ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର, ୩।୧ (ବ୍ୟୁରୋ):ରାଜଧାନୀର କାନ୍ଥ ବଖାଣୁଛି ଓଡ଼ିଶାର ଏତିହ୍ୟ, ସଂସ୍କୃତି ଓ ପରମ୍ପରାର ଗାଥା। ଶିଳ୍ପୀଙ୍କ ରଙ୍ଗତୂଳୀରେ ସାଧବ ପୁଅଙ୍କ ବୋଇତଯାତଠାରୁ ଆରମ୍ଭ କରି ପଟ୍ଟଚିତ୍ର, ମନ୍ଦିର, ଖଣ୍ଡଗିରି, ଉଦୟଗିରି, ଧଉଳି ଶାନ୍ତିସ୍ତୁପ ଭଳି ବିଭିନ୍ନ କଳାକୃତି ଜୀବନ୍ତ ପ୍ରତ୍ୟେୟ ହେଉଛି। ସହରର ପ୍ରମୁଖ ରାସ୍ତାଗୁଡିକ ନୂଆ ନୂଆ ଲାଗୁଛି। ଆଗକୁ ହକି ବିଶ୍ୱକପ୍‌ ଥିବାରୁ ନବବଧୂ ପରି ସଜେଇ ହେଉଛି ସହର। ପାର୍କରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ସାଜସଜ୍ଜା ଚାଲିଛି। ବିଏମ୍‌ସି, ବିଡିଏ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌, ଏନ୍‌ଏଚ୍‌ଆଇ, ଟିପିସିଓଡିଏଲ୍‌, ଓ୍ବାଟ୍‌କୋ, କ୍ରୁଟ୍‌ ସମସ୍ତେ ମିଳିତ ଭାବେ କାମ କରୁଛନ୍ତି। ସହରର କାନ୍ଥବାଡ଼ରେ ଚିତ୍ର ଆଙ୍କିବା ପାଇଁ ମୋଟ୍‌ ୨୮ଟି ଗ୍ରୁପ୍‌ରେ ପ୍ରାୟ ୫ଶହ ଜଣ ଶିଳ୍ପୀ ନିୟୋଜିତ ହୋଇଛନ୍ତି। ଏମାନଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଗାଇଡ୍‌ କରାଯାଉଛି। ୧୩ ତାରିଖରୁ ବିଶ୍ୱକପ୍‌ ହକି ଆରମ୍ଭ ହେଉଥିବାରୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଚିତ୍ରକଳା ନୁହେଁ ବରଂ ସହରର ବିଭିନ୍ନ ଛକ ସ୍ଥାନ, ଓଭରବ୍ରିଜ୍‌ ତଳ ଆଦି ୫୧ ସ୍ଥାନରେ ପ୍ରସ୍ତର, ସ୍କ୍ରାପ୍‌, ଟେରାକୋଟା ଭସ୍କର୍ଯ୍ୟ ଶୋଭା ପାଇବ। ଇତି ମଧ୍ୟରେ ଜୟଦେବ ବିହାରରେ ହକି ବିଶ୍ୱକପ୍‌ ମଡେଲ ସ୍ଥାପନ କରାଯାଇଛି। ଏଥିପାଇଁ କଳାଭୂମିରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର ଷ୍ଟାମ୍ପ-୩.୦ ଆୟୋଜନ କରାଯାଇଥିଲା। ଏଠାରେ ରାଜ୍ୟ ତଥା ଦେଶବିଦେଶର ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୁ ସହରରେ ସ୍ଥାନିତ କରାଯିବ।
ଏଥିସହ ସହରକୁ ସୁନ୍ଦର କରିବା ପାଇଁ ସବୁଜିମା ଉପରେ ଗୁରୁତ୍ୱ ଦିଆଯାଉଛି। ଭଳିକି ଭଳି ଫୁଲର ସମ୍ଭାରରେ ସଜେଇ ହେଉଛି ସହର। ରାସ୍ତା ମେଡିଆନ୍‌ଠାରୁ ଆରମ୍ଭ କରି ଓଭରବ୍ରିଜ୍‌ ତଳ, ରାସ୍ତାକଡ଼ରେ ବିଭିନ୍ନ ଫୁଲଗଛ, ଅର୍ନାମେଣ୍ଟାଲ ଟ୍ରି ଏବଂ ଘାସ ବିଛାଇ ସବୁଜିମା ସୃଷ୍ଟି କରାଯାଉଛି। ଏହା ରାଜଧାନୀବାସୀ ବିଶେଷକରି ହକି ପାଇଁ ବାହାରୁ ଆସିବାକୁ ଥିବା ଖେଳାଳି, ଅତିଥି ଓ ପ୍ରଶଂସକଙ୍କ ପାଇଁ ଏକ ନୂତନ ପରିବେଶ ପ୍ରଦାନ କରିବ।
ଅପରପକ୍ଷେ ଏବେଠୁ ରାଜଧାନୀରେ ହକି ଫିଭର୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ସହରବାସୀଙ୍କୁ ଏଥିରେ ସାମିଲ କରିବା ପାଇଁ ବିଏମ୍‌ସି, ବିଡିଏ ପକ୍ଷରୁ ଜୋର୍‌ଦାର ପ୍ରୟାସ କରାଯାଉଛି। ସହରରେ ହକିର ପ୍ରଚାର ପ୍ରସାରକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୦ ପର୍ଯ୍ୟନ୍ତ ‘ଚକ୍‌ଦେ ଭୁବନେଶ୍ୱର’ ଥିମ୍‌ ଅଧୀନ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିଛି। ‘ମ୍ୟୁଜିକ୍‌ ଇନ୍‌ ପାର୍କ’ ମାଧ୍ୟମରେ ଲୋକଙ୍କୁ ହକି ସହିତ ଯୋଡ଼ିବାର ପ୍ରୟାସ କରାଯାଉଛି। ପୂର୍ବରୁ ଆଇଜି ପାର୍କରେ ଏହି କାର୍ଯ୍ୟକ୍ରମ ସରିଥିବାବେଳେ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ୩ଦିନ ବିଜୁ ପଟ୍ଟନାୟକ ପାର୍କରେ ଏହା ଆୟୋଜିତ ହୋଉଛି। ଅପରାହ୍ନ ୫ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଝୁମିବେ ଶ୍ରୋତା। ପରେ ବୁଦ୍ଧଜୟନ୍ତୀ ପାର୍କ, ବିଡିଏ ସିଟି ସେଣ୍ଟର, ଏକାମ୍ର କାନନ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କ, ମଧୁସୂଦନ ପାର୍କରେ ଏହାର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିଭରି ସୋସିଆଲ ମିଡିଆରେ ମଧ୍ୟ ହକିକୁ ନେଇ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ହକିକୁ ନେଇ ର଼୍ୟାପ୍‌ ସଙ୍ଗ୍‌ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଯୁବପିଢୀ ଖୁବ୍‌ ପସନ୍ଦ କରୁଛନ୍ତି। ‘ପୂରା ଖେଳ ପୂରା ଖେଳ’ ନାମରେ ଏହି ର଼୍ୟାପ୍‌କୁ ରାପର ବିଗ୍‌ ଡିଲ୍‌ ଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri