ସରିଲା ଚିନ୍ତା ଓ ଚେତନାର ୪୦ତମ ବୈଶାଖୀ ମହୋତ୍ସବ: ଶେଷଦିନରେ ଯାଦୁ କଲା ମନଛୁଅଁ। ସଙ୍ଗୀତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ଗତ ୩ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪୦ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀକାନ୍ତ ମିଶ୍ର, ମହାସଚିବ ସୁରେନ୍ଦ୍ର ଦାସ, ସହଦେବ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଉପଲକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସନ୍ଧ୍ୟା ଆଳତି ଅର୍ପଣ କରାଯାଇଥିଲା। ଚିନ୍ତା ଓ ଚେତନାକୁ ଓଡ଼ିଆ କଳା, ସଂସ୍କୃତିର ଗନ୍ତାଘରରେ ପରିଣତ କରିବାରେ ବିଜୁବାବୁଙ୍କର ପ୍ରମୁଖ ଭୂମିକା ରହିଥିବା ସୁରେନ୍ଦ୍ର ଦାସ ଏହି ଅବସରରେ କହିଥିଲେ।
ଉଦ୍‌ଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କଣ୍ଠସଙ୍ଗୀତ। ଲକ୍ଷ୍ମୀକାନ୍ତ ପାଲିତ, ଅର୍ଜୁନ ସାମଲଙ୍କ ଭଳି ଖ୍ୟାତନାମା କଣ୍ଠଶିଳ୍ପୀଙ୍କ କଣ୍ଠରୁ ନିସୃତ ପ୍ରତିଟି ସଙ୍ଗୀତ ଶ୍ରୋତାଙ୍କ ହୃଦୟକୁ ଛୁଇଁଥିଲା। କଣ୍ଠଶିଳ୍ପୀ ଅର୍ଜୁନ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ‘ସୁନା ସଂସାର’ର ‘ମୁଁ ହଜିଛି’ ଗୀତ ସହ ସ୍ବର୍ଗତ ବାସୁଦେବ ରଥଙ୍କ ନିର୍ଦ୍ଦେଶିତ ‘ଏମିତି ରାତି ସେ ତ ଅଭୁଲା ସ୍ମୃତି’ ଗୀତ ଗାଇଥିଲେ, ଯାହାକି ପ୍ରେକ୍ଷାଳୟରେ ଉପସ୍ଥିତ ଶ୍ରୋତାଙ୍କ ଷ୍ଟାଣ୍ଡିଂ ଓଭେସନ୍‌ ସାଉଁଟିଥିଲା। ଏହାପରେ କଣ୍ଠଶିଳ୍ପୀ ସାଗରିକା ଆଧୁନିକ ଓଡ଼ିଆ ସୁଗମ ସଙ୍ଗୀତ ‘ଶ୍ରାବଣରେ ଶ୍ରାବଣ’ ଗୀତ ଗାଇ କାର୍ଯ୍ୟକ୍ରମକୁ ପ୍ରେମ ରଙ୍ଗରେ ଭରିଦେଇଥିଲେ। ପରେ ପରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ କଣ୍ଠରୁ ଭଜନ ‘ଶ୍ରୀହରି ଶ୍ରୀହରି’ ଭାବ ଓ ଭକ୍ତିର ପରିବେଶ ସୃଷ୍ଟି କରିଥିଲା। ଶିଳ୍ପୀଙ୍କୁ ବାଦ୍ୟଯନ୍ତ୍ର ତବଲାରେ ଶରତ ପାଣି, ଢୋଲକରେ ରବୀନ୍ଦ୍ର ବାରିକ, ବଂଶୀରେ ଏମ୍‌. ସୀମାଦ୍ରି, କି ବୋର୍ଡରେ ବରଦା ଓ ଗୀଟାରରେ କିରନ କୁମାର ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri