Posted inଫୁରସତ

ସବୁଠୁ ଛୋଟ ମୋଟର ବାଇକ: ଉଚ୍ଚତା ୨.୫ ଇଞ୍ଚ, ଓଜନ ମାତ୍ର ୧.୦୮ କି.ଗ୍ରା.

ଆଜିକାଲି ଘରେ ଘରେ ବାଇକ ଅଛି। ହେଲେ ଆମେ ଏଠି ଯେଉଁ ବାଇକ କଥା କହୁଛୁ ତାକୁ କେହି କେବେ ଦେଖି ନ ଥିବେ। ଆଉ ଦେଖିଲେ ଆଶ୍ଚର୍ଯ୍ୟ ନିହାତି ହୋଇଯିବେ। କାରଣ ଏହା ହାତପାପୁଲିରେ ରହିଯାଏ। ହେଲେ ଏହା କାର୍ଯ୍ୟକ୍ଷମ। ‘ସ୍ମଲ ଟୋ’ ନାମକ ଏହି ବାଇକ୍‌ର ଓଜନ ମାତ୍ର ୧.୦୮ କି.ଗ୍ରା.। ଉଚ୍ଚତା ୨.୫ ଇଞ୍ଚ ଓ ଲମ୍ବ ୪.୫ ଇଞ୍ଚ। ଏହା ଘଣ୍ଟା ପ୍ରତି ୨ କି.ମି. ବେଗରେ ଗତିକରିପାରେ। ଟମ୍‌ ଓ୍ବିମ୍‌ବର୍ଗ ଏହାକୁ ତିଆରି କରିଛନ୍ତି। ତେବେ ଏଥିରେ ଲାଇଟ୍‌ ନାହିଁ, ଗିୟର୍‌ ନାହିଁ, ବ୍ରେକ୍‌ ୟୁନିଟ୍‌ ବି ନାହିଁ। ଏହା ଏକ ସିଙ୍ଗଲ ଗିୟର୍ଡ ମୋଟର, ଯାହାର କେବଳ ଫରଓ୍ବାଡ୍‌ ଟ୍ରାନ୍ସମିସନ ଅଛି। ଏଥିରେ ଷ୍ଟାର୍ଟିଂ ୟୁନିଟ୍‌ ବି ନାହିଁ। ଏହା ବାହ୍ୟ ମୋଟର ଦ୍ୱାରା ଷ୍ଟାର୍ଟ ହୁଏ। ଛୋଟ ଆକାର ଲାଗି ଏଥିରେ ସାଧାରଣ ଭାବେ ବସି ହୁଏନା। ତଥାପି ଟମ୍‌ ବାଇକ୍‌ର ଦୁଇ ପାର୍ଶ୍ୱରେ ଥିବା ରଡ୍‌ ଉପରେ ସ୍ବତନ୍ତ୍ର ଜୋତା ପିନ୍ଧି ବସି ଏହାକୁ ଚଳାଇବାରେ ସକ୍ଷମ ହୋଇଥିଲେ। ଆଉ ୩୨.୮ ଫୁଟ୍‌ ପର୍ଯ୍ୟନ୍ତ ଏହି ବାଇକ୍‌କୁ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri