ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ ମଡ଼ ଆର୍ଟିଷ୍ଟ ବିଭିନ୍ନ ଭଙ୍ଗୀରେ ପ୍ରଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିଥିଲେ। ଶିଳ୍ପୀ କେଶୁ ଦାସ ଏହି ଦିବସ ବିଷୟରେ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ। ଏଥିରେ ଶିଳ୍ପୀ ଗୁରୁ ଦାସ, ଅରୁଣ ବାରିକ, କୈଳାଶ ଦାସ, ପ୍ରକାଶ ମହାନ୍ତି, ପ୍ରିୟଙ୍କା ସାମଲ, ସୋନାଲି ଦାସ, ଜ୍ୟୋତ୍ସା ମାରାଣ୍ଡି, ମାନସୀ ମାଝି, କାଳିପଦା ଜେନା କଳାକାରମାନେ ନିଜ ଦେହରେ କାଦୁଅ ବୋଳି ଏହି ଦିବସକୁ ପାଳନ କରିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅମର ଯବାନ ଯୁବ ସଂଗଠନ’ର ସଭାପତି ଭକ୍ତଚରଣ ଦାସ ଓ ସଦସ୍ୟମାନେ ଯୋଗଦେଇ ସହଯୋଗ କରିଥିଲେ।

ଜୁନ୍‌ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହାର ଅନ୍ତିମ ଦିବସକୁ ଭଦ୍ରକର ଲିମକା ବୁକ୍‌ ତାଲିକାଭୁକ୍ତ ବିଶିଷ୍ଟ ପରିବେଶବିତ୍‌ ତଥା ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ ଗତ ୨୦୧୦ରୁ ୱାଲର୍‌ଡ କ୍ଲେ ଡେ ପାଳନ କରିଆସୁଛନ୍ତି। ତାଙ୍କର ଏହି ମହତ


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri