ସମୁଦ୍ରକୁ ବୋହିଯାଉଛି ଅଧା ପାଣି: ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ଜଳ ସଙ୍କଟ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରେ ବୋହିଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ ହ୍ରାସ ପାଇଲାଣି। ଏପରି କି ଅନେକ ନଦୀ ବର୍ଷାଦିନେ ମଧ୍ୟ ଶୁଖିଲା ପଡୁଛି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପରିବେଶବିତ୍‌ମାନେ ଚେତାବନୀ ଦେଲେଣି। ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ରାଜ୍ୟରେ ବଡ଼ ନଦୀ ସମେତ ଶାଖା ଓ ଉପନଦୀକୁ ମିଶାଇ ପ୍ରାୟ ୩୩ ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ତେବେ ରାଜ୍ୟର ୧୧ଟି ପ୍ରମୁଖ ନଦୀର ପାଣିକୁ ରୋକାଯାଇ ପାରୁନାହିଁ।
ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ନଦୀର ୯୫,୫୪୦ ମିଲିୟନ କ୍ୟୁବିକ ମିଟର(ଏମ୍‌ସିଏମ୍‌) ଜଳଧାରଣ କ୍ଷମତା ରହିଛି। ସେଥିରୁ ୨୧,୭୯୩.୧୯ ଏମ୍‌ସିଏମ୍‌ ଜଳ ଚାଷ ପାଇଁ ବ୍ୟବହାର କରାଯାଉଥିବା ବେଳେ ପାନୀୟ ଓ ଦୈନନ୍ଦିନ ବ୍ୟବହାର ପାଇଁ ୨୮୩.୯୫, ଶିଳ୍ପ ପାଇଁ ୨,୨୭୫.୮୫ ଏବଂ ପରିବେଶ ପାଇଁ ୨୦,୫୪୧.୧୦ ଏମ୍‌ସିଏମ୍‌ ଉପଯୋଗ ହେଉଥିବା ସର୍ଭେରୁ ଜଣାପଡିଛି। ଏସବୁ ସତ୍ତ୍ୱେ ନଦୀର ଆହୁରି ୫୦,୬୪୫.୯୧ ଏମ୍‌ସିଏମ୍‌ ଜଳ ବଳକା ରହୁଛି। ତେବେ ସେହି ଜଳକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସମୁଦ୍ରକୁ ଚାଲିଯାଉଛି। ମହାନଦୀରୁ ୨୫,୯୪୦.୨୮, ବ୍ରାହ୍ମଣୀରୁ ୭,୮୧୯.୭୧, ବୈତରଣୀରୁ ୨,୨୧୫.୮୦, ବଂଶଧାରାରୁ ୨,୪୬୮.୪୭, ବୁଢାବଳଙ୍ଗରୁ ୧୬୬୮.୦୪, କୋଲାବରୁ ୪,୬୯୯.୮୧, ଇନ୍ଦ୍ରାବତୀରୁ ୨,୦୩୮.୬୭, ନାଗାବଳୀରୁ ୧,୬୧୪.୮୧, ସୁବର୍ଣ୍ଣରେଖାରୁ ୧,୪୫୧.୫୯ ଏବଂ ଋଷିକୁଲ୍ୟା ନଦୀରୁ ୭୩୬.୭୨ ଏମ୍‌ସିଏମ୍‌ ଜଳ ସମୁଦ୍ରକୁ ଚାଲିଯାଉଛି।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡ଼ିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ମାନେ ଆଶଙ୍କା କଲେଣି। ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ିଚାଲିଛି କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସହରକୁ ପାନୀୟ ଜଳ ଯୋଗାଇବା କାଠିକର ପାଠ ହୋଇଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଭାଗୀରଥି ବେହେରା କହିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳଧାରଣ କ୍ଷମତା ୧୨୦.୩୯୭ ବିଲିୟନ କ୍ୟୁବିକ ମିଟର(ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିଏସିଏମ୍‌କୁ ଖସି ଆସିବ।
ନଦୀ ଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରବାହିତ ଜଳକୁ ସଂରକ୍ଷଣ କରିବା ପାଇଁ ୪ଟି ବୃହତ ବ୍ୟାରେଜ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରାହ୍ମଣୀ ନଦୀର ଦୁବୁଲାପାଲ, ନୂଆଘର, ସନ୍ତେଇଭଞ୍ଜ, କୋଏଲ ନଦୀର ଝାରବେତାଠାରେ ବ୍ୟାରେଜ ନିର୍ମାଣ କରାଯିବ। ଏଗୁଡ଼ିକର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହାଛଡ଼ା ଅନ୍ୟ ନଦୀରେ ୧୦ଟି ବ୍ୟାରେଜ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହି ପ୍ରକଳ୍ପଗୁଡ଼ିକ ହେଲା ଅନୁଗୋଳ ଜିଲାର ସମାକୋଇ ବ୍ୟାରେଜ, ଦେବଗଡ଼ ଜିଲାର କଳା, ମୟୂରଭଞ୍ଜ ଜିଲାର ଖଇରବନ୍ଧନ, ବୁଢାବଳଙ୍ଗ, କାଟ୍ରା, ବାଲେଶ୍ୱରର ଜଳେଶ୍ୱର, ବୌଦ୍ଧର ସତୀଘାଟି, କେନ୍ଦୁଝରର ଭୀମକୁଣ୍ଡ ଏବଂ ନବରଙ୍ଗପୁରର ତୁରୀ-ଗୁନ୍ତାତ। ସେହିପରି ପୋତି ହୋଇ ପଡୁଥିବା ନଦୀଗୁଡିକୁ ବଞ୍ଚାଇ ରଖିବା ସହ ପାନୀୟ ଜଳ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଞ୍ଚୟ କରିବା ସକାଶେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ସଂଶୋଧିତ ନଦୀ ନୀତି (ରିଭର ପଲିସି)-୨୦୧୯ ଆଣିବାକୁ ଯାଉଛନ୍ତି। ଚିଠା ନୀତି ପ୍ରସ୍ତୁତ ହୋଇ ସାରିଛି। ରାଜ୍ୟର ନଦୀଗୁଡ଼ିକର ବର୍ତ୍ତମାନ ସ୍ଥିତିକୁ ପରଖା ଯିବ। ଜଳ ପ୍ରବାହ ଓ ଏହାର ଜଳଧାରଣ କ୍ଷମତାକୁ ଆକଳନ କରାଯିବ। ଏଥିସହ ନଦୀର ଜୈବବିବିଧତା ଓ ଉଭୟ ପାର୍ଶ୍ୱରେ ଥିବା ଜନବସତିଗୁଡ଼ିକର ଜୀବିକାକୁ ମଧ୍ୟ ଧ୍ୟାନ ଦିଆଯିବ। ପରିବେଶ ଆଇନ ଅନୁଯାୟୀ ନଦୀରେ କେଉଁ ସମୟରେ କେତେ ଜଳ ପ୍ରବାହ ହେଉଛି ଏବଂ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ଓ ବୃକ୍ଷଲତାଗୁଡ଼ିକ ଉପରେ ଜଳବାୟୁ ପରିବର୍ତ୍ତନର କି ପ୍ରଭାବ ପଡୁଛି ସେ ନେଇ ତର୍ଜମା କରାଯିବ। ତଦନୁଯାୟୀ ସରକାର ଏକ ଦୀର୍ଘମିଆଦୀ ସଂରକ୍ଷଣ ଓ ପୁନରୁଦ୍ଧାର ଯୋଜନା କରିବେ ବୋଲି ଜଳ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ, ଜାଣନ୍ତୁ ଭାରତର ଏହି ଖେଳାଳି ଶୀର୍ଷରେ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?