ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଏହି ଅବସରରେ ଆମ୍ବେଡକରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦେଶ ଗଠନରେ ଆମ୍ବେଡ୍‌କରଙ୍କ ଯୋଗଦାନ ତଥା ଭୂମିକା ଉପରେ ଚାନ୍ଦ ଏଠାରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେହିଭଳି ସାମାଜିକ ଅନଗ୍ରସର ଶିଶୁଙ୍କୁ ସ୍ବଚ୍ଛତା କିଟ୍‌ ପ୍ରଦାନ କରାଯାଇଥିଲା। ଏଥିରେ ନାଲ୍‌କୋର ବରିଷ୍ଠ ନିର୍ଦ୍ଦେଶକ, କର୍ମଚାରୀ, ନାଲ୍‌କୋ ଏସ୍‌ଟିଏସ୍‌ସି ଓ୍ବେଲଫେୟାର ସଂଘ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri