ସର୍ଗିମୁଣ୍ଡାରେ ଅନାହାର ମୃତ୍ୟୁ ପ୍ରସଙ୍ଗ: ଦଳିତ ଅଧିକାର ମଞ୍ଚର ବୋଡେନ ବ୍ଲକ ଘେରାଉ

ନୂଆପଡା ଅଫିସ/ବୋଡେନ,୨ା୮-ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ ସର୍ଗିମୁଣ୍ଡା ଗାଁର ଗୌତମ ବେହେରାଙ୍କ ମୃତ୍ୟୁ ଅନାହାର ଜନିତ ହୋଇଥିଲା। ଏହି ଘଟଣା ଉପରେ ଜିଲା ପ୍ରଶାସନ କୌଣସି ଦୃଷ୍ଟି ନ ଦେଇ ଚୁପ ହୋଇ ରହିଛି ବୋଲି ଦଳିତ ଅଧିକାର ମଞ୍ଚ ଅଭିଯୋଗ କରି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ବୋଡେନ ବ୍ଲକ ଘେରାଉ କରିଥିବାବେଳେ ତଦନ୍ତ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସର୍ଗିମୁଣ୍ଡା ଗାଁର ଗୌତମ ଏବଂ ଦେବନ୍ତୀ ଭୋକ ଉପାସରେ ରୋଗରେ ପଡି ଛଟପଟ ହେଉଥିଲେ। ସେମାନଙ୍କୁ ପରବର୍ତ୍ତି ସମୟରେ ବ୍ଲକ ପ୍ରଶାସନ ଉଦ୍ଧାର କରି ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସେଠରେ ଦୀର୍ଘ ମାସେ କାଳ ରହିବା ପରେ ଘରକୁ ଫେରି ଆସିଥିଲେ । ହେଲେ ଗତ ମାସ ୯ ତାରିଖରେ ଭୋକ ଉପାସରେ ପଡି ମୃତ୍ୟୁବରଣ କରିଥିବା ଦଳିତ ଅଧିକାର ମଞ୍ଚ ଅଭିଯୋଗ କରିଛି। କିଛି ଦିନ ତଳେ କର୍ମକତ୍ତାମାନେ ଗାଁକୁ ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ ନେଇ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ ନିର୍ଦ୍ଧାରିତ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଗୁରୁବାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷମାନେ ସ୍ଥାନୀୟ ବିନୋପୁରଠାରୁ ରାଲିରେ ବାହାରିଥିଲେ । ବୋଡେନ ବସ୍ତିସାରା ବିଭିନ୍ନ ନାରାବାଜି କରି ପ୍ରଶାସନର ଅପାରଗତା ଉପରେ ସ୍ଲୋଗାନମାନ ଦେଇଥିଲେ। ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ଏକତ୍ର ହୋଇ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଧାରଣା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ଭିତରକୁ ଏକ ପ୍ରତିନିଧି ଦଳ ଯାଇ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ଗୌତମ ବେହେରାଙ୍କ ମୃତ୍ୟୁକୁ ସରକାର ଅନାହାର ମୃତ୍ୟୁ ବୋଲି ସ୍ବୀକାର କରନ୍ତୁ, ଅନାହାର ମୃତ୍ୟୁ ସକାଶେ ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, ମୃତକ ଗୌତମଙ୍କ ଭଉଣୀ ଦେବନ୍ତୀଙ୍କ ଉଚିତ ଚିକିତ୍ସା କରିବା ସହ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛ। ଏହାପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜିଲାବ୍ୟାପି କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟରାମ ଦୀପ, ରୁପସିଂ ଜଗତ, ବେଣୁଧର ଜଗତ, ଖଗେଶ୍ୱର ଦୀପ, ଧନକର, ଲକ୍ଷ୍ମୀଧର ବେହେରା, ଅଜିତ ବେହେରା, ଜିତେନ୍ଦ୍ର ଜଗତ, ଅରବିନ୍ଦ ଅଦା, ଚିତରଞ୍ଜନ ଜଗତ, ବୁଧୁରାମ ଦୀପ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରସେନ ଦାଶଙ୍କୁ ମିଳିଲା ମହାବୀର ସମ୍ମାନ: ଲୋକନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

କର୍ଲାମୁଣ୍ଡା, ୧୩।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭବାନୀପାଟଣାଠାରେ ୬୨ତମ ମହାବୀର ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଳାବାଡ଼ି। ଯେଉଁଠି ବିକାଶର ଆଲୋକ…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

ଆଦାନୀ ଯୁଆଡ଼େ ଯାଇଛି ମର୍ଡର କରିଛି: ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

ସମ୍ବଲପୁର,୧୩ା୧୧(ପ୍ରମୋଦ ବହିଦାର):ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି କମ୍ପାନୀର ମନମାନି ଓ ଦାଦାଗିରି ବିରୋଧରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?