ଆକର୍ଷଣୀୟ ରିହାତି ଦେଉଛି ଦୁରିଆନ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ବ୍ରାଣ୍ଡ ଦୁରିଆନ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ଦୁରିଆନର ଶୋ’ରୁମରେ ଫ୍ଲାଟ ୫୦% ରିହାତି ପାଇ ପାରିବେ। ଏହି ଅଫର ବଛାବଛା ହୋମ୍‌ ଏବଂ ଅଫିସ ଫର୍ନିଚର ଉପରେ ଲାଗୁ ହେବ। ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ଅଫର ସୀମିତ ସମୟ ଲାଗି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀ ସାରା ଦେଶରେ ୩୭ ଷ୍ଟୋର ସହ ପ୍ରଡକ୍ଟ ଏବଂ ସେବା ଯୋଗାଣ କରୁଛି। ଭୁବନେଶ୍ୱରର ସାମନ୍ତରାପୁରଠାରେ ଗ୍ରାହକ ଏହି ଅଫର ଲାଭ କରି ପାରିବେ। ସୋଫା, ଟିପଏ,ଡାଇନିଂ, ବେଡ୍‌ ରୁମ ଏବଂ ଅଫିସ ଫର୍ନିଚର ବର୍ଗରେ ବିସ୍ତୃତ ପ୍ରଡକ୍ଟ ଗ୍ରାହକ ପାଇପାରିବେ। ଭୁବନେଶ୍ୱରର ଶୋ’ରୁମ ୧୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ମୁତାବକ ବିଭିନ୍ନ ପ୍ରଡକ୍ଟ ଏଠାରେ ଲାଭ କରିବାକୁ ସକ୍ଷମ ହେବେ ବୋଲି ଦୁରିଆନର ରାଜ୍ୟ ମୁଖ୍ୟ ଅଜୟ ଶର୍ମା ସୂଚନା ଦେଇଛନ୍ତି। ଏଠାରେ ପ୍ୟୁର ଲେଦର, ଫ୍ୟାବ୍ରିକର ବିଭିନ୍ନ ପ୍ରଡକ୍ଟ ମଧ୍ୟ ସାମିଲ ରହିଛି। ବଜାଜ , ଏଚ୍‌ଡିଏଫ୍‌ସି ଏବଂ କ୍ରେଡିଟ କାର୍ଡରେ ସହଜ  ଇଏମ୍‌ଆଇ ରହିଛି। ପେଟିଏମ୍‌ ମଲରେ ପେମେଣ୍ଟ ଉପରେ ବୋନାଞ୍ଜା ଗିଫ୍ଟ ଭାଉଚର ପାଇବେ। ଅଫରକୁ ଗ୍ରାହକଙ୍କ ଲାଗି କଷ୍ଟମାଇଜ କରାଯାଇଛି। ଗ୍ରାହକଙ୍କ ଚାହିଦାରେ ପରିବର୍ତ୍ତନ ଆସିଥିବାରୁ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ବିଚାର କରି ପ୍ରଡକ୍ଟ ଡିଜାଇନ ହୋଇଥିବା ଶର୍ମା କହିଛନ୍ତି। ପ୍ରତି ପ୍ରଡକ୍ଟ ଉପରେ ଗ୍ରାହକ ୫ ବର୍ଷର ଓ୍ବାରେଣ୍ଟ ଏବଂ ସହଜ ଡେଲିଭରି ସୁବିଧା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri