ସରିଲାନି ରାଜପଥ ମରାମତି, ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର,୩।୧(ବ୍ୟୁରୋ):ହକି ପୁରୁଷ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମଧ୍ୟଦେଇ ଖୋର୍ଦ୍ଧା-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଉନ୍ନତିକରଣ ତଥା ମରାମତି କାର୍ଯ୍ୟ ଡିସେମ୍ବର ଶେଷସୁଦ୍ଧା ସରିବ। ସର୍ଭିସ ରୋଡ୍‌ ସହ ସହର ଭିତରେ ଥିବା ବିଭିନ୍ନ ରାସ୍ତା, ଡ୍ରେନ୍‌, ଫୁଟ୍‌ପାଥ, ବ୍ୟାରିକେଡ୍‌, ବ୍ରିଜ୍‌ର ଆବଶ୍ୟକ ମରାମତି, ଉନ୍ନତି ସହ ଜବରଦଖଲ ଉଚ୍ଛେଦ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ଶେଷ କରିବାକୁ ଭୁବନେଶ୍ୱର ଉନ୍ନୟକ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚଆଇ) ପକ୍ଷରୁ ପ୍ରାୟୋରିଟି ରୋଡ୍‌ ନେଟ୍‌ଓ୍ବର୍କ (ପିଆର୍‌ଏନ୍‌) ମାଧ୍ୟମରେ ଚାଲିଥିବା ରାଜପଥ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ପରାମର୍ଶ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ଏସବୁ କାମ ଅଧାପନ୍ତରିଆ ରହିଛି। ଅନେକ ସ୍ଥାନରେ ରାସ୍ତାକଡ଼ରୁ କେବଳ ଜବଦରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଆନୁସଙ୍ଗିକ ତଥା ପରବର୍ତ୍ତୀ କାର୍ଯ୍ୟ ଆଗେଇପାରି ନାହିଁ। ସେହିପରି ସହରସାରା ନିର୍ମାଣ ତଥା ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ଅତ୍ୟାବଶ୍ୟକ ନ ଥିଲେ ଡିସେମ୍ବର ୧ ପରେ କୌଣସି ଏଜେନ୍ସି ବା ବିଭାଗ ରାଜପଥରେ ଖୋଳାଖୋଳି ନ କରିବା ପାଇଁ କୁହାଯାଇଥିଲେ ମଧ୍ୟ ମାସ ଶେଷ ପର୍ଯ୍ୟନ୍ତ ଖୋଳାପୋତା ଚାଲିଛି। ଓଭରବ୍ରିଜ ଉପରେ ଦିନରାତି କାମ ଚାଲିଥିଲେ ମଧ୍ୟ ମରାମତି ସରୁନାହିଁ। କଳିଙ୍ଗ ଷ୍ଟାଡ଼ିୟମ୍‌ ଗେଟ୍‌-୯ ସମ୍ମୁଖରେ ନିର୍ମାଣ ଓ ଭଗ୍ନାବଶେଷର ଗଦାହୋଇ ରହିଛି। ଓ୍ବାଟ୍‌କୋ, ଗେଲ୍‌, ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାମ ଚାଲିଛି। ଯୋଜନା ମୁତାବକ ଏମ୍‌ସ ରୋଡ଼ରେ ଆଲୋକୀକରଣ, ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଫୁଟପାଥ୍‌ ମରାମତି, ଲେନ୍‌ ମାର୍କିଂ, ଡୁମୁଡୁମା ନିକଟରେ ଭାଙ୍ଗିରୁଜି ଯାଇଥିବା ଗ୍ରୀଲ୍‌ ମରାମତି, ସିଆର୍‌ପି ଛକରେ ଡ୍ରେନ୍‌ ମରାମତି ଓ ବ୍ୟାରିକେଡ୍‌ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲେ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଉତ୍ତର ଜୋନ୍‌ର ୧୬.୨୧ କି.ମି. ରାସ୍ତା, ଦକ୍ଷିଣ-ପୂର୍ବ ଜୋନ୍‌ର ୨ଟି ଡିଭିଜନରେ ଯଥାକ୍ରମେ ୧୬.୯୪ କି.ମି. ଏବଂ ୨୨.୪୩ କି.ମି. ରାସ୍ତା ଓ ପାରିପାର୍ଶ୍ୱିକ ଉନ୍ନତିକରଣ କରାଯିବାର ଯୋଜନା ରହିଥିଲା। ଦକ୍ଷିଣ-ପଶ୍ଚିମ ଜୋନର ୨୩.୬୭ କି.ମି. ରାସ୍ତାର ମରାମତି ତଥା ଆନୁସଙ୍ଗିକ ସୌନ୍ଦର୍ଯ୍ୟକରଣ ମଧ୍ୟ ସମାପ୍ତ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପାଦଚଲା ରାସ୍ତା ପ୍ରସ୍ତୁତି, ସ୍ବଚ୍ଛତା, ବ୍ୟାରିକେଡିଂ, ରେଲିଂ ମରାମତି, ବିଭିନ୍ନ ସର୍ଭିସ୍‌ ରୋଡ୍‌ରେ ଲେନ୍‌ ମାର୍କିଂ, ଭାଙ୍ଗିଯାଇଥିବା ବ୍ରିଜ୍‌ ଏବଂ କର୍ବ୍‌ର ମରାମତି ତଥା ବିଭିନ୍ନ ସ୍ଥାନରେ ହଟିଯାଇଥିବା ସାଇନେଜ୍‌ ମରାମତି ସହ ନୂତନ ସାଇନେଏଜ୍‌ ସ୍ଥାପନ ଓ ରଙ୍ଗ କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇପାରିନାହିଁ। ଅନ୍ୟପଟେ ଡ୍ରେନ୍‌ ସଫେଇ, ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ସହ ଆଲୋକୀକରଣ, ରାସ୍ତାରେ ସୃଷ୍ଟି ହୋଇଥିବା ବିଭିନ୍ନ ପାଥ୍‌ହୋଲର ମରାମତି କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅସ୍ପଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri