ସହରରେ ବୁଲୁଛନ୍ତି ବାହାର ଶ୍ରମିକ

କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବୁଧବାର ସହରରେ ଇତସ୍ତତଃ ଭାବେ ବୁଲୁଥିବା ୧୮ଜଣ ଶ୍ରମିକଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ପୋଲିସର ଢିଲାପଣ କରୋନା ସଂକ୍ରମଣ ଆଶଙ୍କା ବଢ଼ାଉଥିବାବେଳେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।
ଆନ୍ଧ୍ରପ୍ରଦେଶରେ କାମ କରୁଥିବା କଙ୍କଡ଼ାହାଡ଼ ଅଞ୍ଚଳର ୧୨ ଶ୍ରମିକ ବୁଧବାର କାମାକ୍ଷାନଗରରେ ବୁଲୁଥିବାବେଳେ ସ୍ବେଚ୍ଛାସେବୀଙ୍କ ନଜର ପଡ଼ିଥିଲା। ଶ୍ରମିକମାନେ ବିଜୟଓ୍ବାଡାଠାରୁ ୬୦ କିମି ଦୂର ଲସରପେଟା ଅଞ୍ଚଳରେ ମାର୍ବଲ କାମ କରୁଥିଲେ। ଲକ୍‌ଡାଉନ ପରେ କାମ ବନ୍ଦ ହୋଇଯିବାରୁ ପଇସା ସରିଯାଇଥିଲା। ଏହାପରେ ସେମାନେ ଘରକୁ ଫେରିବାକୁ ଚିନ୍ତା କରିଥିଲେ। ଏଥିଲାଗି ଜଣକା ୨ହଜାର ଟଙ୍କା ଖର୍ଚ୍ଚ କରି ଏକ ବସ୍‌ରେ ଓଡ଼ିଶା ସୀମାରେ ପହଞ୍ଚତ୍ଥିଲେ। ସେଠାରୁ ଚାଲି ଚାଲି ସୋମବାର ବ୍ରହ୍ମପୁର ଯାଏ ଆସିଥିଲେ। ଟ୍ରକ୍‌ରେ ଲିଫ୍ଟ ମାଗି ଏବଂ ଚାଲିଚାଲି ୩ଦିନରେ କାମାକ୍ଷାନଗରରେ ପହଞ୍ଚତ୍ଥିଲେ। ଉଦ୍ଧାର ଶ୍ରମିକଙ୍କୁ ଖାଇବା ପିଇବାକୁ ଦେବା ପରେ କଙ୍କଡ଼ାହାଡ଼ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ବିଡିଓ ଖଗେଶ୍ୱର ପାତ୍ର କୁହନ୍ତି, ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି କଟକରୁ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ୬ଜଣ ଶ୍ରମିକଙ୍କୁ କେତେଜଣ ସାମାଜିକ କର୍ମୀ ଉଦ୍ଧାର କରି ଖାଇବା ପିଇବାକୁ ଦେଇଥିଲେ। ସେମାନଙ୍କୁ ମଧ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଉଥିବାବେଳେ ଶ୍ରମିକମାନେ ସହରକୁ ପଶିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ କୁହନ୍ତି, ଯେଉଁ ଶ୍ରମିକମାନେ ନଜରକୁ ଆସୁଛନ୍ତି ସେମାନଙ୍କୁ ଉଦ୍ଧାର କରି ରଖାଯାଉଛି। ହେଲେ କେତେକ ଶ୍ରମିକ ଗଳାବାଟ ଦେଇ ସହରକୁ ଆସୁଥିବା ନଜରକୁ ଆସିଛି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri