ସାତ୍‌ସପନ ହେଇଛେ ଆବାସ ଘର: ଦଦ୍‌ରା ଘରେ ମୁଡ଼ ଗୁଁଜିଛନ୍‌ ଗରିବ୍‌ ପରିବାର

ଲାଠୋର, ୨୫।୧ (ଡି.ଏନ୍‌.ଏ.)-
କେନ୍ଦ୍ର ଆର ରାଏଜ୍‌ ସରକାର ଉଭଏ ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ସର୍ଭେରେ ଭୁଲଭଟକା, ପରଶାସନିକ ଅଧ୍‌କାରୀକଁର ଉଦାସିନ୍‌ତା ଲାଗି ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତାଥି ହକ୍‌ଦାର ହିତାଧିକାରୀ ଇ ଅଫିସରୁ ସେ ଅଫିସ ଦଉଡ଼ି ଦଉଡ଼ି ନିହାଲ ହେଇଯାଉଥିଲେ ବି କେହି ତାକର କଥା ନାଇଁ ଶୁନୁଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ଗଁାର କୁମର କୁମ୍ଭାର। ପରିବାର କହେଲେ ମାଏକିନା ଶାନ୍ତି ଆର ଦୁଇ ପୁଓ ମଦନ, ପପୁକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। କୁମର କୁଲିମଜୁରି କରି ଯେନ୍‌ ଦୁଇ ପଏସା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ପରିବାର ଚଲ୍‌ବାର ସଂଗେ ଛୁଆପିଲାକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ସେ ଭଲ ଘରଖଁଡ଼େ ତିଆରି କରବାର ସପନ୍‌ ବି ଦେଖି ନାଇଁପାରବାର। ଯେନ୍‌ ମାଏଟ୍‌ ଖପର ଘରଖଁଡ଼େରେ ପରିବାରଟା ମୁଡ଼ ଗୁଁଜିଛନ୍‌ ସେଟା ବି ଅନେକ ସମିଆରେ ମରାମତି କରି ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଅନେକ ଥର ଅନେକ ସରକାରୀ ବାବୁକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ପଁଚେତ୍‌ରୁ ଫିମାସ ମିଲୁଥିବାର ୨୦ କେ.ଜି. ଚାଉଲକେ ଛାଡ଼ିଦେଲେ ପରିବାରଟା ବାକି କେହେନ୍‌ସି ସରକାରୀ ଯୋଜନାର ଲାଭ ନାଇଁ ପାଏବାର। ଏନ୍‌ତାଥି କୁମର ବଛରକ ଛ’ମାସ ବାହାର ରାଏଜ୍‌କେ ଦାଦନ ଖଟି ଯାଉଥିଲାବେଲେ ବାକି ସମିଆ ପତର ବଁଧା କାମ୍‌ ଲାଗି ବାହାରକେ ଯାଉଛନ୍‌। ଚଲତି ବଛର ବି କୁମର ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଆଶ୍‌ରେ ଅନ୍‌ଲାଇନ ଆବେଦନ କରିଛନ୍‌। ଦୁଇ ପୁଓକେ ନିଜର ଝନେ ଲାଗେଲେସର ଘରେ ପାଠ୍‌ପଢ଼ବାର ଲାଗି ଛାଡ଼ି ଦେଇ ଦୁଇ ମାଏଝି ମୁନୁଷ ବାହାରକେ ପତର ବଁାଧି ଯାଇଛନ୍‌। ଏନ୍‌ତା ଥିତିରେ ଥିବାର ପରିବାରକେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri