ସମସ୍ୟାରେ ବୁଡ଼ି ରହିଛି ଛତ୍ରପୁର ସହର: ସମାଧାନ ନ ହେଲେ ଜନ ଆନ୍ଦୋଳନ

ଛତ୍ରପୁର,୨୩ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ଏ ସମ୍ପର୍କରେ ବିଭିନ୍ନ ସମୟରେ ଜିଲାପାଳଙ୍କଠାରୁ ଆରମ୍ଭ କରି ଏସ୍‌ପି, ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ମାତ୍ର ସମସ୍ୟା ସମାଧାନ ହେଉନି ା ଛତ୍ରପୁର ୟୁଥ୍‌ ମାସ ସେବା ସଂଘ ପକ୍ଷରୁ ଏହି ସବୁ ପ୍ରସଙ୍ଗକୁ ରବିବାର ଏକ ଖବରଦାତା ସମ୍ମିଳନୀରେ ଉଠାଯାଇଛି ା ସମସ୍ୟା ସମାଧାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଛତ୍ରପୁର ହେଡକ୍ୱାର୍ଟର ହୋଇ ମଧ୍ୟ ହେର୍ଡ୍‌କ୍ୱାିର ହସ୍ପିଟାଲ ବ୍ରହ୍ମପୁରରେ ରହିଛି ା ଅପରପକ୍ଷରେ ଛତ୍ରପୁର ହସ୍ପିଟାଲ ଉପରେ ଖୋର୍ଦ୍ଧା ଓ ପୁରୀ ଜିଲା ଏବଂ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଲୋକେ ଚିକିତ୍ସା ସେବା ପାଇଁ ନିର୍ଭର କରୁଛନ୍ତି ା ନିକଟରେ ଜାତୀୟ ରାଜପଥ ଓ ରେଳ ଲାଇନ୍‌ ଯାଇଥିବାରୁ ବିଭିନ୍ନ ଦୁର୍ଘଟଣାରେ ଆହତ ମାନେ ଉକ୍ତ ହସ୍ପିଟାଲକୁ ଆସିଥାନ୍ତି ା ମାତ୍ର ଏଠାରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ ଓ ଷ୍ଟାଫ୍‌ ଅଭାବ ରହିଛି ା ଏଥିପାଇଁ ଏଠାକୁ ଆସୁଥିବା ରୋଗୀମାନଙ୍କର ସାମାନ୍ୟ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସେବା ସଂଘ ସମ୍ପାଦକ ସୟଦ ମୁକ୍ତାର କହିଛନ୍ତି ା ଏପରିକି ଏଠାକାର ଡାକ୍ତର ଛତ୍ରପୁରରେ ନ ରହି ବ୍ରହ୍ମପୁରରେ ରହୁଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ଛତ୍ରପୁର ନିକଟ ଜାତୀୟ ରାଜପଥରେ ତିନୋଟି ଅଣ୍ଡର ପାସ୍‌ ନିର୍ମାଣ ସହ ଟ୍ରାଫିକ୍‌ ବ୍ୟବସ୍ଥା କରିବା, ଅଚଳ ଷ୍ଟ୍ରିଟ୍‌ ଲାଇଟ୍‌କୁ କାର୍ଯ୍ୟକ୍ଷମ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ଦ୍ରୁତ ଗତିରେ ଗାଡି ଚଳାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି ା ମେନ୍‌ ରୋଡ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଡ୍ରେନ୍‌ ନିର୍ମାଣ ନ କରିବାକୁ ପାଣି ଜମୁଛି ା ଏପରିକି ବ୍ୟବସାୟିକ ପ୍ରତିଷ୍ଠାନ ଓ ଘର ମଧ୍ୟକୁ ପାଣି ପଶୁଛି ା ଏହାର ନିରାକରଣ କରିବା, କୋର୍ଟ ଷ୍ଟେଶନ ଶୌଚାଳୟ କାର୍ଯ୍ୟକ୍ଷମ, ପାନୀୟ ଜଳ ବ୍ୟବସ୍ଥା ଏବଂ ଥାନା ସମ୍ମୁଖରେ ଥିବା ଉଦ୍ୟାନର ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି ା ସଂଘ ପରାମର୍ଶଦାତା ତଥା ଓକିଲ ଚୈତନ୍ୟ ପ୍ରଧାନ ଛତ୍ରପୁର ବସ୍‌ଷ୍ଟାଣ୍ଡରେ ଦୂରଗାମୀ ବସ୍‌ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ ା ସଂଘର ଅନ୍ୟତମ ପରାମର୍ଶଦାତା ତଥା ଓକିଲ ବି ଶ୍ରୀନିବାସ କହିଥିଲେ, ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ହେଁ ସମସ୍ୟା ସୁଧୁରୁନି ା ଏଣିକି ଜନଆନ୍ଦୋଳନ ବ୍ୟତୀତ କୌଣସି ବିକଳ୍ପ ନ ଥିବା ସେ କହିଥିଲେ ା ପ୍ରଶାସନ ସଜାଗ ହୋଇ ସମସ୍ୟା ସମାଧାନ କରିବାକୁ ସେ ଦାବି କରିଥିଲେ ା ଖବରଦାତା ସମ୍ମିଳନୀରେ ସଂଘ ଉପାଧ୍ୟକ୍ଷ କେ. ରମେଶ ରାଓ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, ଟ୍ରଷ୍ଟି ଏମ୍‌.ରାଜେଶ କୁମାର, ଆୟୁବ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri