ସର୍ଗିମୁଣ୍ଡାରେ ଅନାହାର ମୃତ୍ୟୁ ପ୍ରସଙ୍ଗ: ଦଳିତ ଅଧିକାର ମଞ୍ଚର ବୋଡେନ ବ୍ଲକ ଘେରାଉ

ନୂଆପଡା ଅଫିସ/ବୋଡେନ,୨ା୮-ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ ସର୍ଗିମୁଣ୍ଡା ଗାଁର ଗୌତମ ବେହେରାଙ୍କ ମୃତ୍ୟୁ ଅନାହାର ଜନିତ ହୋଇଥିଲା। ଏହି ଘଟଣା ଉପରେ ଜିଲା ପ୍ରଶାସନ କୌଣସି ଦୃଷ୍ଟି ନ ଦେଇ ଚୁପ ହୋଇ ରହିଛି ବୋଲି ଦଳିତ ଅଧିକାର ମଞ୍ଚ ଅଭିଯୋଗ କରି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ବୋଡେନ ବ୍ଲକ ଘେରାଉ କରିଥିବାବେଳେ ତଦନ୍ତ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସର୍ଗିମୁଣ୍ଡା ଗାଁର ଗୌତମ ଏବଂ ଦେବନ୍ତୀ ଭୋକ ଉପାସରେ ରୋଗରେ ପଡି ଛଟପଟ ହେଉଥିଲେ। ସେମାନଙ୍କୁ ପରବର୍ତ୍ତି ସମୟରେ ବ୍ଲକ ପ୍ରଶାସନ ଉଦ୍ଧାର କରି ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସେଠରେ ଦୀର୍ଘ ମାସେ କାଳ ରହିବା ପରେ ଘରକୁ ଫେରି ଆସିଥିଲେ । ହେଲେ ଗତ ମାସ ୯ ତାରିଖରେ ଭୋକ ଉପାସରେ ପଡି ମୃତ୍ୟୁବରଣ କରିଥିବା ଦଳିତ ଅଧିକାର ମଞ୍ଚ ଅଭିଯୋଗ କରିଛି। କିଛି ଦିନ ତଳେ କର୍ମକତ୍ତାମାନେ ଗାଁକୁ ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ ନେଇ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ ନିର୍ଦ୍ଧାରିତ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଗୁରୁବାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷମାନେ ସ୍ଥାନୀୟ ବିନୋପୁରଠାରୁ ରାଲିରେ ବାହାରିଥିଲେ । ବୋଡେନ ବସ୍ତିସାରା ବିଭିନ୍ନ ନାରାବାଜି କରି ପ୍ରଶାସନର ଅପାରଗତା ଉପରେ ସ୍ଲୋଗାନମାନ ଦେଇଥିଲେ। ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ଏକତ୍ର ହୋଇ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଧାରଣା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ଭିତରକୁ ଏକ ପ୍ରତିନିଧି ଦଳ ଯାଇ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ଗୌତମ ବେହେରାଙ୍କ ମୃତ୍ୟୁକୁ ସରକାର ଅନାହାର ମୃତ୍ୟୁ ବୋଲି ସ୍ବୀକାର କରନ୍ତୁ, ଅନାହାର ମୃତ୍ୟୁ ସକାଶେ ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, ମୃତକ ଗୌତମଙ୍କ ଭଉଣୀ ଦେବନ୍ତୀଙ୍କ ଉଚିତ ଚିକିତ୍ସା କରିବା ସହ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛ। ଏହାପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜିଲାବ୍ୟାପି କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟରାମ ଦୀପ, ରୁପସିଂ ଜଗତ, ବେଣୁଧର ଜଗତ, ଖଗେଶ୍ୱର ଦୀପ, ଧନକର, ଲକ୍ଷ୍ମୀଧର ବେହେରା, ଅଜିତ ବେହେରା, ଜିତେନ୍ଦ୍ର ଜଗତ, ଅରବିନ୍ଦ ଅଦା, ଚିତରଞ୍ଜନ ଜଗତ, ବୁଧୁରାମ ଦୀପ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri