କୁଆମରା,୭ା୧(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ କୁଆମରା ମ.ଇ ବିଦ୍ୟାଳୟ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ରାଜରାଜୁଡା ଅମଳରୁ ୧୮୯୨ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ।
୨୦୧୯ ମେ ୧୫ ତାରିଖ କାଳବୈଶାଖୀରେ ଉକ୍ତ ବିଦ୍ୟାଳୟ ଶ୍ରେଣୀଗୃହର ଆଜବେଷ୍ଟ ଭାଙ୍ଗି ଚୂରମାର ହୋଇଯାଇଥିଲା। କ୍ଷୟକ୍ଷତିକୁ ୯ମାସ ପୂରିବାକୁ ବସିଥିଲେ ମଧ୍ୟ ଅଦ୍ୟାବଧି ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏଠାରେ ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲା। ୧୯୯୫ ମସିହାରେ ଶିକ୍ଷକ ଅଭାବରୁ ଦୁଇଟି ଶ୍ରେଣୀ ଚତୁର୍ଥ ଓ ପଞ୍ଚମ ଶିକ୍ଷାଦାନ ବନ୍ଦ ହୋଇଗଲା। ତେବେ ୨୦୧୭ରେ ଅଷ୍ଟମ ଶ୍ରେଣୀ ମିଶ୍ରଣ ହେବା ପରେ ଏବେ ଏଠାରେ ମୋଟ ୧୨୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପାଠ ପଢିବାକୁ ଆବଶ୍ୟକ ଗୃହ ଅଭାବ ଯୋଗୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୫ବର୍ଷ ତଳେ ଡିପିଇପି ଅନୁଦାନରେ ନିର୍ମିତ ଗୋଟିଏ ଛାତ ଘରେ ସବୁ ପିଲା ଏକାଠି ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚିଠି ନଂ. ୨୨୦୮ ଜୁଲାଇ ୧୫ ତାରିଖରେ ଜିଲା ଶିକ୍ଷା ବିଭାଗ ଗୃହ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ବ୍ଲକ ପ୍ରଶାସନ ମରାମତି ପାଇଁ ପଞ୍ଚାୟତକୁ ଦାୟିିତ୍ୱ ଦେବା ପରେ ପଞ୍ଚାୟତ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର କାର୍ଯ୍ୟ ଆରମ୍ଭ ହେବାର ୨ ମାସ ବିତି ଯାଇଥିଲେ ମଧ୍ୟ ଛପର ମରାମତି କାମ ସରିନି। ଫଳରେ ପାଠପଢା ଓ ମଧ୍ୟାହ୍ନଭୋଜନ କ୍ଷେତ୍ରରେ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହାର ମରାମତି କରିବା ପାଇଁ ଅଭିଭାବକମାନଙ୍କ ମହଲରେ ଦାବି ହେଉଛି। ଏ ନେଇ ନାଏବ ସରପଞ୍ଚ ତୁଷାରକାନ୍ତ ନାୟକଙ୍କୁ ପଚାରିବାରୁ ଅର୍ଥ ମଞ୍ଜୁର ସରିଛି। କେତେକ କାରଣରୁ ବିଳମ୍ବ ଘଟିଛି। ତେବେ ଖୁବ୍ଶୀଘ୍ର ମରାମତି କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।
ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ
ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…
ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ
ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…
ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା
ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…
ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି
ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…
ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…
ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…
ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…
ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…
ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…
ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…
Archives

