Posted inଖେଳ

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)-
ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ବଲବୀରଙ୍କ ବିୟୋଗରେ ରାଜ୍ୟର ସୁନାମଧନ୍ୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବଂ ଆହୁରି ଅନେକ କ୍ରୀଡ଼ାବିତ୍‌ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସାକ୍ଷାତ ସୁଯୋଗ ମିଳିଥିଲା
ବଲବୀର ସିଂ ସିନିୟର ହକି ଜଗତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଥିଲେ। ହକିକୁ କ୍ୟାରିୟର କରୁଥିବା ଖେଳାଳିଙ୍କର ସେ ଥିଲେ ଆଦର୍ଶ, ଜଣେ କିମ୍ବଦନ୍ତୀ ଖେଳାଳି। ଅଲିମ୍ପିକ୍ସରେ ୩ ସ୍ବର୍ଣ୍ଣ ପଦକ ହାସଲ କରି ସେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ୧୯୪୮(ଲଣ୍ଡନ)ରେ ତାଙ୍କର ଏହି ଅଭିଯାନ ଆରମ୍ଭ ହୋଇଥିଲା। ୧୯୫୨ (ହେଲସିଙ୍କି) ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସେ ଉପଅଧିନାୟକ ଏବଂ ୧୯୫୬ (ମେଲବୋର୍ନ) ଅଲିମ୍ପିକ୍ସରେ ଅଧିନାୟକ ଥିଲେ। ବିଶ୍ୱର ସେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ହକି ଖେଳାଳି ଥିଲେ। ୧୯୫୨ ଅଲିମ୍ପିକ୍ସରେ ହଲାଣ୍ଡ ବିପକ୍ଷରେ ଭାରତ ୬-୦ ଗୋଲରେ ବିଜୟୀ ହୋଇଥିଲା। ବଲବୀର ନିଜେ ୬ଟି ଯାକ ଗୋଲ ସ୍କୋର କରିଥିଲେ। ସେତେବେଳେ ଏହା ଏକ ରେକର୍ଡ ଥିଲା। ଧ୍ୟାନଚାନ୍ଦଙ୍କ ପରେ ଭାରତର ସଫଳ ଖେଳାଳି କହିଲେ ବଲବୀରଙ୍କ ନାଁ ହିଁ ଆସେ। ୨୦୦୨-୦୩ରେ ଚଣ୍ଡିଗଡ଼ରେ କ୍ୟାମ୍ପ ଚାଲିଥିବାବେଳେ ବଲବୀରଙ୍କ ସହିତ ସାକ୍ଷତ ହେବାର ମୋତେ ସୁଯୋଗ ମିଳିଥିଲା। କ୍ୟାମ୍ପ କେମିତି ଚାଲିଛି ବୋଲି ସେ ପଚାରି ବୁଝିଥିଲେ। ଏପରି ଜଣେ ମହାନ ଖେଳାଳିଙ୍କୁ ହରାଇ ଆମେ ଅତ୍ୟନ୍ତ ମର୍ମାହତ। ହକି ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ପଦ୍ମଶ୍ରୀ ଦିଲୀପ ତିର୍କୀ
ପୂର୍ବତନ ଭାରତୀୟ ହକି ଅଧିନାୟକ

ଗଭୀର ମର୍ମାହତ
ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପାଇଁ ବହୁତ ଦୁଃଖର ଖବର। ବିଶେଷ କରି ହକିକୁ କ୍ୟାରିୟର କରିଥିବା ଆମେମାନେ ଏଥିରେ ଗଭୀର ମର୍ମାହତ। ୯୬ ବର୍ଷରେ ସେ ମୃତ୍ୟୁବରଣ କରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ସୁସ୍ଥ ସବଳ ଥିଲେ ଏବଂ ସବୁବେଳେ ହକି କଥା ହି ଁ ଚିନ୍ତା କରୁଥିଲେ। ତାଙ୍କ ଅବର୍ତ୍ତମାନରେ ହକିଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମୁଁ ପ୍ରାର୍ଥନା କରୁଛି।
ଲାଜରୁସ ବାର୍ଲା, ପୂର୍ବତନ ଭାରତୀୟ ହକି ଖେଳାଳି

ପ୍ରଥମ ପଦ୍ମଶ୍ରୀ ଭାରତୀୟ କ୍ରୀଡ଼ାବିତ୍‌
ଭାରତ ସ୍ବାଧୀନ ହେବାପରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଖେଳାଳି ଭାବେ ବଲବୀର ସିଂ ସିନିୟର ପ୍ରତିଷ୍ଠା ଅର୍ଜନ କରିଥିଲେ। ସେ ୧୯୪୮, ୧୯୫୨ ଓ ୧୯୫୬ରେ ତିନିଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଏହାପରେ ସେ ୧୯୭୫ରେ ଭାରତୀୟ ଦଳର ମ୍ୟାନେଜର ଓ କୋଚ୍‌ଭାବେ ହକି ବିଶ୍ୱକପ ଟାଇଟଲ ମଧ୍ୟ ଜିତିଥିଲେ। ଅଜିତପାଲ ସିଂଙ୍କ ନେତୃତ୍ୱାଧୀନ ଦଳ ଚାମ୍ପିୟନ ହେବା ପଛରେ ବଲବୀରଙ୍କ ପ୍ରେରଣା ଓ ରଣନୀତି ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଅବସରରେ ରୟାଲ ଅପେରା ହାଉସରେ ସମ୍ବର୍ଦ୍ଧିତ ହୋଇଥିବା ୧୬ ଆଇକନିକ୍‌ ଅଲିମ୍ପିକ ଲିଜେଣ୍ଡଙ୍କ ମଧ୍ୟରେ ବଲବୀର ଏକମାତ୍ର ଭାରତୀୟ ଥିଲେ। ବଲବୀର ପରଲୋକ ଗମନ କରିଥିଲେ ହେଁ ତାଙ୍କ କୃତି ଏବଂ କର୍ତ୍ତବ୍ୟନିଷ୍ଠା ସବୁବେଳେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ।
ଅଶୋକ ମହାନ୍ତି
ପୂର୍ବତନ କ୍ରୀଡ଼ା ପ୍ରଶାସକ

ଏକ ଯୁଗର ଅବସାନ
ବଲବୀର ସିଂ ଜୁନିୟରଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା। ସେ ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ। ତାଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ପ୍ରତି ସମବେଦନା ଜଣାଉଛି।
ଦୂତୀ ଚାନ୍ଦ, ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?