ସହାୟତା ଅପେକ୍ଷାରେ ବିତୁଛି ଦିନ

ବାହାନଗା, ୧୨ା୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ ରୂପଖଣ୍ଡ ଗ୍ରାମରେ ପକ୍ଷାଘାତ େଋାଗୀ ଶୁକମଣି ମହାଳିକଙ୍କ ପରିବାର ଅସହାୟ ସ୍ଥିତିିରେ ଦିନ ବିତାଉଛନ୍ତି। ଶୁକମଣିଙ୍କ ସ୍ବାମୀ ତ୍ରିଲୋଚନ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ଆଉ କାମଧନ୍ଦା କରିପାରୁ ନାହାନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ ଏକମାତ୍ର ପୁତ୍ର ସୁଦର୍ଶନ ମା’ ବାପାଙ୍କ ମୁହଁରେ ଦାନା ଦେବାକୁ କାମଧନ୍ଦା କରି ସଂଘର୍ଷ ଜାରି ରଖିଛନ୍ତି। ଅର୍ଥାଭାବ କାରଣରୁ ରୋଗଣା ମା’ଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରି ପାରୁ ନ ଥିବାରୁ ସେ ହତାଶ ହୋଇପଡିଛନ୍ତି। ସରକାରଙ୍କଠାରୁ କିଛି ସହାୟତା ପାଇବା ଆଶା ନେଇ ସୁଦର୍ଶନ ନିଜ ରୋଗଣା ମା’ଙ୍କୁ ଧରି ଜିଲାପାଳଙ୍କ ଜନଶୁଣାଣି ଶିବିରକୁ ଆସି ଗୁହାରି ଜଣାଇ ଫେରିଛନ୍ତି। ଏହି ଦୁଃଖୀ, ଅଭାବୀ ପରିବାର ଏବେ ସରକାରୀ ସହାୟତା ଅପେକ୍ଷାରେ ଦିନ ବିତାଉଥିବା କହିଛନ୍ତି।
ମାତ୍ର ୧୦ଗୁଣ୍ଠ ଚାଷ ଜମିକୁ ଛାଡିଦେଲେ ଏହି ପରିବାରର ଅନ୍ୟ କିଛି ସମ୍ବଳ ନାହିଁ ା ସେହି ଜମିକୁ ଚାଷ କରି ଦୁଃଖକଷ୍ଟେ ଚଳନ୍ତି। ୮ବର୍ଷ ତଳେ ଶୁକମଣି ରୋଗାକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ରୋଗ ଭଲ ହେବା ବଦଳରେ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇ ଶେଷରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ କଟକ ନେଇ ଚିକିତ୍ସା କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ପରିବାର ଲୋକେ ଅର୍ଥାଭାବରୁ କଟକ ନେବାକୁ ସମର୍ଥ ହୋଇପାରିନାହାନ୍ତି। ସରକାର ଗରିବ ଲୋକଙ୍କ ଲାଗି ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ବର୍ଷାଦିନେ ସେମାନେ ରହୁଥିବା ସାହିରୁ ମୁଖ୍ୟ ରାସ୍ତାକୁ ବାହାରିବା କଷ୍ଟକର ହୋଇପଡିଛି। ପୂର୍ବରୁ ସାହି ଲୋକେ ଯେଉଁ ସରକାରୀ ଜମି ଦେଇ ଯିବାଆସିବା କରୁଥିଲେ, ତାହା ଜବରଦଖଲ ହୋଇଯାଇଛି। ଏଣୁ ସାହି ଲୋକେ ବିଲହୁଡା ଦେଇ ଯାତାୟାତ କରୁଛନ୍ତି। ଏଭଳି ସ୍ଥିତିରେ ଶୁକମଣିଙ୍କୁ ଚିକିତ୍ସା ଲାଗି କିଭଳି ବାହାରକୁ ନେବେ ଏହି ଚିନ୍ତା ପରିବାରକୁ ଘାରିିିଛି। କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ସେ ତାଙ୍କ ମା’ ଶୁକମଣିଙ୍କୁ ଚିକିତ୍ସା କରାଇପାରନ୍ତେ ବୋଲି ସୁଦର୍ଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ଷମା କରନ୍ତୁ…’, କାହିଁକି ଏମିତି କହି ଜନ୍ତର ମନ୍ତରରୁ ହଟିଗଲେ ଅଭିଜିତ ଦୀପକେ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର ମନ୍ତରରେ ଏକ ମାସରୁ ଅଧିକ ସମୟ ଧରି ପ୍ରତିବାଦ କରୁଥିବା କୋକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri