Posted inଫୁରସତ

୯ ବର୍ଷ ପରେ ପୁନର୍ମିଳନ

ବେଙ୍ଗାଲୁରୁ: ନୂଆବର୍ଷରେ ହରିୟାଣାର କେହାର ସିଂଙ୍କୁ ମିଳିଛି ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ୯ ବର୍ଷ ପୂର୍ବେ ହଜିଯାଇଥିବା ଜୀବନସାଥୀ ଦର୍ଶିନୀଙ୍କୁ ପାଇ କେହାରଙ୍କ ଖୁସି କହିଲେ ନ ସରେ। ତାଙ୍କ ପାଇଁ ଏତେବଡ଼ ଖୁସି ଆଣିବାରେ କର୍ନାଟକର କୋଡାଗୁରେ ଥିବା ସେଲଟର ହୋମ୍‌ ‘ଥାନାଲ ହୋମ୍‌’ର ବଡ଼ ଭୂମିକା ରହିଛି।
ଘର ହରିୟାଣାର ରୋହତକରେ। ୨୦୧୩ରେ ଦର୍ଶିନୀ ଘରୁ କୌଣସି ଆଡ଼େ ଚାଲିଯାଇଥିଲେ। କେହାର ଓ ତାଙ୍କ ପରିବାର ଲୋକେ ସ୍ତ୍ରୀ ଦର୍ଶିନୀଙ୍କୁ ବହୁ ଖୋଜାଖୋଜି କରିଲେ ସୁଦ୍ଧା ପାଇ ନ ଥିଲେ। ହତାଶ ହୋଇ ପରବର୍ତ୍ତୀ ସମୟରେ କେହାର ଥାନାରେ ଦର୍ଶିନୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ୨୦୧୮ରେ କୁଶାଲନଗର ପୋଲିସର ଅନୁରୋଧ କ୍ରମେ ଏକ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ) ଦର୍ଶିନୀଙ୍କୁ ଉଦ୍ଧାର କରିଥିଲା। ଦର୍ଶିନୀ ଅର୍ଦ୍ଧନଗ୍ନ ହୋଇ ରାସ୍ତାରେ ବୁଲୁଥିବାବେଳେ ଏନ୍‌ଜିଓ ତାଙ୍କୁ ଆଣି ମହମ୍ମଦ ମୁସ୍ତାଫାଙ୍କ ଦ୍ୱାରା ପରିଚାଳିତ ସେଲ୍‌ଟର ହୋମ୍‌ରେ ରଖିଥିଲେ। ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିବାବେଳେ ସେ ଘରୁୁ ବାହାରି ଆସି ଏଣେତେଣେ ବୁଲି ବୁଲି କର୍ନାଟକରେ ପହଞ୍ଚିଥିଲେ। ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଦର୍ଶିନୀ କେଉଁଠାରେ ଥିଲେ ଓ କ’ଣ କରୁଥିଲେ ତାହା ତାଙ୍କର ମନେ ନାହିଁ। ସେଲଟରହୋମ୍‌ରେ ରହିବା ପରେ ତାଙ୍କର କାଉନ୍‌ସେଲିଂ କରାଯାଇଥିଲା। ଧୀରେ ଧୀରେ ସେ ସୁସ୍ଥ ବି ହୋଇଥିଲେ। ଏହାପରେ ତାଙ୍କର ସ୍ବାମୀ ଓ ପିଲାଙ୍କ କଥା ମନେପଡ଼ିଥିଲା। ୬ ମାସ ପୂର୍ବେ ଦର୍ଶିନୀ ତାଙ୍କ ସ୍ବାମୀ କେହାରଙ୍କ କଥା ମହମ୍ମଦଙ୍କୁ ଜଣାଇଥିଲେ। ତାଙ୍କୁ ଉଦ୍ଧାର କରିଥିବା ଏନ୍‌ଜିଓ କେହାରଙ୍କ ଠିକଣା ଖୋଜି ବାହାରକରି ତାଙ୍କ ସହ ଯୋଗାଯୋଗ କରିଥିଲେ। ଦର୍ଶିନୀ ନିଖୋଜ ହେବା ପରେ କେହାର ତାଙ୍କୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ପଞ୍ଜାବରେ ଖୋଜାଖୋଜି କରିଥିଲେ। ତେବେ ୯ ବର୍ଷ ପରେ ସ୍ତ୍ରୀଙ୍କୁ ପୁଣିଥରେ ପାଖରେ ପାଇ ସେ ଖୁସି ହେବା ସହ ମହମ୍ମଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁହେଁ ଏକାଠି ହେବାପରେ ବେଙ୍ଗାଲୁରୁରୁ ଟ୍ରେନ୍‌ ଯୋଗେ ହରିୟାଣା ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri