ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅଙ୍ଗନଓ୍ବାଡି କର୍ମୀ ଗିରଫ

ସୋନପୁର/ତରଭା,୧୯।୨(ନି.ପ୍ର./ଡି.ଏନ.ଏ) – ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ ମଙ୍ଗଳବାର ତରଭା ବ୍ଲକର ୪ ପଞ୍ଚାୟତ ଗସ୍ତ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରେ ହଠାତ୍‌ ଜରାଜରିଙ୍ଗ ପଞ୍ଚାୟତର ତିଲେସରା ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। କେନ୍ଦ୍ରର ଶିଶୁମାନେ ଏହି ସମୟରେ ଏସଏନପି ଯୋଜନାରେ ଗରମ ରନ୍ଧା ଖାଦ୍ୟ ଖାଇ ଘରକୁ ଫେରି ସାରିଥିଲେ। ମଙ୍ଗଳବାର ଭାତ ସହିତ ଅଣ୍ଡା ତରକାରୀ ଦିଆଯାଇଥିଲା। ଅଇଁଠା ପ୍ଲେଟ୍‌ ଗଣିବାରୁ ୨୦ଶିଶୁ ଖାଦ୍ୟ ଖାଇଥିବା ଜଣାପଡିଥିଲା। ତେବେ ଅଙ୍ଗନଓ୍ବାଡି କର୍ମୀ ନିରୁପମା ବାଗ ଉପସ୍ଥାନ ଖାତାରେ ୨୮ଶିଶୁ ଦର୍ଶାଇଥିଲେ। ଖାତା ଯାଞ୍ଚ ପରେ ଅଧିକାଂଶ ଦିନ ୨୭ରୁ ୨୮ ଶିଶୁଙ୍କ ଉପସ୍ଥାନ ଥିବା ଜଣାପଡିଥିଲା। ଏହି ପ୍ରାକ୍‌ ବିଦ୍ୟାଳୟରେ ୦ରୁ ୫ ବର୍ଷର ମୋଟ ୨୮ ଶିଶୁ ନାମ ଲେଖାଇଛନ୍ତି । ଅଙ୍ଗନଓ୍ବାଡି କର୍ମୀ ଅନୁପସ୍ଥିତ ଥିବା ଶିଶୁଙ୍କୁ ଉପସ୍ଥିତ ଥିବା ଉପସ୍ଥାନ ଖାତାରେ ଦର୍ଶାଇ ଥିବାରୁ ଜିଲାପାଳ ବିରକ୍ତ ହୋଇଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ତରଭା ବିଡିଓ ନିହାର ରଞ୍ଜନ କହଁର ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ତରଭା ପୋଲିସ ପହଞ୍ଚତ୍ଥିଲେ। ଏହି ଘଟଣାରେ ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଜିଲାପାଳ ବାନାର୍ଜୀ ତରଭା ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଅପରାହ୍ନରେ ତରଭା ବ୍ଲକ ଅଫିସରେ ଜିଲାପାଳ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ସମୟରେ କେତେକ ଅଙ୍ଗନଓ୍ବାଡି କର୍ମୀ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ଅଙ୍ଗନଓ୍ବାଡି କର୍ମୀ ବାଗ୍‌ଙ୍କୁ ଏଥର କ୍ଷମା କରିଦେବା ପାଇଁ ସେମାନେ ଅନୁରୋଧ କରିଥିଲେ। ସନ୍ଧ୍ୟାରେ ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ ନେଇ ସିଡିପିଓ ସବିତା ଦୋରା ତରଭା ଥାନାରେ କର୍ମୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ଅଙ୍ଗନଓ୍ବାଡି କର୍ମୀଙ୍କୁ ଗିରଫ କରିଛି । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri