ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ଉଠାଣ

ଚଣ୍ଡିଖୋଲ,୧୦ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ) ଟଙ୍କା ଉଠାଇ ନେଇଛନ୍ତି। ଏନେଇ ସରପଞ୍ଚ ଶୋଭା ବଜ୍ରକବାଟ ପିଇଓ ପ୍ରଶାନ୍ତ ଜେନାଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ବଡ଼ଚଣା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହିତ ଗୁରୁବାର ଯାଜପୁର ଜିଲାପାଳଙ୍କୁ ଭେଟି ଏହାର ତଦନ୍ତ ପାଇଁ ନିବେଦନ କରିଛନ୍ତି।
ପିଇଓ ଜେନା ଗତ ସେପ୍ଟେମ୍ବରରେ ୨ ଲକ୍ଷ ୪୨ ହଜାର ଟଙ୍କା ଜଳ ଯୋଗାଣ ପାଇଁ ପଞ୍ଚାୟତ ଅର୍ଥରୁ ଉଠାଇଥିଲେ। ଟଙ୍କା ଉଠାଇବା ସମୟରେ ସରପଞ୍ଚଙ୍କ ଦସ୍ତଖତର ଆବଶ୍ୟକତା ରହିଥିବାବେଳେ ସେ ତାହାକୁ ଜାଲିଆତି କରିଥିଲେ। ଏ ସମ୍ପର୍କରେ ସରପଞ୍ଚ ଜାଣିବା ପରେ ଗତ ସୋମବାର ଜେନାଙ୍କୁ ଟେଲିଫୋନ ଯୋଗେ ଘଟଣା ସମ୍ପର୍କରେ ପଚାରିଥିଲେ। ଘଟଣାକୁ ଜେନା ସ୍ବୀକାର କରିବା ସହ ସମସ୍ତ ଅର୍ଥ ପଇଠ କରିଦେବେ ବୋଲି କହିଥିଲେ। ଏହାପରେ ସରପଞ୍ଚ ବଡ଼ଚଣା ବିଡିଓ ରବୀନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦାଖଲ କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ପିଇଓ ଜେନା ପଞ୍ଚାୟତ ଆକାଉଣ୍ଟରେ ୨ଲକ୍ଷ ୪୨ହଜାର ଟଙ୍କା ଜମା କରିଦେଇଥିବା ଜଣାପଡ଼ିଛି।
ସରକାରୀ ନିୟମ ଅନୁସାରେ ସରପଞ୍ଚ ଓ ପିଇଓଙ୍କ ମିଳିତ ଦସ୍ତଖତ ରହିବା ପରେ ଟଙ୍କା ଉଠାଣ ହେବା କଥା। କିନ୍ତୁ ଏଠାରେ ତାହା କିପରି ସମ୍ଭବ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଟଙ୍କା ଉଠାଣ ଘଟଣାରେ କେବଳ ନିର୍ବାହୀ ଅଧିକାରୀ ସାମିଲ ନା ବ୍ଲକର ଅନ୍ୟ କର୍ମଚାରୀ ସାମିଲ ତାହା ଏବେ ସନ୍ଦେହରେ। ସରପଞ୍ଚ କହିଛନ୍ତି, ନିର୍ବାଚନକୁ ଏକ ବର୍ଷ ପୁରିଥିଲେ ମଧ୍ୟ ବାରମ୍ବାର ଆବେଦନ ସତ୍ତ୍ୱେ ମୋତେ ବ୍ଲକ ପ୍ରଶାସନ ପକ୍ଷରୁ ଡିଜିଟାଲ ସିଗ୍ନେଚର ପ୍ରଦାନ କରାଯାଉ ନାହଁି, ଯାହାକୁ ନେଇ ପିଇଓ ଜେନା ଟଙ୍କା ଉଠାଣ କରିଛନ୍ତି। ଅପରପକ୍ଷରେ ଏକ ବର୍ଷ କାଯର୍‌ୟାକାଳ ସମୟରେ ହୋଇଥିବା ସମସ୍ତ ଆର୍ଥିକ କାରବାରର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ ପ୍ରାଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ସରପଞ୍ଚଙ୍କ ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପାଇଁ ଏବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଏବିଡିଓ ରଞ୍ଜନ କୁମାର ବେହେରା ମଝିପଡ଼ା ଯାଇ ତଦନ୍ତ କରି ଫେରିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ସମ୍ପର୍କରେ ପିଇଓ ଜେନାଙ୍କୁ ପଚାରିବାରେ ସେ ପଞ୍ଚାୟତ ଆକାଉଣ୍ଟରେ ଟଙ୍କା ଜମା କରି ଦେଇଥିବା ସୂଚନା ଦେଇଛନ୍ତି। ତେବେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଦେଖିବାକୁ ଅପେକ୍ଷା ରହିଛି। ସୂଚନା ଥାଉକି, ପିଇଓ ଜେନା ମଝିପଡ଼ା ସମେତ ଗୋପାଳପୁର ଓ ବରପଦା ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି। ୩ଟି ପଞ୍ଚାୟତର ଦାୟିତ୍ୱରେ ଥିବାବେଳେ ତାଙ୍କ ବିରୋଧଷର ଏହିଭଳି ନ କଲି କାରବାର କରିଥିବା ଅଭିଯୋଗ ଆସି ପହଞ୍ଚତ୍ଲାଣି। ଏହି କାର୍ଯ୍ୟରେ ଜଣେ ନିଲମ୍ବିତ ପିଇଓ ତାଙ୍କୁ ସାହାଯ୍ୟ କରିଥିବା ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri