଡ଼ା
ବ୍ରୋଞ୍ଜ: ୨୦୧୪ ଗ୍ଲାସ୍‌ଗୋ, ମହିଳା ସିଙ୍ଗଲ୍ସ
ରୌପ୍ୟ: ୨୦୧୮ ଗୋଲ୍ଡକୋଷ୍ଟ, ମହିଳା ସିଙ୍ଗଲ୍ସ
ସ୍ବର୍ଣ୍ଣ: ୨୦୧୮ ଗୋଲ୍ଡକୋଷ୍ଟ, ମିକ୍ସଡ ଟିମ୍‌
ଏସିଆନ ଚାମ୍ପିୟନଶିପ୍‌
ବ୍ରୋଞ୍ଜ: ୨୦୧୪ ଗିମ୍‌ଚେଅନ, ମହିଳା ସିଙ୍ଗଲ୍ସ
ସାଉଥ୍‌ ଏସିଆନ ଗେମ୍ସ
ରୌପ୍ୟ: ୨୦୧୬ ଗୁଆହାଟୀ, ମହିଳା ସିଙ୍ଗଲ୍ସ
ସ୍ବର୍ଣ୍ଣ: ୨୦୧୬ ଗୁଆହାଟୀ, ମହିଳା ଟିମ୍‌

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri