ସହରକୁ ସ୍ବଚ୍ଛ ରଖିବା ଯୋଜନା : ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

ନୟାଗଡ଼ ଅଫିସ,୫ା୮: ସହର ସ୍ବଚ୍ଛ ରଖିବାକୁ ନୟାଗଡ଼ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ଏଥିଲାଗି ସହର ଉପକଣ୍ଠ କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ପ୍ରଥମେ ସହରରେ ରହୁଥିବା ପରିବାରଗୁଡ଼ିକରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପୌରସଂସ୍ଥା ଦ୍ୱାରା ନିୟୋଜିତ ସଫେଇ କର୍ମଚାରୀମାନେ ଅଲଗା ଭାବେ ସଂଗ୍ରହ କରିବେ। ପରେ ଏହାକୁ ନିର୍ମାଣ ହେବାକୁ ଥିବା ଉକ୍ତ ପ୍ଲାଣ୍ଟକୁ ପଠାଯିବ। ସେଠାରେ ଓଦା ବର୍ଜ୍ୟବସ୍ତୁ ଏକ କୁଣ୍ଡରେ ପକାଯିବ। ଏହା ପରେ ସେଥିରେ ଗୁଡ଼ ଓ ଲୁଣ ଦିଆଯିବ। ୨୧ଦିନ ପରେ ଉକ୍ତ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ଖତରେ ପରିଣତ ହେଲେ ତାହାକୁ ବିକ୍ରି କରାଯିବ। ଉକ୍ତ ପ୍ଲାଣ୍ଟରେ ଏହିଭଳି ୨୮ଟି କୁଣ୍ଡ କରାଯାଇ ପ୍ରତି କୁଣ୍ଡରେ ସେହିଦିନ ବାହାରୁଥିବା ଅଳିଆ ପକାଯିବ। ସେହିଭଳି ଶୁଖିଲା ବର୍ଜ୍ୟବସ୍ତୁକୁ ମଧ୍ୟ ଅଲଗା କରାଯିବ। ଭଙ୍ଗା ଲୁହା, କାଚ, ପ୍ଲାଷ୍ଟିକ ଆଦି ପଦାର୍ଥଗୁଡ଼ିକୁ ଅଲଗା କରାଯାଇ କବାଡ଼ିଆକୁ ବିକ୍ରି କରାଯିବ। ଯେଉଁଗୁଡ଼ିକ ନବୀକରଣ ହୋଇପାରିବ ନାହିଁ ତାହାକୁ କଟକର ଏକ ସିମେଣ୍ଟ କାରଖାନାକୁ ଦିଆଯିବ। ଏହିପରି ସହରର ସମସ୍ତ ଅଳିଆ, ଆର୍ବଜନାକୁ ପ୍ଲାଣ୍ଟରେ ପରିଚାଳନା କରାଯାଇ ଆୟ ଉତ୍ସରେ ପରିଣତ କରାଯିବ।
ପ୍ରକାଶ ଯେ, ପ୍ରତିଦିନ ସହରରୁ ପ୍ରାୟ ୧୦ଟନ୍‌ ଅଳିଆ ବାହାରୁଛି। ତେବେ ପୌର ପରିଷଦର ସୀମା ବଢ଼ିଯିବା ଫଳରେ ଏହା ୧୫ ଟନ୍‌କୁ ବୃଦ୍ଧି ପାଇବା ଆକଳନ କରାଯାଇଛି। ଏତେ ପରିମାଣର ବର୍ଜ୍ୟବସ୍ତୁ ପରିଚାଳନା କରାଯିବା ପାଇଁ ଉକ୍ତ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ୱାରା ପରିବେଶ ସ୍ବାସ୍ଥ୍ୟକର ଓ ସ୍ବଚ୍ଛ ରହିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରକାଶ କରିଛନ୍ତିି। ବର୍ତ୍ତମାନ ସହରରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ସ୍ବଚ୍ଛ ସାଥୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତି ୬୦୦ ପରିବାର ପାଇଁ ଜଣେ ସ୍ବଚ୍ଛ ସାଥୀଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ପ୍ରତି ୨୪୦୦ ପରିବାରରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ କରାଯାଇଛି। ସ୍ବଚ୍ଛ ସାଥୀମାନେ ସହରର ଘର ଘର ବୁଲି କାହା ଘରୁ କେତେ ଅଳିଆ ବାହାରୁଛି ତାହା ଦେଖିବା ସହିତ ଓଦା ଓ ଶୁଖିଲା ଆବର୍ଜନା ଅଲଗା ରଖିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବେ। ସୁପରଭାଇଜରମାନେ ଏହାକୁ ତଦାରଖ କରିବେ। ବର୍ତ୍ତମାନ ସହରରୁ ବାହାରୁଥିବା ଅଳିଆ ସଦର ଥାନା ନିକଟ ଭାଲୁଖୋଲଠାରେ ପଡ଼ୁଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ହେବା ଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ। ସେହିପରି ଭାଲୁଖୋଲଠାରେ ମଳ ଖାଲ କରାଯିବାକୁ ଯୋଜନା ରହିଛି। ଏହି ଯୋଜନା ଦ୍ୱାରା ସହରର ବିଭିନ୍ନ ପାଇଖାନାରୁ ମଳ ସଂଗ୍ରହ କରାଯାଇ ଉକ୍ତ ସ୍ଥାନରେ ହୋଇଥିବା କୁଣ୍ଡ(ଗାତ)ରେ ପକାଯିବ। ପରେ ତାହାକୁ ପରିଚାଳନା କରାଯାଇ ସେଥିରୁ ଜଳ ବାହାର କରାଯାଇ ନିକଟରେ ହେବାକୁ ଥିବା ପାର୍କ ନିମନ୍ତେ ବ୍ୟବହାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri