ସହରରେ ଲୁଟେରା ଆତଙ୍କ

ଢେଙ୍କାନାଳ ଅଫିସ, ୧୯।୨ – ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ କ୍ରମାଗତ ଚୋରି ବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଘରେ କଳାକନା ବୁଲାଇ ସବୁ କିଛି ଲୁଟି ନେଉଛନ୍ତି ଦୁବୃର୍ତ୍ତ। ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଅସାମାଜିକ କାର୍ଯ୍ୟ ଲୋକଙ୍କ ନିଦ ହଜାଇ ଦେଇଥିବାବେଳେ ଆତଙ୍କିତ ଅଞ୍ଚଳବାସୀ ମଙ୍ଗଳବାର ଏସ୍‌ପି ଅନୁପମା ଜେମ୍‌ସଙ୍କ ଫେରାଦ ହୋଇଛନ୍ତି।
ସୋମବାର ବିଳମ୍ବିତ ରାତିରେ ଜିଲା ହୋମିଓପାଥିକ୍‌ ମେଡିକାଲ ଅଫିସର ଡ. କାଳୀଚରଣ ପୂର୍ତ୍ତିଙ୍କ ପରିବାର ସଦସ୍ୟ ଶୋଇଥିବାବେଳେ ଗ୍ରୀଲ୍‌ତାଡ଼ି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଆଲମିରା ଭାଙ୍ଗିଦେବା ସହ ଆସବାବପତ୍ର ଏଣେତେଣେ ଫିଙ୍ଗା ଫୋପଡ଼ା କରିଥିଲେ। କାଳୀଚରଣଙ୍କ ପ୍ୟାଣ୍ଟ ପକେଟରେ ଥିବା ୩୦୦୦ ଟଙ୍କା ନେଇ ସେମାନେ ଛୁ’ ମାରିଥିଲେ। ଯିବା ପୂର୍ବରୁ ଉକ୍ତ ରୁମ୍‌ର କବାଟ ଭିତରପଟୁ ବନ୍ଦ କରିଦେଇଥିଲେ। ଏଥିପୂର୍ବରୁ ଲୁଟେରା ଗ୍ୟାଙ୍ଗ୍‌ ଅନ୍ୟ ଏକ ଘରର ଝରକା ଗ୍ରୀଲ ତାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଭଡ଼ାରେ ରହୁଥିବା ଯଶୋବନ୍ତ ରାଉତଙ୍କ ଘର ଝରକା ତାଡୁଥିବା ବେଳେ ଶବ୍ଦ ଶୁଣି ପରିବାର ସଦସ୍ୟ ଉଠିପଡ଼ି ପାଟି କରିଥିଲେ। ଫଳରେ ଦୁର୍ବୃତ୍ତମାନେ ପାଚେରି ଡେଇଁ ରେଳ ଧାରଣା ଆଡ଼କୁ ପକାଇଥିଲେ। ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚତ୍ ତଦନ୍ତ କରିଛି। ଘଟଣାସ୍ଥଳରୁ ଏକ ମୁଖା ମିଳିଛି। ମାସକ ମଧ୍ୟରେ ଉକ୍ତ ଅଞ୍ଚଳରେ ଚୋରି, ଡକାୟତି, ରାହାଜାନି ଭଳି ୮ ମାମଲା ସାମ୍ନାକୁ ଆସିଛି। ନିକଟରେ କୁଞ୍ଜକାନ୍ତ ଅଞ୍ଚଳର ଏକ ଅର୍ଥଲଗାଣକାରୀ ସଂସ୍ଥାକୁ ଟାର୍ଗେଟ କରିଥିଲେ ଲୁଟେରା ଗ୍ୟାଙ୍ଗ୍‌। କାର୍ଯ୍ୟାଳୟର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ମୋବାଇଲ, ଲାପ୍‌ଟପ୍‌ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଲୁଟି ନେଇଥିଲେ। ଏହାକୁ ବାଦ୍‌ ଦେଲେ ୫ଟି ଚୋରି ଏବଂ ୨ଟି ସୁନା ଚେନ ଲୁଟ୍‌ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri