Posted inଖେଳ

ସାଣ୍ଟନରଙ୍କ ଛକାରେ ସୁରକ୍ଷା କର୍ମୀ ଆହତ

ହାମିଲଟନ,୧।୧୧- କ୍ରିକେଟ ଏଭଳି ଏକ ଖେଳ କେବେ, କେଉଁଠି ଓ କାହା ସହ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଘରୋଇ ଦଳର ସ୍କୋର ୩୬୫/୮ ଥିବାବେଳେ ମିଚେଲ ସାଣ୍ଟନର ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବାକୁ ଉଦ୍ୟମ କରୁଥିଲେ। ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କ ଏକ ଶର୍ଟ ବଲକୁ ସାଣ୍ଟନର ଫାଇନ ଲେଗ୍‌ ଅଞ୍ଚଳକୁ ଘୂରାଇ ମାରିଥିଲେ। ବଲ୍‌ଟି ସିଧା ବାଉଣ୍ଡ୍ରି ଲାଇନ୍‌ର ଅପରପାଖରେ ଛିଡ଼ା ହୋଇଥିବା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବାଜିଥିଲ। ଇଂଲଣ୍ଡ ଖେଳାଳି ଓ ଫିଲ୍ଡ ଅମ୍ପାୟର ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିଯୋଗୁ ଖେଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ମେଡିକାଲ ଷ୍ଟାଫ୍‌ ତାଙ୍କ ମୁଣ୍ଡରେ ବରଫ ମାଲିସ୍‌ କରିଥିଲେ। ଉକ୍ତ ଗାର୍ଡ ଠିକ୍‌ ଥିବା ଜଣାଇବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri