ସମସ୍ୟାରେ କୁଆମରା ମ.ଇ. ବିଦ୍ୟାଳୟ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ କୁଆମରା ମ.ଇ ବିଦ୍ୟାଳୟ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ରାଜରାଜୁଡା ଅମଳରୁ ୧୮୯୨ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ।
୨୦୧୯ ମେ ୧୫ ତାରିଖ କାଳବୈଶାଖୀରେ ଉକ୍ତ ବିଦ୍ୟାଳୟ ଶ୍ରେଣୀଗୃହର ଆଜବେଷ୍ଟ ଭାଙ୍ଗି ଚୂରମାର ହୋଇଯାଇଥିଲା। କ୍ଷୟକ୍ଷତିକୁ ୯ମାସ ପୂରିବାକୁ ବସିଥିଲେ ମଧ୍ୟ ଅଦ୍ୟାବଧି ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏଠାରେ ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲା। ୧୯୯୫ ମସିହାରେ ଶିକ୍ଷକ ଅଭାବରୁ ଦୁଇଟି ଶ୍ରେଣୀ ଚତୁର୍ଥ ଓ ପଞ୍ଚମ ଶିକ୍ଷାଦାନ ବନ୍ଦ ହୋଇଗଲା। ତେବେ ୨୦୧୭ରେ ଅଷ୍ଟମ ଶ୍ରେଣୀ ମିଶ୍ରଣ ହେବା ପରେ ଏବେ ଏଠାରେ ମୋଟ ୧୨୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପାଠ ପଢିବାକୁ ଆବଶ୍ୟକ ଗୃହ ଅଭାବ ଯୋଗୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୫ବର୍ଷ ତଳେ ଡିପିଇପି ଅନୁଦାନରେ ନିର୍ମିତ ଗୋଟିଏ ଛାତ ଘରେ ସବୁ ପିଲା ଏକାଠି ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚିଠି ନଂ. ୨୨୦୮ ଜୁଲାଇ ୧୫ ତାରିଖରେ ଜିଲା ଶିକ୍ଷା ବିଭାଗ ଗୃହ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ବ୍ଲକ ପ୍ରଶାସନ ମରାମତି ପାଇଁ ପଞ୍ଚାୟତକୁ ଦାୟିିତ୍ୱ ଦେବା ପରେ ପଞ୍ଚାୟତ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର କାର୍ଯ୍ୟ ଆରମ୍ଭ ହେବାର ୨ ମାସ ବିତି ଯାଇଥିଲେ ମଧ୍ୟ ଛପର ମରାମତି କାମ ସରିନି। ଫଳରେ ପାଠପଢା ଓ ମଧ୍ୟାହ୍ନଭୋଜନ କ୍ଷେତ୍ରରେ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହାର ମରାମତି କରିବା ପାଇଁ ଅଭିଭାବକମାନଙ୍କ ମହଲରେ ଦାବି ହେଉଛି। ଏ ନେଇ ନାଏବ ସରପଞ୍ଚ ତୁଷାରକାନ୍ତ ନାୟକଙ୍କୁ ପଚାରିବାରୁ ଅର୍ଥ ମଞ୍ଜୁର ସରିଛି। କେତେକ କାରଣରୁ ବିଳମ୍ବ ଘଟିଛି। ତେବେ ଖୁବ୍‌ଶୀଘ୍ର ମରାମତି କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri