ସମ୍ପାଦକୀୟ/ସାଂକେତିକ

ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ଏକ ଜାତିକୁ ସମୃଦ୍ଧ କରିଥାଏ। ପରିବାର ଓ ସେଥିରେ ଥିବା ପୁରୁଷଙ୍କ ସହନଶୀଳତାର ଅଭାବ ଯୋଗୁ ଭାରତରେ ବିଶେଷକରି ମହିଳାମାନେ ଆଜି ପର୍ଯ୍ୟନ୍ତ ସେଭଳି ଶ୍ରମବଳରେ ଯୋଗଦେଇ ପାରୁନାହାନ୍ତି। କେବଳ କିଛି ଅଂଶ କୁଟୀର ଶିଳ୍ପ, ନିର୍ମାଣ ଓ ମୁଖ୍ୟତଃ କୃଷିକ୍ଷେତ୍ରରେ ସେମାନଙ୍କ ଯୋଗଦାନ ଆଖିଦୃଶିଆ ରହିଛି। ଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ମହିଳାଙ୍କ ଅବଦାନ ଅତି ନଗଣ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବେଟି ବଚାଅ, ବେଟି ପଢ଼ାଅ’ ସ୍ଲୋଗାନ୍‌ ଦେଇଥିବା ବେଳେ ତା’ର ସେଭଳି ବାସ୍ତବ ପ୍ରତିଫଳନ ଦୃଷ୍ଟିକୁ ଆସୁ ନ ଥିଲା। ଏବେ କେନ୍ଦ୍ର ସରକାର ନାରୀଙ୍କୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶର ସୈନିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୦୨୨ରୁ ପର୍ଯ୍ୟାୟକ୍ରମେ ଝିଅମାନେ ପାଠ ପଢ଼ିବା ନେଇ ଏକ ପ୍ରସ୍ତାବକୁ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦୁଇବର୍ଷ ପୂର୍ବେ ମିଜୋରାମର ଛିଙ୍ଗ୍‌ଛିପ୍‌ ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ସକାଶେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆରମ୍ଭ କରିଥିବା ପାଇଲଟ୍‌ ପ୍ରକଳ୍ପ ସଫଳ ହେବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏହା କହିଲା ବେଳକୁ ମନେରଖିବାକୁ ହେବ ଯେ, ଭାରତର ସ୍କୁଲ ସ୍ତରରେ ଝିଅଙ୍କ ଡ୍ରପ୍‌ଆଉଟ୍‌ (ସ୍କୁଲ ଛାଡ଼ିବା) ହାର ପୁଅଙ୍କଠାରୁ ଯଥେଷ୍ଟ ଅଧିକ। ଏଠାରେ ପ୍ରଶ୍ନ ଉଠୁଛି, ଭାରତରେ କେତୋଟି ସୈନିକ ସ୍କୁଲ ଅଛି? ଉତ୍ତର ହେଉଛି ୨୭। ଓଡ଼ିଶା ଭଳି ରାଜ୍ୟରେ ଭୁବନେଶ୍ୱରରେ ଗୋଟିଏ ସ୍କୁଲ ରହିଛି। ତେଣୁ ସମଗ୍ର ଦେଶରେ ଥିବା ସୈନିକ ସ୍କୁଲରେ କିଛି ଝିଅ ପଢ଼ିବାର ସୁଯୋଗ ପାଇପାରନ୍ତି। ଏହା ପରେ ଚିନ୍ତା ହେଉଛି ଯେ, ସେହି ଝିଅମାନେ କେବଳ ସେନାରେ ଯୋଗଦେବା ସକାଶେ ଏହି ସ୍କୁଲରେ ନାମ ଲେଖାଇବେ କି ? ଏଠାରେ ସ୍ପଷ୍ଟ ଭାବେ କହିହେବ ଯେ, ସଶସ୍ତ୍ର ବାହିନୀରେ ମହିଳାଙ୍କ ଯୋଗଦାନକୁ ଆମ ସହ ସମସ୍ତେ ସ୍ବାଗତ କରନ୍ତି। ସେଥିରେ ଦ୍ୱିମତ ନାହିଁ। ମାତ୍ର ତାହା ଭାରତୀୟ ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତି ହାରରେ ସେଭଳି କୌଣସି ପ୍ରଭାବ ପକାଇବ କି ବୋଲି ପ୍ରଶ୍ନ ହେବା ସ୍ବାଭାବିକ।
ଇତିହାସକୁ ଦେଖିଲେ ଭାରତୀୟମାନେ ଇସ୍ରାଏଲର ଇହୁଦୀଙ୍କ ଭଳି ନୁହନ୍ତି। ଏତିହାସିକ ରୂପରେ ଭାରତ କେବେହେଲେ ବଡ଼ ଯୁଦ୍ଧ ଘଟାଇ ଅନ୍ୟ କୌଣସି ଦେଶକୁ ଅକ୍ତିଆର କରିନାହିଁ। ମହାଭାରତ ଥିଲା ପାରିବାରିକ ଯୁଦ୍ଧ ଏବଂ ତାହା ସମ୍ପତ୍ତି ଓ ନାରୀ ସକାଶେ ଘଟିଥିଲା। ରାମାୟଣ ମଧ୍ୟ ସେହି ନାରୀ ପାଇଁ ହୋଇଥିଲା। ଅବଶ୍ୟ ଆଜି ଲୋକେ କହିପାରନ୍ତି କାର୍ଗିଲ ଓ ବାଲାକୋଟ୍‌ ଭଳି ଯୁଦ୍ଧ ଭାରତ ଜିତିଛି। ସେଭଳି ଚିନ୍ତାଧାରା ସହିତ ଆମେ କୌଣସି ଯୁକ୍ତି କରିବାକୁ ଚିନ୍ତା କରୁନାହୁଁ। କିନ୍ତୁ ଆଜିର ପୃଥିବୀରେ ସଶସ୍ତ୍ର ବାହିନୀର କିଛିଟା ଆବଶ୍ୟକତା ଥିବା ବେଳେ ସୈନ୍ୟଙ୍କୁ ବ୍ୟବହାର କରି ଯୁଦ୍ଧ କରିବାର ଯୁଗ ବିତିଗଲାଣି। ଏଭଳି ସ୍ଥଳେ ଭାରତୀୟ ନାରୀ ଶକ୍ତିକୁ କେଉଁ ଦିଗକୁ ମୁହଁାଇବାକୁ ଆମ ସରକାର ଚାହୁଁଛନ୍ତି ବୁଝିବା କଷ୍ଟକର। ସୈନିକ ସ୍କୁଲରେ ଝିଅମାନେ ପଢ଼ିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥିବା ବେଳେ ତାହା କେବଳମାତ୍ର ସାଂକେତିକ ବୋଲି ମନେହୁଏ। ସମାଲୋଚନା କରିବା ଉଦ୍ଦେଶ୍ୟରେ ନୁହେଁ, କିନ୍ତୁ ସମୟ ଆସିଲାଣି ଝିଅମାନଙ୍କ ସାଧାରଣ ଶିକ୍ଷାରେ ବୃଦ୍ଧି ଘଟାଇବା ପାଇଁ ପରିବାରର ସହଯୋଗ କେଉଁ ଭାବେ ବଜାୟ ରଖିହେବ। ଛାତ୍ରୀଙ୍କ ଉପରେ ପଡ଼ୁଥିବା ଘରୋଇ ଚାପ ଯୋଗୁ ମୁଖ୍ୟତଃ ସ୍କୁଲ ଛାଡ଼ିବା ପାଇଁ ସେମାନେ ବାଧ୍ୟ ହୋଇଥାଆନ୍ତି। ଏହା ସହିତ ଛାତ୍ରୀଙ୍କ ପ୍ରତି ଉଭୟ ମାନସିକ ଓ ଶାରୀରିକ ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବା ନିତାନ୍ତ ଦରକାର। ଏଠାରେ ମନେରଖିବାକୁ ହେବ ଯେ, ହାତଗଣତି ମହିଳା ରାଜନେତା, ଆଇପିଏସ୍‌ କିମ୍ବା ଆଇଏଏସ୍‌ ଅଫିସର ଉଚ୍ଚ ସ୍ଥାନରେ ଥିଲେ ମଧ୍ୟ ସାଧାରଣ ମହିଳାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉନାହିଁ। ଅନ୍ୟପଟେ ଯଦି ଜଣେ ମହିଳା ମୁଖ୍ୟ ବିଚାରପତି ପଦବୀରେ ପହଞ୍ଚତ୍ ପାରୁଛନ୍ତି, ତା’ହେଲେ ତାଙ୍କ ଉପରେ କୋପଦୃଷ୍ଟି ରଖି ସେଠାରେ ବିଦା କରିବା ହୋଇଯାଉଛି ଆମ ବ୍ୟବସ୍ଥାର ମୂଳ ଦାୟିତ୍ୱ। ଏଭଳି ସ୍ଥଳେ କେତେଜଣ ମହିଳା ସେନାରେ ଅଫିସର ପଦବୀ ହାସଲ କରି ଏବଂ ସେହି ପୋଷାକ ପିନ୍ଧି ଫଟୋ ଉଠାଇଲେ ତାହା ସମସ୍ତଙ୍କ ଆଖିକୁ ସୁଖ ଆଣିଦେଇପାରେ, କିନ୍ତୁ ଭାରତର ନାରୀସମାଜ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?