ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥିପାଇଁ ଅନୁଦାନ ଘୋଷଣା କରାଯାଇଥିଲା। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସେହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। କେବଳ ଶିଳାନ୍ୟାସରେ ରହିଯାଇଛି ମଡର୍ନ ଟର୍ମିନାଲ (ଶୀତଳଭଣ୍ଡାର)ର ନିର୍ମାଣ କାମ। ଟେଣ୍ଡର ପାଇଥିବା ଠିକା କମ୍ପାନୀ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ କୁଆଡ଼େ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଚିହ୍ନଟ ହୋଇଥିବା ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଠିକା କମ୍ପାନୀକୁ ୧ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ସରକାର ବାରମ୍ବାର ଚିଠି କରିଛନ୍ତି। ହେଲେ ଠିକା କମ୍ପାନୀ ସରକାର ଜମି ଦେଲେ କାମ କରାଯିବ ବୋଲି କହୁଛି। ୫ ବର୍ଷ ତଳେ ଟର୍ମିନାଲ ନିର୍ମାଣ ପାଇଁ ବ୍ୟୟ ଅଟକଳ ନିର୍ଦ୍ଧାରିତ ହୋଇଥିଲା। ଏବେ ସମସ୍ତ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ପାଇଛି। ତେଣୁ ଠିକା କମ୍ପାନୀ କୁଆଡ଼େ କାମ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ଆଲୋଚନା ହେଉଛି। ଏଣେ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି ଜୋର ଧରିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଲଡୁଙ୍ଗୁରୀ ଗ୍ରାମରେ ପ୍ରଶାସନ ପକ୍ଷରୁ ୬୦ ଏକର ଜମିର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ସହରଠାରୁ ଯାହାର ଦୂରତା ୧୬ କିଲୋମିଟର। ଏଥିପାଇଁ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ଶହେ କୋଟି ଟଙ୍କାରୁ ଅଧିକ ହୋଇଛି। ନିର୍ମାଣରେ ବିଳମ୍ବ ଯୋଗୁ ସରକାର ଅଧିକ ଆର୍ଥିକ ବୋଝ ମୁଣ୍ଡାଇବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ୨୦୧୩ ଡିସେମ୍ବର ୧୨ ତାରିଖରେ ତତ୍କାଳୀନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେବା ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିଲା। ଉକ୍ତ ମଡର୍ନ ଟର୍ମିନାଲରେ କୃଷିଜାତ ଦ୍ରବ୍ୟ ରଖିବା ପାଇଁ ଏକ ଅଧିକ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସହ ମାନ ନିୟନ୍ତ୍ରଣ ବ୍ୟବସ୍ଥା, ଜେଟି, ଓଜନ ଓ ପ୍ୟାକିଂ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିବ ବୋଲି ଘୋଷଣା କରାଯାଇଥିଲା। ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ସେମାନଙ୍କ ଉପତ୍ାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ ବୋଲି ସରକାର ଘୋଷଣା କରିଥିଲେ। କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୋଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲାର ଚାଷୀମାନଙ୍କଠାରୁ ମୂଲ୍ୟଯୁକ୍ତ ଦରରେ ଖାଦ୍ୟଦ୍ରବ୍ୟ ସଂଗ୍ରହ କରାଯିବା ମଧ୍ୟ ଏହି ପ୍ରକଳ୍ପର ଅନ୍ୟ ଲକ୍ଷ୍ୟ ଥିଲା। ଫଳ, ପନିପରିବା, ଫୁଲ, ଔଷଧୀୟ ଲତା ଗୁଳ୍ମ, ତୈଳବୀଜ, ଡାଲି ଜାତୀୟ ଶସ୍ୟ ଉପତ୍ାଦନ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଥିଲା।

– ଶୁଭାଶିଷ ପାଢୀ


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତି ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ସାନଖେମୁଣ୍ଡିରେ ବନ ବିଭାଗ ପ୍ରକଳ୍ପରୁ ସାମଗ୍ରୀ ଚୋରି: ପାଣି ମୋଟର-ସୋଲାର ପ୍ୟାନେଲ ଜବତ, ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି…

ଭଞ୍ଜନଗରରେ ଖରିଫ୍ ଧାନକିଣା: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ତାଲିମ୍ ଶିବିରରେ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଉପରେ ଏକ ଉପଖଣ୍ଡସ୍ତରୀୟ…

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri