ସମ୍ପାଦକୀୟ/ସାଂକେତିକ

ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ଏକ ଜାତିକୁ ସମୃଦ୍ଧ କରିଥାଏ। ପରିବାର ଓ ସେଥିରେ ଥିବା ପୁରୁଷଙ୍କ ସହନଶୀଳତାର ଅଭାବ ଯୋଗୁ ଭାରତରେ ବିଶେଷକରି ମହିଳାମାନେ ଆଜି ପର୍ଯ୍ୟନ୍ତ ସେଭଳି ଶ୍ରମବଳରେ ଯୋଗଦେଇ ପାରୁନାହାନ୍ତି। କେବଳ କିଛି ଅଂଶ କୁଟୀର ଶିଳ୍ପ, ନିର୍ମାଣ ଓ ମୁଖ୍ୟତଃ କୃଷିକ୍ଷେତ୍ରରେ ସେମାନଙ୍କ ଯୋଗଦାନ ଆଖିଦୃଶିଆ ରହିଛି। ଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ମହିଳାଙ୍କ ଅବଦାନ ଅତି ନଗଣ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବେଟି ବଚାଅ, ବେଟି ପଢ଼ାଅ’ ସ୍ଲୋଗାନ୍‌ ଦେଇଥିବା ବେଳେ ତା’ର ସେଭଳି ବାସ୍ତବ ପ୍ରତିଫଳନ ଦୃଷ୍ଟିକୁ ଆସୁ ନ ଥିଲା। ଏବେ କେନ୍ଦ୍ର ସରକାର ନାରୀଙ୍କୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶର ସୈନିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ୨୦୨୧-୨୦୨୨ରୁ ପର୍ଯ୍ୟାୟକ୍ରମେ ଝିଅମାନେ ପାଠ ପଢ଼ିବା ନେଇ ଏକ ପ୍ରସ୍ତାବକୁ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦୁଇବର୍ଷ ପୂର୍ବେ ମିଜୋରାମର ଛିଙ୍ଗ୍‌ଛିପ୍‌ ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ସକାଶେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆରମ୍ଭ କରିଥିବା ପାଇଲଟ୍‌ ପ୍ରକଳ୍ପ ସଫଳ ହେବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏହା କହିଲା ବେଳକୁ ମନେରଖିବାକୁ ହେବ ଯେ, ଭାରତର ସ୍କୁଲ ସ୍ତରରେ ଝିଅଙ୍କ ଡ୍ରପ୍‌ଆଉଟ୍‌ (ସ୍କୁଲ ଛାଡ଼ିବା) ହାର ପୁଅଙ୍କଠାରୁ ଯଥେଷ୍ଟ ଅଧିକ। ଏଠାରେ ପ୍ରଶ୍ନ ଉଠୁଛି, ଭାରତରେ କେତୋଟି ସୈନିକ ସ୍କୁଲ ଅଛି? ଉତ୍ତର ହେଉଛି ୨୭। ଓଡ଼ିଶା ଭଳି ରାଜ୍ୟରେ ଭୁବନେଶ୍ୱରରେ ଗୋଟିଏ ସ୍କୁଲ ରହିଛି। ତେଣୁ ସମଗ୍ର ଦେଶରେ ଥିବା ସୈନିକ ସ୍କୁଲରେ କିଛି ଝିଅ ପଢ଼ିବାର ସୁଯୋଗ ପାଇପାରନ୍ତି। ଏହା ପରେ ଚିନ୍ତା ହେଉଛି ଯେ, ସେହି ଝିଅମାନେ କେବଳ ସେନାରେ ଯୋଗଦେବା ସକାଶେ ଏହି ସ୍କୁଲରେ ନାମ ଲେଖାଇବେ କି ? ଏଠାରେ ସ୍ପଷ୍ଟ ଭାବେ କହିହେବ ଯେ, ସଶସ୍ତ୍ର ବାହିନୀରେ ମହିଳାଙ୍କ ଯୋଗଦାନକୁ ଆମ ସହ ସମସ୍ତେ ସ୍ବାଗତ କରନ୍ତି। ସେଥିରେ ଦ୍ୱିମତ ନାହିଁ। ମାତ୍ର ତାହା ଭାରତୀୟ ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତି ହାରରେ ସେଭଳି କୌଣସି ପ୍ରଭାବ ପକାଇବ କି ବୋଲି ପ୍ରଶ୍ନ ହେବା ସ୍ବାଭାବିକ।
ଇତିହାସକୁ ଦେଖିଲେ ଭାରତୀୟମାନେ ଇସ୍ରାଏଲର ଇହୁଦୀଙ୍କ ଭଳି ନୁହନ୍ତି। ଏତିହାସିକ ରୂପରେ ଭାରତ କେବେହେଲେ ବଡ଼ ଯୁଦ୍ଧ ଘଟାଇ ଅନ୍ୟ କୌଣସି ଦେଶକୁ ଅକ୍ତିଆର କରିନାହିଁ। ମହାଭାରତ ଥିଲା ପାରିବାରିକ ଯୁଦ୍ଧ ଏବଂ ତାହା ସମ୍ପତ୍ତି ଓ ନାରୀ ସକାଶେ ଘଟିଥିଲା। ରାମାୟଣ ମଧ୍ୟ ସେହି ନାରୀ ପାଇଁ ହୋଇଥିଲା। ଅବଶ୍ୟ ଆଜି ଲୋକେ କହିପାରନ୍ତି କାର୍ଗିଲ ଓ ବାଲାକୋଟ୍‌ ଭଳି ଯୁଦ୍ଧ ଭାରତ ଜିତିଛି। ସେଭଳି ଚିନ୍ତାଧାରା ସହିତ ଆମେ କୌଣସି ଯୁକ୍ତି କରିବାକୁ ଚିନ୍ତା କରୁନାହୁଁ। କିନ୍ତୁ ଆଜିର ପୃଥିବୀରେ ସଶସ୍ତ୍ର ବାହିନୀର କିଛିଟା ଆବଶ୍ୟକତା ଥିବା ବେଳେ ସୈନ୍ୟଙ୍କୁ ବ୍ୟବହାର କରି ଯୁଦ୍ଧ କରିବାର ଯୁଗ ବିତିଗଲାଣି। ଏଭଳି ସ୍ଥଳେ ଭାରତୀୟ ନାରୀ ଶକ୍ତିକୁ କେଉଁ ଦିଗକୁ ମୁହଁାଇବାକୁ ଆମ ସରକାର ଚାହୁଁଛନ୍ତି ବୁଝିବା କଷ୍ଟକର। ସୈନିକ ସ୍କୁଲରେ ଝିଅମାନେ ପଢ଼ିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥିବା ବେଳେ ତାହା କେବଳମାତ୍ର ସାଂକେତିକ ବୋଲି ମନେହୁଏ। ସମାଲୋଚନା କରିବା ଉଦ୍ଦେଶ୍ୟରେ ନୁହେଁ, କିନ୍ତୁ ସମୟ ଆସିଲାଣି ଝିଅମାନଙ୍କ ସାଧାରଣ ଶିକ୍ଷାରେ ବୃଦ୍ଧି ଘଟାଇବା ପାଇଁ ପରିବାରର ସହଯୋଗ କେଉଁ ଭାବେ ବଜାୟ ରଖିହେବ। ଛାତ୍ରୀଙ୍କ ଉପରେ ପଡ଼ୁଥିବା ଘରୋଇ ଚାପ ଯୋଗୁ ମୁଖ୍ୟତଃ ସ୍କୁଲ ଛାଡ଼ିବା ପାଇଁ ସେମାନେ ବାଧ୍ୟ ହୋଇଥାଆନ୍ତି। ଏହା ସହିତ ଛାତ୍ରୀଙ୍କ ପ୍ରତି ଉଭୟ ମାନସିକ ଓ ଶାରୀରିକ ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବା ନିତାନ୍ତ ଦରକାର। ଏଠାରେ ମନେରଖିବାକୁ ହେବ ଯେ, ହାତଗଣତି ମହିଳା ରାଜନେତା, ଆଇପିଏସ୍‌ କିମ୍ବା ଆଇଏଏସ୍‌ ଅଫିସର ଉଚ୍ଚ ସ୍ଥାନରେ ଥିଲେ ମଧ୍ୟ ସାଧାରଣ ମହିଳାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉନାହିଁ। ଅନ୍ୟପଟେ ଯଦି ଜଣେ ମହିଳା ମୁଖ୍ୟ ବିଚାରପତି ପଦବୀରେ ପହଞ୍ଚତ୍ ପାରୁଛନ୍ତି, ତା’ହେଲେ ତାଙ୍କ ଉପରେ କୋପଦୃଷ୍ଟି ରଖି ସେଠାରେ ବିଦା କରିବା ହୋଇଯାଉଛି ଆମ ବ୍ୟବସ୍ଥାର ମୂଳ ଦାୟିତ୍ୱ। ଏଭଳି ସ୍ଥଳେ କେତେଜଣ ମହିଳା ସେନାରେ ଅଫିସର ପଦବୀ ହାସଲ କରି ଏବଂ ସେହି ପୋଷାକ ପିନ୍ଧି ଫଟୋ ଉଠାଇଲେ ତାହା ସମସ୍ତଙ୍କ ଆଖିକୁ ସୁଖ ଆଣିଦେଇପାରେ, କିନ୍ତୁ ଭାରତର ନାରୀସମାଜ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri